Clinical data | |
---|---|
Trade names | Eylea, Zaltrap |
Synonyms | Ziv-aflibercept |
AHFS/Drugs.com | Aflibercept monograph Ziv-aflibercept monograph |
MedlinePlus | a612004 |
data |
|
Pregnancy category | |
Routes of administration | Intravenous, intravitreal injection |
Legal status | |
Legal status | |
Chemical and physical data | |
Formula | C4318H6788N1164O1304S32 |
Molar mass | ୯୬,୮୯୮.୫୭ g·mol−1 |
(verify) |
ଆଫ୍ଲିବରସେପ୍ଟ, ବେପାର ନାମ ଇଲିଆ ଏବଂ ଜାଲ୍ଟ୍ରାପ୍, ଏକ ଔଷଧ ଯାହା ମାକୁଲାର ଡିଜେନେରେସନ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଥିବା କଲୋରେକ୍ଟାଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] [୩] କୋଲୋନ୍ କର୍କଟ ପାଇଁ ଏହା ଫ୍ଲୋରୋୟୁରେସିଲ୍, ଲ୍ୟୁକୋଭୋରିନ୍ ଏବଂ ଇରିନୋଟେକାନ୍ ସହିତ ଦିଆଯାଏ । [୩] ଏହା ଆଖିରେ ଇଞ୍ଜେକ୍ସନ କିମ୍ବା ଶିରାଭ୍ୟନ୍ତର ଇନଫ୍ୟୁଜନଦ୍ୱାରା ବ୍ୟବହୃତ ହୁଏ।| [୨] [୩]
ଆଖିରେ ବ୍ୟବହୃତ ହେଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସବକଞ୍ଜକ୍ଟାଇଭାଲ୍ ରକ୍ତସ୍ରାବ, ଆଖି ଯନ୍ତ୍ରଣା ଏବଂ ମୋତିଆବିନ୍ଦୁ ହୋଇପାରେ । [୨] କର୍କଟ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଧିକ ଯକୃତ ଏନଜାଇମ୍ ଏବଂ କମ୍ ପ୍ଲାଲେଟ୍ ହୋଇପାରେ । [୩] କର୍କଟ ନିମନ୍ତେ ବ୍ୟବହୃତ ହେଉଥିବା ଔଷଧର ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଜଠରାନ୍ତ୍ର ଛିଦ୍ର ଏବଂ କ୍ଷତ ଉତ୍ତମ ରୂପେ ଭଲ ନ ହେବା ଦେଖାଯାଏ । [୩] ଏହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି ଫ୍ୟାକ୍ଟର୍ (VEGF) ଏବଂ ପ୍ଲାସେଣ୍ଟାଲ୍ ବୃଦ୍ଧି ଫ୍ୟାକ୍ଟର୍ (PlGF)ର ଏକ ଅବରୋଧକାରୀ ଔଷଧ । [୨] [୩]
ଆଫ୍ଲିବରସେପ୍ଟ ୨୦୧୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ନିମନ୍ତେ ଅନୁମୋଦନ କରାଯାଇଥିଲା । [୩] [୪] [୫] ଆଖି ଉପଚାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ମାସକୁ ଥରେ ଦିଆଯାଉଥିବା ମାତ୍ରାର ମୂଲ୍ୟ ୧୯୫୦ ଡଲାର ଥିଲା । [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧ ପାଉଣ୍ଡ ।ଅଟେ । [୭] କର୍କଟ ରୋଗ ପାଇଁ ବ୍ୟବହୃତ ୨୫ମିଗ୍ରା/ମିଲି ଥିବା 4 ମି.ଲି. ଦ୍ରବଣର ମୂଲ୍ୟ ଯୁକ୍ତରାଷ୍ଟ୍ରରେ ୧୬୮୦ ଡଲାର ଓ ଯୁକ୍ତରାଜ୍ୟରେ ୧୯୬ ପାଉଣ୍ଡ [୮] ।
{{cite book}}
: CS1 maint: date format (link)