ଏଫ୍ଲାପେଗ୍ରାଷ୍ଟିମ

ଏଫ୍ଲାପେଗ୍ରାଷ୍ଟିମ
Clinical data
Trade namesRolvedon
SynonymsEflapegrastim-xnst, HM-10460A, SPI-2012
AHFS/Drugs.commonograph
data
Routes of
administration
Subcutaneous
Legal status
Legal status

ଏଫ୍ଲାପେଗ୍ରାଷ୍ଟିମ (ଇଂରାଜୀ ଭାଷାରେ Eflapegrastim), ରୋଲଭେଡନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଗ୍ରହଣ କରୁଥିବା ଅଣ-ମାୟେଲଏଡ କର୍କଟରେ ହେଉଥିବା ଫେବ୍ରିଲ୍ ନିଉଟ୍ରୋପେନିଆର ସଙ୍କଟକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ଯାହା ହାଡର ମଜ୍ଜାକୁ ଦମନ କରିଥାଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[] କେମୋଥେରାପି ଦେବାର ପ୍ରାୟ ୨୪ ଘଣ୍ଟା ପରେ ଏହା ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅଇ, ତରଳ ଝାଡ଼ା, ଯନ୍ତ୍ରଣା, ଜ୍ୱର, ରାସ ଏବଂ ସ୍ୱଳ୍ପ ଲୋହିତ ରକ୍ତ କଣିକା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲୀହାଫାଟିବା, ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ, ଆନାଫିଲାକ୍ସିସ, କମ୍ ପ୍ଲାଟେଲେଟ, ଗ୍ଲୋମେରୁଲୋନେଫ୍ରାଇଟିସ୍ ଏବଂ ମାଇଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ହୋଇପାରେ ।[] ଏହା ଏକ ଗ୍ରାନୁଲୋସାଇଟ୍ କଲୋନୀ-ଉତ୍ତେଜନା କାରକ (G-CSF), ବିଶେଷ ଭାବରେ ଏକ ଲ୍ୟୁକୋସାଇଟ୍ ଅଭିବୃଦ୍ଧି କାରକ ଅଟେ ।[]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏଫ୍ଲାପେଗ୍ରାଷ୍ଟିମ ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନଥିଲା ।[] ୨୦୨୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୪୭୦୦ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Rolvedon- eflapegrastim-xnst injection, solution". DailyMed. 23 September 2022. Archived from the original on 16 October 2022. Retrieved 16 October 2022.
  2. "Eflapegrastim". SPS - Specialist Pharmacy Service. 16 March 2018. Archived from the original on 25 June 2022. Retrieved 13 December 2022.
  3. "Rolvedon Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 13 December 2022.