Clinical data | |
---|---|
Trade names | Nourianz, Nouryant[୧] |
Synonyms | KW-6002 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 98% |
Metabolism | Mainly CYP1A1, CYP3A4, and CYP3A5 |
Elimination half-life | 64–69 hrs |
Excretion | 68% faeces, 18% urine |
Identifiers | |
| |
ECHA InfoCard | 100.230.117 |
Chemical and physical data | |
Formula | C20H24N4O4 |
Molar mass | ୩୮୪.୪୪ g·mol−1 |
3D model (JSmol) | |
| |
| |
(verify) |
ଇଷ୍ଟ୍ରାଡେଫାଇଲିନ (ଇଂରାଜୀ ଭାଷାରେ Istradefylline), ନ୍ୟୁରିୟାନ୍ଜ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗର (ପିଡି) “ଅଫ୍” ଏପିସୋଡ୍/ ବୃତ୍ତାନ୍ତ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ ।[୩] [୪] ଏକ "ଅଫ୍" ଏପିସୋଡ୍ ଅର୍ଥ ହେଉଛି ଏକ ସମୟ ଯେତେବେଳେ ପାର୍କିନ୍ସନ୍ ରୋଗ ନିମନ୍ତେ ଅନ୍ୟ ଔଷଧଗୁଡିକ ଭଲ କାମ କରୁନଥିବା ଫଳସ୍ୱରୂପ କମ୍ପନ ଏବଂ ଚାଲିବାରେ ଅସୁବିଧା ହୋଇଥାଏ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ମାଂସପେଶୀ ଗତି, କୋଷ୍ଠକାଠିନ୍ୟ, ହାଲୁସିନେସନ୍, ମୁଣ୍ଡ ବୁଲାଇବା, ବାନ୍ତି, ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାଧ୍ୟତାମୂଳକ ଆଚରଣ (compulsive behavior) ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହା ଏକ ଆଡେନୋସିନ ଏ୨ଏ (A2A) ରିସେପ୍ଟର ଆଣ୍ଟାଗୋନିଷ୍ଟ | [୫]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଷ୍ଟ୍ରାଡେଫାଇଲିନ ଅନୁମୋଦିତ ହୋଇଥିଲା ।[୬] ୟୁରୋପରେ ଲାଭ ବିଷୟରେ ଅସ୍ପଷ୍ଟ ପ୍ରମାଣ ହେତୁ ୨୦୨୧ରେ ଅନୁମୋଦନ ମନା କରାଯାଇଥିଲା ।[୫] ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ | [୧] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]