ଅନୁଭବ ମହାନ୍ତି | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ବୈଜୟନ୍ତ ପଣ୍ଡା |
ପର ଅଧିକାରୀ | ବୈଜୟନ୍ତ ପଣ୍ଡା |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ସାଂସଦ: ରାଜ୍ୟ ସଭା | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅନୁଭବ ମହାନ୍ତି ୨୦ ଜାନୁଆରୀ ୧୯୮୧ କଟକ, ଓଡ଼ିଶା |
ଜୀବନ ସାଥୀ | ବର୍ଷା ପ୍ରିୟଦର୍ଶିନୀ |
ବାପା/ବୋଉ | ଅଭୟ କୁମାର ମହାନ୍ତି (ବାପା) ମଧୁସ୍ମିତା ମହାନ୍ତି (ମାଆ) |
ଶିକ୍ଷା | ସ୍ନାତକ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ ମହାବିଦ୍ୟାଳୟ, ଡିଏଭି ସ୍କୁଲ କଟକ, ମଡର୍ଣ୍ଣ୍ ପବ୍ଳିକ ସ୍କୁଲ କଟକ[୧] |
ପ୍ରସିଦ୍ଧି | ଓଡ଼ିଆ ଅଭିନେତା, ପ୍ରଯୋଜକ ଓ କାହାଣୀକାର |
ୱେବସାଇଟ | ଦି ଅନୁଭବ ଡଟ ଇନ |
ଅନୁଭବ ମହାନ୍ତି (ଜନ୍ମ: ୨୦ ଜାନୁଆରୀ ୧୯୭୭) ଓଡ଼ିଶାରେ ରହୁଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ । ସେ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ସେ ସାଥି ଅମର୍ କଥାଚିତ୍ର ମଧ୍ୟମରେ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।[୨]
ସେ ଓଡ଼ିଶାର କଟକସ୍ଥିତ ନନ୍ଦୀ ସାହି ରେ,ଠାରେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ,କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।
୨୦୦୪ ମସିହାରେ ଆଇ ଲଭ ୟୁ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ[୩], ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ସାଥୀ ଆମାର | ||
ଖଳ ନାୟକ | ||
ସ୍ୱାର୍ଥପର | ||
ଏରି ନାମ୍ ପ୍ରେମ | ||
ଜୀବନସାଥୀ |
୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୯] ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ ।[୧୦]
୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]
{{cite web}}
: Cite has empty unknown parameter: |1=
(help)
Release Date – 11th January 2013