ଅଞ୍ଜଳି ଆନନ୍ଦ

ଅଞ୍ଜଳି ଆନନ୍ଦ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିକୁଲଫି କୁମାର ବାଜେୱାଲା

ଅଞ୍ଜଳି ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ, କଥାଚିତ୍ର ଓ ଓଟିଟିରେ କାମ କରନ୍ତି । ସେ ଷ୍ଟାର୍ ପ୍ଲସ୍‌ର ଧାରାବାହିକ ଢାଇ କିଲୋ ପ୍ରେମ୍ ଏବଂ କୁଲଫି କୁମାର ବାଜେୱାଲାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୩ ମସିହାରେ ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୧୭ ମସିହାରେ ସେ ଅନ୍‌ଟ୍ୟାଗ୍ ୱେବ୍ ସିରିଜ୍ ଜରିଆରେ ଓଟିଟିରେ କାମ କରିବା ଆରମ୍ଭ କରିଥିଲେ ।[] ଷ୍ଟଣ୍ଟ-ଆଧାରିତ ରିଆଲିଟି ଶୋ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ିର ୧୩ଶ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଞ୍ଜଳି ଆନନ୍ଦ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦିନେଶ ଆନନ୍ଦ ଜଣେ ପ୍ରାକ୍ତନ ଅଭିନେତା ।[]

ଅଞ୍ଜଳି ୨୦୧୭ ମସିହାରେ ୱେବ୍ ସିରିଜ୍ ଅନଟ୍ୟାଗ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[]

୨୦୧୭ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଢାଇ କିଲୋ ପ୍ରେମ୍ । ଏହା ପରେ ୨୦୧୮ ମସିହାରେ ସେ କୁଲଫି କୁମାର ବାଜେୱାଲା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

୨୦୨୩ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀରେ ସେ ନାୟକ ରଣବୀର ସିଂହଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୭ ଢାଇ କିଲୋ ପ୍ରେମ୍ ଦୀପିକା ଶର୍ମା []
ଅନ୍‌ଟ୍ୟାଗ୍ ଶିଖା ସୁରୀ []
୨୦୧୮–୨୦୨୦ କୁଲଫି କୁମାର ବାଜେୱାଲା ଲଭଲିନ୍ ଚଢା ସିଂହ ଗିଲ୍ [୧୦]
୨୦୨୩ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ି ୧୩ ପ୍ରତିଯୋଗୀ ଦ୍ୱାଦଶ ସ୍ଥାନ [୧୧]
ଝଲକ୍ ଦିଖ୍‌ଲା ଯା ୧୧ ପ୍ରତିଯୋଗୀ [୧୨]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୧ ବେଲ୍ ବଟମ୍ ଅଂଶୁଲଙ୍କ ବୋହୂ
୨୦୨୩ ରକି ଔର୍ ରାନୀ କି ପ୍ରେମ୍ କାହାନୀ ଗାୟତ୍ରୀ ରନ୍ଧାୱା [୧୩]
  1. "Exclusive - Anjali Anand: My mom is still unable to believe that I'm a part of Rocky Aur Rani Ki Prem Kahani; she keeps asking are you working with Dharmendra ji?". Times of India. 18 July 2023.
  2. "Khatron Ke Khiladi 13: Everything you need to know about TV actress Anjali Anand". Jagran TV. 9 May 2023.
  3. "Khatron Ke Khiladi 13: Rohit Roy to join Arjit Taneja, Anjali Anand and Anjum Fakih". Indian Express. 30 April 2023.
  4. "Khatron Ke Khiladi 13: Why is Anjali Anand cursing Soundous Moufakir? Find out". Pinkvilla. 27 May 2023. Archived from the original on 3 October 2023. Retrieved 25 November 2023.
  5. "Khatron Ke Khiladi 13: Everything you need to know about TV actress Anjali Anand". Jagran TV. 9 May 2023.
  6. "Plus size actor Anjali Anand shows how different is better!". Times Of India. 30 April 2019.
  7. "Khatron Ke Khiladi 13 Contestant Anjali Anand Spills The Beans About Her Debut Film Rocky Aur Rani Kii Prem Kahaani". Times Now. 18 July 2023.
  8. "हिट हैं ये प्लस साइज एक्ट्रेस, हुईं बॉडीशेम, लेकिन खुद को किया साबित". AajTak. 25 April 2023.
  9. "Plus size actor Anjali Anand shows how different is better!". Times Of India. 30 April 2019.
  10. "बॉडी शेम हुईं 30 साल की एक्ट्रेस, बोलीं- कमेंट्स पढ़कर हंसी आती है". AajTak. 6 May 2023.
  11. "Khatron Ke Khiladi 13 Contestant Anjali Anand Spills The Beans About Her Debut Film Rocky Aur Rani Kii Prem Kahaani". Times Now. 18 July 2023.
  12. "Jhalak Dikhhla Jaa 11 Confirmed-Contestants - Siasat". 28 September 2023.
  13. "Exclusive - Anjali Anand: My mom is still unable to believe that I'm a part of Rocky Aur Rani Ki Prem Kahani; she keeps asking are you working with Dharmendra ji?". Times of India. 18 July 2023.

ବାହାର ଆଧାର

[ସମ୍ପାଦନା]