Monoclonal antibody | |
---|---|
Type | Whole antibody |
Source | Humanized |
Target | CALCA, CALCB |
Clinical data | |
Trade names | Vyepti |
Synonyms | ALD403,[୨] eptinezumab-jjmr |
AHFS/Drugs.com | monograph |
data |
|
Pregnancy category | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6352H9838N1694O1992S46 |
Molar mass | ୧,୪୩,୨୮୩.୨0 g·mol−1 |
ଏପ୍ଟିନେଜୁମାବ (ଇଂରାଜୀ ଭାଷାରେ Eptinezumab), ଭିଏପ୍ଟି ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ବୟସ୍କମାନଙ୍କଠାରେ ହେଉଥିବା ଅଧକପାଳିକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୬] ଯେଉଁମାନଙ୍କ ପ୍ରତି ମାସରେ ଅତି କମରେ ଚାରି ଥର ଅଧକପାଳି ହୁଏ, ସେମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[୫] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ ।[୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ପ୍ରବାହ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୬] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲସିଟୋନିନ୍ ଜିନ୍ ସମ୍ବନ୍ଧୀୟ ପେପ୍ଟାଇଡକୁ (CGRP) ଅବରୋଧ କରିଥାଏ ।[୬]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏବଂ ୨୦୨୨ରେ ବ୍ରିଟେନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏପ୍ଟିନେଜୁମାବ ଅନୁମୋଦିତ ହୋଇଥିଲା ।[୬] [୫] [୭] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୭୦୦ ଡଲାର ଥିଲ ।[୮] ଏହା କ୍ଲଷ୍ଟର ମୁଣ୍ଡବିନ୍ଧାର ଚିକିତ୍ସା ନିମନ୍ତେ ଅଧ୍ୟୟନ କରାଯାଉଛି ।[୭]