ଅମରନାଥ ପ୍ରଧାନ | |
---|---|
ସାଂସଦ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ପ୍ରସନ୍ନ ଆଚାର୍ଯ୍ୟ |
ପର ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ |
ପର ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୯୦ | |
ପୂର୍ବ ଅଧିକାରୀ | ଭଜମନ ବେହେରା |
ପର ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ମଇ ୧୯୫୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମୌସୁମୀ ପ୍ରଧାନ |
ବାପା/ବୋଉ | ବିଶ୍ୱନାଥ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅମରନାଥ ପ୍ରଧାନ (ଜନ୍ମ: ୧୧ ମଇ ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅମରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ଅମରନାଥ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଅମରନାଥ ପ୍ରଧାନ ୧୯୫୮ ମସିହାର ମଇ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ପ୍ରଧାନ ଓ ପତ୍ନୀଙ୍କ ନାମ ମୌସୁମୀ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ଅମରନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧] ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]