ଆଶାରାମ | |
---|---|
![]() | |
ଜନ୍ମ | ବେରାନି, ବ୍ରିଟିଶ ଭାରତ | ୧୭ ଅପ୍ରେଲ ୧୯୪୧
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଲକ୍ଷ୍ମୀ ଦେବୀ |
ସନ୍ତାନ | ନାରାୟଣ ସାଇ (ପୁଅ) ଭାରତୀ ଦେବୀ (ଝିଅ) |
ପିତାମାତା | ମେହଙ୍ଗିବା (ମାଆ) ଥାଉମଲ ସିରିମଲାନି (ବାପା) |
ୱେବସାଇଟ | www.ashram.org |
ଅଶୁମଲ ଶିରୁମଲାନି ଆଶାରାମ ବାପୁ ବା ବାପୁଜି ନାମରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ପରିଚିତ । ୧୯୭୦ ଦଶନ୍ଧି ପ୍ରାରମ୍ଭରୁ ଦେଶ ବିଦେଶରେ ୪୦୦ରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରି ଅନେକ ଅନୁଗାମୀ ସୃଷ୍ଟି କରିଛନ୍ତି । ସେ ଜଣେ ବିବାଦୀୟ ଭାରତୀୟ ହିନ୍ଦୁ ଧର୍ମ ଗୁରୁ ଓ ଜଣେ ଆତ୍ମଘୋଷିତ ଭଗବାନ ଅଟନ୍ତି ।[୧].[୨][୩] ହିନ୍ଦୁଧର୍ମର ସାଧୁମାନଙ୍କୁ ନେଇ ଗଠିତ ଏକ ସଂଗଠନ ଅଖିଳ ଭାରତୀୟ ଆଖଡ଼ା ପରିଷଦଙ୍କଦ୍ୱାରା ପ୍ରକାଶିତ ଠକ ହିନ୍ଦୁ ସାଧୁଙ୍କ ତାଲିକାରେ ସେ ସ୍ଥାନ ପାଇଛନ୍ତି । ଏବେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସେ ଜେଲ ଦଣ୍ଡ ଭୋଗକରୁଛନ୍ତି ।
ଆସାରାମଙ୍କ ଜନ୍ମ ସିନ୍ଧୁ ପ୍ରଦେଶର ନବାବଶାହ ଜିଲ୍ଲାର ବେରାନି ଗ୍ରାମରେ ୧୯୪୧ ମସିହା ଅପ୍ରିଲ ୧୭ ତାରିଖରେ ହେଇଥିଲା। ତାଙ୍କ ପିତା ଥାଉମଲଜୀ ସିରୁମଲାନି ଜଣେ ଜମିଦାର ଥିଲେ।
କୁହାଯାଏ ଯେ ଆସାରାମଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଅଖଣ୍ଡ ଭାରତର ବିଭାଜନ ସମୟରେ ସେ ନିଜ ଜନ୍ମ ଭୂମି ଛାଡି ପରିବାର ସହିତ ୧୯୪୭ ମସିହାରେ ଅହମଦାବାଦ ସହରକୁ ଆସିଥିଲେ। ଥାଉମଲଜୀ ପ୍ରଥମେ ନିଜର ପରିବାରର ଭରଷ ପୋଷଣ ପାଇଁ କାଠ ଓ କୋଇଲା ବ୍ୟବସାୟ କରୁଥିଲେ ।[୪]
ସମଗ୍ର ଭାରତରେ ତାଙ୍କର ୪୦୦ରୁ ଅଧିକ ଆଶ୍ରମ ଅଛି । ଅହମଦାବାଦ, ସୁରାଟ ଓ ନୂଆ ଦିଲ୍ଲୀଠାରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟମାନ ଅଛି ।[୫]
ତାଙ୍କ ବିରୁଦ୍ଧରେ ୨୦୧୩ ମସିହାରେ ଏକ ୧୬ ବୟସୀ ବଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପିତାମାତାଙ୍କୁ ଚକ୍ରାନ୍ତ କରି ଯୋଧପୁର ନିକଟସ୍ଥ ଛିଣ୍ଡୱାରା ଆଶାରାମ ଆଶ୍ରମକୁ ନିଆଯାଇଥିଲା । ଦୁଷ୍ଟ ଆତ୍ମାର ପ୍ରଭାବ କାଢ଼ିବା ଆଳରେ ତାଙ୍କ ସହ ଶାରୀରିକ ଅସାଦାଚାର କରାଯାଇଥିଲା । ଚାର୍ଜସିଟରେ ଆଶାରାମ ଦୁଷ୍କର୍ମ, ମାନବ ଚୋରାଚାଲାଣ, ଏବଂ ଯୌନ ଅପରାଧ କରୁଥିବାର ଉଲ୍ଲେଖ ଥିଲା ।
ଶୁଣାଣି ଚାଲିଥିବା ୪ ବର୍ଷ ମଧ୍ୟରେ ୯ ଜଣ ସାକ୍ଷଙ୍କୁ ଆକ୍ରମଣ ହୋଇଥିଲା । ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଜୁନ ୨୦୧୪ରେ ଆଶାରାମଙ୍କ ଡାକ୍ତର ଅମୃତ ପ୍ରଜାପତି ଗୁଜରାଟର ରାଜକୋଟଠାରେ ମୃତ୍ୟୁ ଘଟିଥିଲା । ତାଙ୍କର ରୋଷେଇଆ ଅଖିଳ ଗୁପ୍ତା ଏବଂ ଅନ୍ୟ ଜଣେ ସାକ୍ଷୀ କୃପାଳ ସିଂହଙ୍କୁ 2014ମସିହାରେ ଉତ୍ତର ପ୍ରଦେଶଠାରେ ଗୁଳି ମାରି ହତ୍ୟା କରାଯାଇଥିଲା । ମହେନ୍ଦ୍ର ଚାବଲା ଓ ରାହୁଲ ସଚନ ଦୁଇ ଅନ୍ୟତମ ସାକ୍ଷୀଙ୍କୁ ୨୦୧୫ରେ ଯୋଧପୁର କୋର୍ଟ ପରିସରରେ ଆକ୍ରମଣ ହୋଇଥିଲା ଏବଂ ସେମାନେ ବଞ୍ଚିଯାଇଥିଲେ। [୬]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)