ଅରୁଣା ରାୟ | |
---|---|
ଜନ୍ମ | |
ଜାତୀୟତା | Indian |
ବୃତ୍ତି | Activist |
ପୁରସ୍କାର | Ramon Magsaysay award, 2000 Lal Bahadur Shastri National Award, 2010 |
ଅରୁଣା ରାୟ (ଜନ୍ମ ୨୬ ଜୁନ ୧୯୪୬) ଜଣେ ଭାରତୀୟ ରାଜନୈତିକ ଏବଂ ସାମଜିକ କାର୍ଯ୍ୟକର୍ତ୍ତା । ସେ ମଜଦୁର୍ କିସାନ୍ ଶକ୍ତି ସଂଗଠନର ସଂସ୍ଥାପକ ଥିଲେ । ଏହି ସଂସ୍ଥା ସହିତ ଶଙ୍କର ସିଂ ,ନିଖିଲ ଦେ ଏବଂ ଅନ୍ୟ ବହୁତ ସଦସ୍ୟ ଜଡ଼ିତ ଥିଲେ ।
ଅରୁଣା ଚେନ୍ନାଇରେ ଜନ୍ମ ହୋଇଥିଲେ ।[୧][୨] ସେ ଦିଲ୍ଲୀରେ ବଢିଥିଲେ । ଦିଲ୍ଲୀରେ ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ସେ ଇନ୍ଦ୍ରପ୍ରସ୍ଥ କଲେଜ, ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଇଂରାଜୀ ସାହିତ୍ୟ ପଢ଼ିଥିଲେ ।[୩][୪]
୧୯୬୮ରୁ ୧୯୭୪ ମସିହା ପର୍ଯନ୍ତ ସେ ସିଭିଲ୍ ସର୍ଭେଣ୍ଟ ଭାବେ ଇଣ୍ଡିୟାନ ଆଡମିନଷ୍ଟ୍ରଟିଭ୍ ସର୍ଭିସରେ ଥିଲେ । ୧୯୭୦ ମସିହାରେ ସେ ବଙ୍କର ରାୟଙ୍କୁ ବିବାହ କରିଥିଲେ ।
ଅରୁଣା ସିଭିଲ ସର୍ଭିସରୁ ଇସ୍ତଫା ଦେବା ପରେ ଗରିବମାନଙ୍କ ସମସ୍ୟା ବୁଝିବା ଆରମ୍ଭ କଲେ ଏବଂ ସେମାନଙ୍କ ସେବାରେ କାର୍ଯ୍ୟରତ ହୋଇ ରହିଲେ। ସେ ତିଲୋନିଆ , ରାଜସ୍ଥାନରେ ସୋସିଆଲ ୱର୍କ ଆଣ୍ଡ ରିସର୍ଚ୍ ସେଣ୍ଟରରେ ଯୋଗ ଦେଲେ।[୫][୬] ୧୯୮୭ ମସିହାରେ ସେ ଶଙ୍କର ସିଂ ,ନିଖିଲ ଦେଙ୍କ ଷିତ ମିଶି ଏହି ସଂସ୍ଥା(ମଜଦୁର୍ କିସାନ୍ ଶକ୍ତି ସଂଗଠନ)ର ସ୍ଥାପନା କରିଥିଲେ । [୭]
ଅରୁଣା ରଏ ଭାରତରେ ହୋଇଥିବା ରାଇଟ୍ ଟୁ ଇନଫର୍ମେସନ ଆନ୍ଦୋଳନ ଏବଂ ନ୍ୟାସନାଲ କ୍ୟାମ୍ପେନ ଫର ପିପୁଲସ ରାଇଟ ଟୁ ଇନଫର୍ମେସନ ଆନ୍ଦୋଳନରେ ଅଗ୍ରଣୀ ଭୁମିକାରେ ଥିଲେ । ଏହାର ସଫଳତାର ପରିଚାୟକ ହେଉଛି ୨୦୦୫ ମସିହାରେ ପାସ୍ ହୋଇଥିବା ରାଇଟ୍ ଟୁ ଇନଫର୍ମେସନ ଆକ୍ଟ୍ ।
ଗରିବ ଓ ଦଳିତ ମାନଙ୍କ ପାଇଁ ହେଉଥିବା ଲଢେଇରେ ଅରୁଣା ସବୁବେଳେ ଅଗ୍ରଣୀ ଭୁମିକାରେ ରହୁଥିଲେ । ତାଙ୍କ ସଫଳତାର ପରିଚାୟକ ହେଉଛି ରାଇଟ୍ ଟୁ ଇନଫର୍ମେସନ, ରାଇଟ୍ ଟୁ ୱର୍କ, [୮] ରାଇଟ୍ ଟୁ ଫୁଡ୍ [୯][୧୦] ପରି ଆକ୍ଟସ । ସେ ପେନସନ୍ ପରିସଦର ସଦସ୍ୟ ରହି ମଜଦୁର ମାନଙ୍କପାଇଁ କାର୍ଯ୍ୟ କରିଛନ୍ତି। [୧୧][୧୨]
୨୦୦୬ ମସିହାରେ ଇସ୍ତଫା ଦେବା ପୁର୍ବରୁ ସେ ଏନ ଏ ସିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।[୧୩][୧୪] ୨୦୦୦ ମସିହାରେ ସେ ରାମୋନ ମଗ୍ସସ୍ୟେ ଆୱାର୍ଡ ପାଇଥିଲେ।[୧୫] ୨୦୧୦ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସ୍ନାଲ୍ ଆୱାର୍ଡ ପାଇଥିଲେ ।[୧୬] ୨୦୧୧ ମସିହାରେ ଟାଇମ ମାଗାଜିନରେ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଆସିଥିଲେ।[୧୭]