Clinical data | |
---|---|
Trade names | Vyvgart |
Synonyms | ARGX-113, Efgartigimod alfa-fcab |
AHFS/Drugs.com | monograph |
data | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C2310H3554N602O692S14 |
Molar mass | ୫୧,୨୮୦.୨0 g·mol−1 |
ଏଫଗାର୍ଟିଗିମୋଡ଼ ଆଲଫା, Vyvgart ଏହାର ବେପାର ନାମ ନାମ, ହେଉଛି ଏକ ଔଷଧ ଯାହା ମ୍ୟାସ୍ଥେନିଆ ଗ୍ରାଭିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ସାଧାରଣ ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଆସେଟିଲକୋଲିନ ରିସେପ୍ଟର ବିରୁଦ୍ଧରେ ଆଣ୍ଟିବଡି ଥାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ମୂତ୍ରନଳୀ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ | [୨] ଏହା ଏକ ଆଣ୍ଟିବଡି ଅଂଶ ଯାହା ନିଓନାଟାଲ ଏଫସି (Fc) ରିସେପ୍ଟର ସହିତ ସଂଯୁକ୍ତ ହୋଇ ଇମ୍ୟୁନୋଗ୍ଲୋବୁଲିନ ଜି (IgG)ର ପୁନଃ ବ୍ୟବହାରରୁ ରୋକିଥାଏ ।[୩] ଏହା ଫଳରେ ମ୍ୟାସ୍ଥେନିଆ ଗ୍ରାଭିସରେ ଅସ୍ୱାଭାବିକ ଆସେଟିଲକୋଲିନ୍ ରିସେପ୍ଟର (AChR) ଆଣ୍ଟିବଡି ଆଇଜିଜିର ସାମଗ୍ରିକ ସ୍ତର ହ୍ରାସ ହୁଏ ।[୩]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏଫଗାର୍ଟିଗିମୋଡ଼ ଆଲଫା ଅନୁମୋଦିତ ହୋଇଥିଲା । [୧] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୨ ସୁଦ୍ଧା ବାର୍ଷିକ ପ୍ରାୟ ୨୨୫,୦୦୦ ଡଲାର ।[୪] ୨୦୨୨ ସୁଦ୍ଧା ଏହା ବ୍ରିଟେନରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନାହିଁ ।[୪]