ଉସାଜିଙ୍ଗୁ 宇佐神宮 | |
---|---|
Religion | |
ଅନୁବନ୍ଧଗୁଡ଼ିକ | Shinto |
ଦେବାଦେବୀ | ହାଚିମାନ |
Type | ହାଚିମାଙ୍ଗୁ ଚୋକୁସାଇଶା |
Location | |
ସ୍ଥାନ | ୨୮୫୯, ଓଆଜା ମିନାମି, ଉସା-ଶୀ, ଓଇତା ରାଜ୍ଯ[୧] |
ଭୌଗଳିକ ଅବସ୍ଥିତି | 33°31′34″N 131°22′29″E / 33.52611°N 131.37472°E |
Architecture | |
Date established | ଅଷ୍ଟମ ଶତାବ୍ଦୀ[୨] |
Website | |
www | |
Glossary of Shinto |
ଉସାଜିଙ୍ଗୁ (宇佐神宮), ବା ଉସା ହାଚିମାଙ୍ଗୁ (宇佐八幡宮) ବା ଉସାଶାଳ ହେଉଛି ଜାପାନର ଓଇତା ରାଜ୍ଯର ଉସା-ଶୀ ସହରରେ ଥିବା ଏକ ଶିଣ୍ଟୋଶାଳ । ସମ୍ରାଟ ଓଜିନଙ୍କୁ, ଯାହାଙ୍କୁ ହାଚିମାନ-ଜିନ (ବା ଯୋଦ୍ଧାମାନଙ୍କର ରକ୍ଷକ) ବୋଲି ଗ୍ରହଣ କରି ପୂଜା କରାଯାଏ, ପ୍ରଥମ କରି ଅଷ୍ଟମ ଶତାବ୍ଦୀରେ ଏହି ଶାଳରେ ସ୍ଥାପିତ କରାଗଲା ।[୨] ଉସାଜିଙ୍ଗୁ ବହୁସମୟ ଧରି ରାଜକୀୟ ପୃଷ୍ଠପୋଷକତା ଲାଭ କରିଥିଲା, ଏବଂ ଏହାର ସ୍ଥାନ ଇଶେ ପରେ ଦ୍ୱିତୀୟ ଅଟେ ।[୩]
ଏହି ଶାଳଟି ନାରା ଯୁଗରେ କ୍ଯୁଶୁରେ ସ୍ଥାପିତ ହୋଇଥିଲା । ଅତୀତର ଲେଖା ଅନୁସାରେ ୱାଦୋ କାଳରେ (୭୦୮-୭୧୪) ସ୍ଥାପନ କରାଯାଇ ଥିଲା ।[୪] ୭୭୯ ମସିହାରେ ମିରୋକୁ-ଜି ନାମକ ଏକ ମନ୍ଦିର ଏହା ନିକଟରେ ତିଆରି କରାଯାଇ ଥିଲା, ଯାହକୁ ପ୍ରଥମ ଶାଳ-ମନ୍ଦିର ବୋଲି ଗ୍ରହଣ କରାଯାଏ ।[୫] ୧୮୬୮ ମସିହା ପର୍ଯ୍ୟନ୍ତ ଏହା "ଉସା ହାଚିମାଙ୍ଗୁ-ଜି" (宇佐八幡宮寺), ନାମରେ ଉଭୟ ଶିଣ୍ଟୋଶାଳ ଏବଂ ବୌଦ୍ଧ ମନ୍ଦିର ରୂପେ ଅପରିବର୍ତ୍ତିତ ରହିଲା । ୧୮୬୮ରେ ପ୍ରଚଳିତ କାମି ଓ ବୁଦ୍ଧ ପୃଥକୀକରଣ ଯୋଜନା ବଳରେ ବୌଦ୍ଧ ସଂରଚନାଟି ବାହାର କରିଦିଆଗଲା । ବର୍ତ୍ତମାନ ଏଥିରୁ ଉତ୍ପନ୍ନ ୪୦,୦୦୦ରୁ ଉର୍ଦ୍ଧ୍ବ ଶାଖା ହାଚିମାଙ୍ଗୁଗୁଡ଼ିକର କେନ୍ଦ୍ର ରୂପେ ପରିଚିତ ।[୧] ସାମ୍ରାଜ୍ଞୀ ଶୋତୋକୁଙ୍କ ରାଜତ୍ବ କାଳର ଇତିହାସ ଲେଖାଗୁଡ଼ିକରେ ପ୍ରଥମ ଥର ପାଇଁ ଉସାର ହାଚିମାଙ୍ଗୁ ବିଷୟରେ ଉଲ୍ଲେଖ ମିଳେ ।
ଷୋଡଶ ଶତାବ୍ଦୀରେ, ଏହି ପୀଠଟି ସ୍ଥାନୀୟ ଫୁନାଇ ହାନର ଖ୍ରୀଷ୍ଟୀୟ ଦାଇମ୍ଯୋ ଓତୋମୋ ୟୋଶିଶିଗେଙ୍କ ଆକ୍ରମଣର ଶୀକାର ହେଲା । ୟୋଶିଶିଗେଙ୍କ ପତ୍ନୀ ନାତା ଯେଜେବେଲ ଉକ୍ତ ଶାଳର ମୁଖ୍ଯ ପୂଜକ ଥିଲେ ଏବଂ ସେ ନାରା ବଂଶ ସହ ମିଶି ଏହି ଆକ୍ରମଣର ବିରୋଧ କଲେ ।[୬]
ବୁଜେନ ପ୍ରାନ୍ତର ମୁଖ୍ଯ ଶାଳ (ଇଚିନୋମିଆ'') ଭାବେ ଉସାଜିଙ୍ଗୁକୁ ମାନ୍ଯତା ମିଳିଥିଲା ।[୭]
୧୮୭୧ରୁ ୧୯୪୬ ମସିହା ମଧ୍ଯରେ ଉସାଜିଙ୍ଗୁକୁ ଆଧିକାରିକ ଭାବେ କାମ୍ପେଇତାଇଶା (官幣大社) ଭାବେ ଚିହ୍ନିତ କରାଗଲା । ସେହିପରି କ୍ଯୋଟୋ ରାଜ୍ଯର ୟାୱାତା-ଶୀର ଇୱାଶିମିଜୁ ହାଚିମାଙ୍ଗୁ ତଥା ଫୁକୁଓକା ରାଜ୍ଯର ଫୁକୁଓକା-ଶୀର ହାକୋଜାକିଗୁକୁ ମଧ୍ଯ ଉକ୍ତ ସମ୍ମାନ ମିଳିଥିଲା ।[୮]
ଉସାଜିଙ୍ଗୁର ଉତ୍ପତ୍ତି ଯେହେତୁ ଉଭୟ ବୌଦ୍ଧ ଧର୍ମ ଓ ଶିଣ୍ଟୋବାଦରୁ ହୋଇଥିଲା, ହୋଯୋଏ (放生会) ନାମକ ମୌଳିକ ରୂପରେ ଏକ ବୌଦ୍ଧ ପର୍ବ ଏହି ଶାଳର ମୁଖ୍ଯ ପର୍ବ ଅଟେ । ଏହି ପର୍ବରେ ବାନ୍ଧି ରଖାଯାଇ ଥିବା ପକ୍ଷୀ ଓ ମତ୍ସ୍ଯମାନଙ୍କୁ ଛାଡ଼ି ଦିଆଯାଏ ।[୯] ଏହା ସହିତ ପବିତ୍ର କାଗୁରା ନୃତ୍ଯ କରାଯାଇ ବିଗତ ବର୍ଷରେ ମାଛଧରାଳିଙ୍କଦ୍ୱାରା ଧରାଯାଇ ଥିବା ମାଛମାନଙ୍କର ଆତ୍ମାର ସଦ୍ଗତି କାମନା ଓ ସେମାନଙ୍କଠାରୁ କ୍ଷମା ପ୍ରାର୍ଥନା କରାଯାଏ । ଏହି ଏକୀକରଣ ପ୍ରଥା ଯାହା ବୌଦ୍ଧ ଓ ଶିଣ୍ଟୋବାଦକୁ ଏକତ୍ର କରିଥାଏ, ଯାହା ଏବେ ପୁରା ଦେଶରେ ପ୍ରସାରିତ, ପ୍ରଥମେ ଉସାଜିଙ୍ଗୁରେ ହୋଇଥିଲା ।[୧୦]
ମୁଖ୍ଯ କକ୍ଷ ଏବଂ କୁଜାକୁ ମୋଙ୍କେଇ ଦ୍ୱୟକୁ ଜାପାନର ରାଷ୍ଟୀୟ ନିଧି ଭାବରେ ଆଖ୍ଯାୟିତ କରାଯାଇଛି ।[୧]
ଊନବିଂଶ ଶତାବ୍ଦୀର ମଧ୍ଯ ଭାଗରେ ବର୍ତ୍ତମାନର ଶାଳ ପରିସରର ନିର୍ମାଣ କରାଯାଇଥିଲା । ଏହା ହାଚିମାନ-ଜୁକୁରୀ ନାମକ ଶୈଳୀରେ ତିଆରି । ଶାଳର ଭିତର ଗଠନରେ ଗୋଟିଏ ହିଁ ଅଟ୍ଟାଳିକା ରହିଛି, କିନ୍ତୁ ଏହାର ବିଶେଷ ନିର୍ମାଣ ଶୈଳୀ ଯୋଗୁଁ ଏଥିରେ ଦୁଇଟି କୋଠା ଥିବା ପରି ଲାଗେ ।[୧୧] ସମ୍ମୁଖରେ ଥିବା ଗଠନକୁ "ଗେଇଁ" କୁହାଯାଏ ଯେଉଁଠାରେ ଦିନବେଳେ କାମିଙ୍କୁ ରଖାଯାଇଥାଏ ଏବଂ ପଛରେ ଥିବା କୋଠଟି କାମିଙ୍କ ଶୟନ କକ୍ଷ ରୂପେ ବ୍ଯବହାର କରାଯାଏ, ଯାହାକୁ "ନାଇଇଁ" କୁହାଯାଏ ।[୨]