![]() | |
Clinical data | |
---|---|
Trade names | Leustatin, Mavenclad, others[୧] |
Synonyms | 2-chlorodeoxyadenosine |
AHFS/Drugs.com | Injectable: monograph By mouth: monograph |
MedlinePlus | a693015 |
data |
|
Pregnancy category | |
Routes of administration | Intravenous, subcutaneous (liquid), by mouth (tablet) |
Legal status | |
Legal status | |
Pharmacokinetic data | |
Bioavailability | 100% (i.v.); 37 to 51% (by mouth)[୪] |
Protein binding | 25% (range 5-50%);[୨] up to 20% (by mouth) [୩] |
Metabolism | Mostly via intracellular kinases; 15-18% is excreted unchanged[୨]
IV and SQ bolus: 15-18% is excreted unchanged By mouth, 25% (±21%) of dose is excreted unchanged in urine and 3.8% as a metabolite[୩] |
Elimination half-life | ~10 hours IV and SQ[୨] and 18.4 to 19.7 hours after by mouth |
Excretion | Urinary[୨] |
Identifiers | |
| |
ECHA InfoCard | 100.164.726 |
Chemical and physical data | |
Formula | C10H12ClN5O3 |
Molar mass | ୨୮୫.୬୯ g·mol−1 |
3D model (JSmol) | |
| |
| |
(verify) |
କ୍ଲାଡ୍ରିବାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେଷ୍ଟାଟିନ୍, ହେଉଛି ଏକ ଔଷଧ ଯାହାକି ଲୋମଶ ଜୀବକୋଷ ଲିଉକେମିଆ, କ୍ରନିକ ଲିମ୍ଫୋସାଇଟିକ ଲ୍ୟୁକେମିଆ, ନନ୍-ହଜକିନ୍ସ ଲିମ୍ଫୋମା ଏବଂ ଚର୍ମ ଟି-ଜୀବକୋଷ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଏହା ଆରୋଗ୍ୟ-ପୁନଃପୌନିକ ଏକାଧିକ ସ୍କ୍ଲେରୋସିସ ପାଇଁ ମଧ୍ୟ ବ୍ୟବହୃତ ହୁଏ | [୬] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାଭ୍ୟନ୍ତରରେ କିମ୍ବା ଚର୍ମ ତଳେ ଦିଆଯାଏ ।[୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଉଦ୍ବେଗ, କେଶହାନୀ, ଅନିୟମିତ ହୃତ୍ ସ୍ପନ୍ଦନ, ତରଳ ଝାଡ଼ା, ଜ୍ୱର, ମାଂସପେଶୀ ଯନ୍ତ୍ରଣା, ରାସ ଏବଂ ରକ୍ତସ୍ରାବ ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଏନସେଫାଲୋପାଥି (PML), ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ଏବଂ ସ୍ନାୟୁ କ୍ଷତି ଅନ୍ତର୍ଭୁକ୍ତ ହୋଇପାରେ ।[୬] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୬] ଏହା ଏକ ଆଣ୍ଟିମେଟାବୋଲାଇଟ୍, ବିଶେଷ ଭାବରେ ଏକ ପ୍ୟୁରିନ୍ ଆନାଲଗ ଯାହା ଲିମ୍ଫୋସାଇଟଦ୍ୱାରା ନୂତନ ଡିଏନଏ ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ ।[୭]
ଚିକିତ୍ସା କ୍ଷେତ୍ରରେ ୧୯୮୦ ଦଶକରୁ କ୍ଲାଡ୍ରିବାଇନ୍ ବ୍ୟବହାର ହୋଇଆସୁଛି ଓ ୧୯୯୩ ପରଠାରୁ ୟୁରୋପର କିଛି ଅଂଶରେ ବ୍ୟବହାର କରାଯାଉଛି ।[୭] ୧୯୯୩ରୁ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ମଧ୍ୟ ଅନୁମୋଦିତ ହୋଇଥିଲା ।[୫] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୮] ମୂଳ ନାମରେ ମଧ୍ୟ କେତେକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ 10 ମିଗ୍ରା ଇଞ୍ଜେକ୍ସନ ପାଇଁ ମୂଲ୍ୟ ପ୍ରାୟ ୧୬୦ ପାଉଣ୍ଡ ଥିବାବେଳେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବଟିକା ମୂଲ୍ୟ ୨୦୫୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶି ଯଥାକ୍ରମେ ୩୭୦ ଡଲାର ଏବଂ ୯,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୯] [୧୦]