ଆସୱାରି ଯୋଶୀ | |
---|---|
ଜନ୍ମ | ଆସୱାରି ଯୋଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୬–୨୦୨୩ |
ଆସୱାରି ଯୋଶୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ମରାଠୀ ଭାଷାର କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଛନ୍ତି । ସେ ହିନ୍ଦୀ ଟିଭି ଧାରାବାହିକ ଅଫିସ ଅଫିସରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ।[୧] ସେ ହିନ୍ଦୀ କଥାଚିତ୍ର ଓମ୍ ଶାନ୍ତି ଓମ୍ରେ ଲଭ୍ଲି କପୁର ଭୂମିକାରେ ଅଭିନୟ କରିଛନ୍ତି । ସେ ଡିଜ୍ନି ଚ୍ୟାନେଲରେ ପ୍ରସାରିତ ହିନ୍ଦୀ ଧାରାବାହିକ ଶେକ୍ ଇଟ୍ ଅପ୍ରେ ତାଙ୍କ ଭୂମିକା ପାଇଁ ମଧ୍ୟ ଜଣାଶୁଣା, ଯାହାକି ଆମେରିକୀୟ କାର୍ଯ୍ୟକ୍ରମ ଶେକ୍ ଇଟ୍ ଅପ୍ର ଭାରତୀୟ ସଂସ୍କରଣ ଅଟେ ।
୨୦୨୧ ମସିହାରେ ଆସୱାରି ଯୋଶୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ଏହାର ବର୍ଷକ ପରେ, ସେ ୨୦୨୨ ଅପ୍ରେଲରେ ନ୍ୟାସ୍ନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ରେ ଯୋଗ ଦେଇଥିଲେ ।[୨]