Postseptal cellulitis[୧] | |
ବିଭାଗ | Ophthalmology |
---|---|
ଲକ୍ଷଣ | Eyelid redness and swelling, fever, pain with eye movement, double vision, vision loss, bulging of the eye[୨][୩] |
କାରଣ | Complication of bacterial sinusitis, local skin injury, tooth infection[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, supported by medical imaging[୩] |
ସଠିକ ରୋଗ ନିର୍ଣ୍ଣୟ | Preseptal cellulitis, retinoblastoma, leukemia, giant cell arteritis[୨][୩] |
ଚିକିତ୍ସା | Intravenous antibiotics, surgery[୩] |
Prognosis | Generally good[୪] |
ପୁନଃପୌନିକ | Uncommon[୨] |
ଅର୍ବିଟାଲ ସେଲ୍ଲ୍ୟୁଲାଇଟିସ (ଇଂରାଜୀ ଭାଷାରେ Orbital cellulitis ବା ଓଏସ/OC ) ହେଉଛି ଏକ ରୋଗ ଯେଉଁଥିରେ ସାଧାରଣତଃ ଆଖି ସକେଟ୍ ବା କୋଟର ଭିତରେ ଥିବା ତନ୍ତୁରେ ପ୍ରଦାହ ହୁଏ । [୨] ରୋଗ ଲକ୍ଷଣଗୁଡ଼ିକ ମଧ୍ୟରେ ବିଶେଷତ ଆଖି ଡୋଳାର ଚଳନ ସମୟରେ ଯନ୍ତ୍ରଣା, ଦୈତ ଦୃଷ୍ଟି, ଦୃଷ୍ଟି ଶକ୍ତି ହ୍ରାସ, ଲାଲ ଆଖିପତା, ଫୁଲା ପତା, ଜ୍ୱର ଏବଂ ପ୍ରଭାବିତ ଆଖି ଫୁଲିଯାଏ ।[୨] [୩] ଜଟିଳତା ମଧ୍ୟରେ କାଭେରନସ ସାଇନସ ଥ୍ରୋମ୍ବୋସିସ, ମେନିଞ୍ଜାଇଟିସ୍ ଏବଂ ସେପ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] [୩]
ଏହା ସାଧାରଣତଃ କୋଟର (ସାଇନସ୍) ସଂକ୍ରମଣ ବିସ୍ତାର ହୋଇ ଘଟିଥାଏ; ଯଦିଓ ବେଳେବେଳେ ଚର୍ମ, କୋଟର ଭଗ୍ନ, ଦାନ୍ତରୁ କିମ୍ବା ରକ୍ତ ମାଧ୍ୟମରେ ଘଟିପାରେ ।[୨] [୩] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ ଏବଂ ମେଡିକାଲ ଇମେଜିଙ୍ଗ ସ୍କାନ କିମ୍ବା ଏମଆରଆଇ ଦ୍ୱାରା ନିଶ୍ଚିତ କରାଯାଏ ।[୩] [୫] ପେରିଅରବିଟାଲ୍ ସେଲୁଲାଇଟିସ୍, ଯାହା ଆଣ୍ଟିରିଅର କକ୍ଷପଥ ପଟ/ସେପ୍ଟମର ସଂକ୍ରମଣ ଅଟେ, ଏକ ଭଳି ଦେଖାଯାଏ ।[୧] [୩]
ଏହି ରୋଗର ଚିକିତ୍ସାରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ୍ ଦିଆଯାଏ ଯେପରି ସେଫଟ୍ରାଇଆକ୍ସୋନ, ପିପେରାସିଲିନ/ଟାଜୋବ୍ୟାକ୍ଟମ, କିମ୍ବା ସେଫୋଟାକ୍ସିମ ।[୩] ଯଦି ଚର୍ମରେ ଆଘାତ ଲାଗିଥାଏ ଏବଂ MRSA ସାଧାରଣ ଭାଙ୍କୋମାଇସିନ ମଧ୍ୟ ବ୍ୟବହାର କରାଯାଇପାରେ ।[୩] ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ ନୁହେଁ, ଯଦି କିଛି ଜଟିଳତା ଘଟେ ତେବେ ଏହା ଆବଶ୍ୟକ ହୋଇପାରେ ।[୩] [୬] ଫଳାଫଳ ସାଧାରଣତଃ ଭଲ; ଯଦିଓ କମ୍ ଦୃଷ୍ଟି ଶକ୍ତି ୧୦% ରୁ କମ୍ ରୋଗୀଙ୍କର ହୁଏ ।[୨] [୪]
ଅର୍ବିଟାଲ୍ ସେଲ୍ଲ୍ୟୁଲାଇଟିସ ଏକ ଅସାଧାରଣ ରୋଗ ।[୨] [୫] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି (ବର୍ଷକୁ ଏକ ନିୟୁତ ମଧ୍ୟରୁ ଜଣକର) | [୨] ମହିଳାଙ୍କ ତୁଳନାରେ ପୁରୁଷମାନେ ସାମାନ୍ୟ ଅଧିକ ପ୍ରଭାବିତ ହୋଇପାରନ୍ତି ।[୨] ଏହା ଶୀତଦିନେ ଅଧିକ ହୁଏ ।[୨]