Clinical data | |
---|---|
Trade names | Agrylin, Xagrid, others |
AHFS/Drugs.com | monograph |
MedlinePlus | a601020 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Metabolism | Liver, partially through CYP1A2 |
Elimination half-life | 1.3 hours |
Excretion | Urine (<1%) |
Identifiers | |
| |
ECHA InfoCard | 100.317.113 |
Chemical and physical data | |
Formula | C10H7Cl2N3O |
Molar mass | ୨୫୬.୦୯ g·mol−1 |
3D model (JSmol) | |
| |
| |
(verify) |
ଆନାଗ୍ରେଲାଇଡ, ଏକ ବେପାର ନାମ ଆଗ୍ରିଲିନ୍, ହେଉଛି ଏକ ଔଷଧ ଯାହା ଏସେନସିଅଲ ଥ୍ରୋମ୍ବୋସାଇଟୋସିସ କିମ୍ବା ଅନ୍ୟାନ୍ୟ ମାଇଲୋପ୍ରୋଲିଫରେଟିଭ୍ ରୋଗମାନଙ୍କରେ ଉଚ୍ଚ ପ୍ଲାଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଯେତେବେଳେ ଅନ୍ୟ ଚିକିତ୍ସା ପ୍ରଭାବଶାଳୀ କିମ୍ବା ସହ୍ୟ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦୃତ ହୃଦ୍ଗତି, ତରଳ ଝାଡ଼ା, ଦୁର୍ବଳତା, ଫୁଲା, ଅଇ, ଅଣନିଶ୍ୱାସ, ଗଲୁ ଏବଂ ବୁକୁଜ୍ୱାଳା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଥମିଆସ୍, କ୍ୟୁଟି ବିସ୍ତାର, ରକ୍ତସ୍ରାବ ଏବଂ ଇଣ୍ଟରସ୍ଟିସିଆଲ୍ ବୃକ୍କ ପ୍ରଦାହ ହୋଇପାରେ। [୩] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କର କ୍ଷତି ହେବାର ପ୍ରମାଣ ରହିଛି। [୧] ଏହା ଏକ ଥ୍ରୋମ୍ବୋସିସ ବିରୋଧୀ ବା ଆଣ୍ଟିଥ୍ରୋମ୍ବୋଟିକ୍ ଔଷଧ । [୩]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆନାଗ୍ରେଲାଇଡ ଅନୁମୋଦିତ ହୋଇଥିଲା। [୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ଯୁକ୍ତରାଜ୍ୟରେ ୫୦୦ ମାଇକ୍ରୋଗ୍ରାମର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୪୦୦ ଅଟେ। [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨ ଡଲାର ଅଟେ। [୬]