ଗୌରହରି ଦାସ୍ତାଁ | |
---|---|
ନିର୍ଦ୍ଦେଶକ | ଅନନ୍ତ ମହାଦେବନ୍ |
ପ୍ରଯୋଜକ | ବିନ୍ଦିୟା ଖନୋଲକର ସଚିନ ଖନୋଲକର |
ସଂଳାପ | ସି. ପି. ସୁରେନ୍ଦ୍ରନ୍ |
କଳାକାର | ବିନୟ ପାଠକ କୋଙ୍କଣା ସେନ ଶର୍ମା ରଣବୀର ଶୋରେ ତନିସ୍ତା ଚାଟାର୍ଜୀ |
ସଙ୍ଗୀତ | ଡ. ଏଲ୍. ଶୁଭ୍ରମଣ୍ୟମ୍ |
ଚିତ୍ରଗ୍ରହଣ | ଅଲ୍ଫୋନ୍ସ୍ ରାୟ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୪ ଅଗଷ୍ଟ ୨୦୧୫ |
କଥାଚିତ୍ରର ସମୟ | ୧୧୪ ମିନିଟ୍ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଗୌରହରି ଦାସ୍ତାଁ - ଦ ଫ୍ରିଡମ୍ ଫାଇଲ୍, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗୌର ହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ।[୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ବିନ୍ଦିୟା ଖନୋଲକର ଓ ସଚିନ ଖନୋଲକର । ସି. ପି. ସୁରେନ୍ଦ୍ରନ୍ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅନନ୍ତ ମହାଦେବନ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିନୟ ପାଠକ, କୋଙ୍କଣା ସେନ ଶର୍ମା, ରଣବୀର ଶୋରେ, ତନିସ୍ତା ଚାଟାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ପୃଷ୍ଠଭୂମି ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୌରହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ।
ଏହି କଥାଚିତ୍ରଟିର ୨୦୧୫ ମସିହା ଅଗଷ୍ଟ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବାସହ ମତାମତ ମଧ୍ୟ ଭଲ ରହିଥିଲା ।[୩]
ଗୌରହରି ଦାସ୍ତାଁ ହେଉଛି ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କର ଜୀବନୀ, ଯିଏକି ଦୀର୍ଘ ୩୨ ବର୍ଷ ଧରି ସଂଗ୍ରାମ ଚଳାଇଥିଲେ । ସେ ତାଙ୍କର ଦେଶଭକ୍ତି ପାଇଁ ନିଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ ଚଳାଇଥିଲେ । ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ କରାଇବାକୁ ଆବଶ୍ୟକ କରୁଥିବା ପ୍ରମାଣପତ୍ର ପାଇଁ ଏହି ଆନ୍ଦୋଳନ କରିଥିଲେ, ଯାହା ପାଇଁ ତାଙ୍କୁ ୩୦ ବର୍ଷ ସମୟ ଲାଗିଯାଇଥିଲା । ୮୪ ବର୍ଷ ବୟସରେ ଶେଷରେ ସେ ଏହି ସଂଗ୍ରାମରେ ବିଜୟଲାଭ କରିଥିଲେ ।[୪]