Clinical data | |
---|---|
Trade names | Oxistat, Oxizole, others |
AHFS/Drugs.com | monograph |
MedlinePlus | a689004 |
Identifiers | |
| |
Chemical and physical data | |
Formula | C18H13Cl4N3O |
Molar mass | ୪୨୯.୧୨ g·mol−1 |
3D model (JSmol) | |
| |
| |
(verify) |
ଅକ୍ସିକୋନାଜୋଲ (ଇଂରାଜୀ ଭାଷାରେ Oxiconazole) ଅନ୍ୟମାନଙ୍କ ମଧ୍ୟରେ ଅକ୍ସିଷ୍ଟାଟ ଏହାର ଏକ ବେପାର ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଖେଳୁଆଡ଼ ପାଦ, ଜକ୍ ଇଚ୍ ବା ଟିନିଆ କ୍ରୁରିସ, ଡର୍ମାଟୋଫାଇଟୋସିସ ବା ରିଙ୍ଗୱର୍ମ, ପିଟିରିଆସିସ ଭର୍ସିକୋଲର୍ ଏବଂ କବକ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୧] ଏହା ସାଧାରଣତଃ ଚର୍ମରେ କ୍ରିମ୍ କିମ୍ବା ଲୋସନ ଭାବରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ଥାନୀୟ ଉତ୍ତେଜନା, ଜ୍ୱାଳା ଏବଂ ଗଲୁ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ନିରାପଦ ମନେହୁଏ, ଯଦିଓ ଭଲ ଭାବରେ ଏହାର ଅଧ୍ୟୟନ କରାଯାଇ ନାହିଁ ।[୨] ଏହା 'ଆଜୋଲ' ପରିବାରରେ ଏକ ଔଷଧ ।[୧] ଏହା ସେଲୁଲାର୍ ମେମ୍ବ୍ରେନର ପାରଗମ୍ୟତା ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]
ଅକ୍ସିକୋନାଜୋଲ ୧୯୭୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୮୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ଏହାର ୩୦ ଗ୍ରାମ ବିଶିଷ୍ଟ ଏକ ଟ୍ୟୁବର ମୂଲ୍ୟ ପ୍ରାୟ ୧୧୦ ଡଲାର୍ ।[୪]