ଜଗମୋହନ ବା ଜଗ ମୋହନ ହିନ୍ଦୁ ମନ୍ଦିର ସ୍ଥାପତ୍ୟ ଶୈଳୀରେ ଏକ ସମାବେଶ ପ୍ରକୋଷ୍ଠକୁ କୁହାଯାଇଥାଏ । ଏହି ନିର୍ମାଣ ଶୈଳୀ ମୁଖ୍ଯତଃଓଡ଼ିଆ ମନ୍ଦିର ନିର୍ମାଣ ଶୈଳୀରେ ବ୍ୟବହୃତ ହେଇଥାଏ । [୧]
ଏହା ମନ୍ଦିର ପରିସରର ମୁଖ୍ୟ ଦ୍ୱାର ଓ ଗର୍ଭଗୃହ ବା ମନ୍ଦିରର ଆସ୍ଥାନ ମଧ୍ୟ ଭାଗରେ ରହିଥାଏ ।ଏହା ଉତ୍ତର ଭାରତର ନାଗରା ମନ୍ଦିର ସ୍ଥାପତ୍ୟ ଶୈଳୀରେ ମଧ୍ୟ ଦେଖାଯାଇଥାଏ । ଦକ୍ଷିଣ ଭାରତ ରେ ସମାବେଶ ଆସ୍ଥାନ ପ୍ରକୋଷ୍ଠ ଗୁଡିକୁ " ମଣ୍ଡପ " କୁହାଯାଇଥାଏ ଓ ସାଧାରଣତଃ ସେଥିରେ ସ୍ତମ୍ଭଗୁଡ଼ିକ ରହିଥାଏ ।
ମନ୍ଦିରର ଗର୍ଭ ଗୃହ ପରି ଏହା ମଧ୍ୟ ଚତୁର୍ଭୁଜାକାର ବା ବର୍ତୁଳାକାର ଆକାରର ଚଟାଣ ଉପରେ ନିର୍ମିତ ହେଇଥାଏ । ତେବେ ଅନେକ ଦେବୀ ମନ୍ଦିରରେ ଜଗମୋହନଗୁଡ଼ିକ ଆୟତ୍ତକାର ବା ତ୍ରିଭୁଜାକାର ହିସାବରେ ନିର୍ମାଣ କରାଯାଇଥାଏ । ଉଦାହରଣ ସ୍ୱରୂପ ଓଡ଼ିଶାର ପୁରୀ ସହର ଚଉରାଶି ଠାରେରେ ଥିବା ବରାହୀ ଦେଉଳକୁ ନିରୀକ୍ଷ୍ୟଣ କରାଯାଇପାରେ । [୧]
ମନ୍ଦିର ସ୍ଥାପତ୍ୟ ଶୈଳୀ ଅନୁସାରେ ଅନେକ କ୍ଷେତ୍ରରେ ଗର୍ଭଗୃହରେ ଝରକା ନ ଥାଏ ଓ ତାହା ଭିତରେ ସାଧାରଣତଃ ସ୍ୱଳ୍ପ ଆଲୋକ ଉପସ୍ଥିତ ଥାଏ । କିନ୍ତୁ ଜଗମୋହନ ଗୃହରେ ପର୍ଯ୍ୟାପ୍ତ ଝରକା ଓ ଆଲୋକର ପ୍ରବେଶ ରହି , ତାହାର କାନ୍ଥ ଗୁଡିକରେ ଖୋଦିତ ବା ଚିତ୍ରିତ ଦେବା ଦେବୀ ଓ ଅନ୍ୟ ହିନ୍ଦୁ ଧର୍ମ ସମ୍ବନ୍ଧିତ ଚିତ୍ର ବା ମୂର୍ତି ସବୁ ରହିଥାଏ । କେତେକ ସ୍ଥାନରେ ଉଜ୍ଜଳ ରଙ୍ଗରେ ପୌରଣିକ କଥା ସମ୍ବନ୍ଧିତ ଅଙ୍କିତ ଚିତ୍ର ରହିଥାଏ । କେତେକ ମନ୍ଦିର ନିର୍ମାଣ ଶୈଳୀରେ ଜଗମୋହନର ଛାତକୁ ସ୍ତୁପାକାର କରାଯାଇ ଭିତର ଚ୍ଛାତରେ ମଧ୍ୟ ଅଳଙ୍କୃତ ଖୋଦନ ଚିତ୍ର ବା ଅଙ୍କିତ ଚିତ୍ର ସ୍ଥାନ ପାଇ ମନ୍ଦିରର ଶୋଭା ବର୍ଦ୍ଧନ କରିଥାଏ ।
ପୁରୀ ଶ୍ରୀମନ୍ଦିରର ଜଗମୋହନକୁ ମୁଖଶାଳା ମଧ୍ୟ କୁହାଯାଇଥାଏ ।[୨] ଏହା ଏକ " ପିଢା " ଦେଉଳ ଶୈଳୀରେ ନିର୍ମିତ ହେଇଥିଲା । ଏଥିରେ ପିରାମିଡ ଆକୃତିର ଛାତ ରହିଛି । ଏହା ଏକ ପୀଠ ବା ମୂଳଦୁଆ ଚଟାଣ ଉପରେ ରହିଛି । ଜଗମୋହନର କାନ୍ଥରେ ଖୋଦନ କରାଯାଇଥିବା ମୂର୍ତି ସବୁ ପ୍ରାଚୀନ କଳାରେ ରହିଥିଲେ ମଧ୍ୟ ତାହା ପରେ ମରାମତି ସମୟରେ ଲୁପ୍ତ ହେଇଯାଇଥିଲା । ଜଗମୋହନର ଛାତ ୪ଟି ବର୍ଗାକାର ସ୍ତମ୍ଭ ଉପରେ ରହି ଏଠାରୁ ଦକ୍ଷିଣ ଓ ନାଟ୍ଯ ମନ୍ଦିର ଆଡକୁ ଦୁଇଟି ବାଟ ରହିଛି । ଏଠାରେ ନାଟମନ୍ଦିରକୁ ମୁଖ୍ୟ ଦ୍ୱାର ଭାବରେ କୁହାଯାଏ । ଜଗମୋହନର ମୁଖ୍ୟ ଦ୍ୱାରକୁ ଜୟ- ବିଜୟ ଦ୍ୱାର କୁହାଯାଇଥାଏ ।[୩] କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନ , ମନ୍ଦିରର ମୁଖ୍ୟ ଶିଖର ଭାଙ୍ଗି ଗଲା ପରେ , ନିଜେ ଏକ ମୁଖ୍ୟ ମନ୍ଦିର ପରି ପ୍ରତ୍ୟୟମାନ ହେଇଥାଏ ।
{{cite book}}
: CS1 maint: unrecognized language (link)
{{cite web}}
: Cite has empty unknown parameter: |1=
(help)