ଅଷ୍ଟ୍ରାଲୋଡକସ୍ (ଯାହାର ଅର୍ଥ ଦକ୍ଷିଣୀ ବିମ୍, ଲାଟିନ୍ ଶବ୍ଦ ଅଷ୍ଟାଲିସ୍ ଏବଂ ଗ୍ରୀକ୍ ଶବ୍ଦ ଡୋକସ୍ରୁ ଏହି ଶବ୍ଦର ସୃଷ୍ଟି ।) ଏକ ପ୍ରକାରର ଡାଇନୋସର । ଏହି ପ୍ରକାରର ଡାଇନୋସର ୧୫କୋଟି ବର୍ଷ ପୂର୍ବରୁ ଜୁରାସିକ ଯୁଗରେ ବାସ କରୁଥିଲେ । ଏହି ଅଞ୍ଚଳ ସେବେକାର ଜର୍ମାନ ଏବଂ ଏବେକାର ପୂର୍ବ ଆଫ୍ରିକାର ତାଞ୍ଜାନିଆ ଭାବରେ ଜଣା । ଏହାର ବୈଜ୍ଞାନିକ ନାମ ଫାଇନଲକୋସର ଦକ୍ଷିଣୀ (ଗୋଣ୍ଡବାନ) ଶ୍ରେଣୀ ଅନୁସାରେ ନାମିତ କରାଯାଇଛି । ଏହି ପ୍ରାଜାତିର ନାମ ତାଞ୍ଜାନିଆର ଏକ ପ୍ରସିଦ୍ଧ ଦଳ ବୋହେତି ବିନ୍ ଅମରାନି ଅନୁସାରେ ହୋଇଛି । [୧]
ଅଷ୍ଟ୍ରାଲୋଡକସ୍ ବେବିଟିର ଅବଶେଷ ତାଞ୍ଜାନିଆର ତାରାଗୁଏ ଉପତ୍ୟକାରୁ ଉଦ୍ଧାର କାରଯାଇଥିଲା । ଏହି ଯାଗାକୁ ଅନେକ ଜୁରାସିକ୍ ଡାଇନୋସରଙ୍କର ସ୍ଥଳୀ ଭାବରେ ମଧ୍ୟ ଗଣନା କରାଯାଏ । ଅଷ୍ଟ୍ରାଲୋଡକସ୍ ନିଜେ ଦୁଇଟି ବେକ ଥିବା ଡିନୋସର । ୧୯୦୯ ମସିହାରେ ଏହି ଡାଇନୋସରର ଅସ୍ଥି ଉଦ୍ଦାର କରାଯାଇଥିଲା, ମାତ୍ର ୨ୟ ବିଶ୍ୱଯୁଦ୍ଧ ସମୟରେ ଏହା ନଷ୍ଟ ହୋଇଯାଇଥିଲା ।[୧]
ଗ୍ରେଗୋରୀ ଏସ୍. ପଲ୍ ୨୦୧୦ରେ ଅନୁମାନ ଲାଗାଇଥିଲେ ଯେ ଏହି ଡାଇନୋସରର ଲମ୍ବ ପାଖାପାଖି ୧୭ ମିଟର ହେବ ଏବଂ ଓଜନ ୪୦୦୦କିଲୋଗ୍ରାମ ହେବ ।[୨]