ଜାତୀୟ ରାଜପଥ ୧୯ (NH 19; ପୂର୍ବତନ NH2) ଏକ ଭାରତୀୟ ଜାତୀୟ ରାଜପଥ । .[୧] ଦିଲ୍ଲୀ - କଲିକତା ରୋଡ କୁହାଯାଉଥିବା ଏହି ରାଜପଥ ଭାରତର ବ୍ୟସ୍ତତମ ରାଜପଥ ମଧ୍ୟରୁ ଗୋଟିଏ । ଏହାର ସମୁଦାୟ ଦୈର୍ଘ୍ୟ ୧,୪୩୫ କିଲୋମିଟର ଓ ଏହା ଦିଲ୍ଲୀ , ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ଦେଇ ଯାଇଥାଏ । ଏହା ଏଇତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ ତଥା ଏନଏଚ-୧ ଓ ଏନଏଚ-୯୧ର ମୁଖ୍ୟ ଭାଗ ନେଇଥାଏ ।
ବିଭିନ୍ନ ରାଜ୍ୟରେ ଏହି ରାଜପଥର ଦୈର୍ଘ୍ୟ ଏହିପରି ,
- ଏହି ଜାତୀୟ ରାଜପଥର ସମସ୍ତ ୧,୪୩୫ କିଲୋମିଟର ରାସ୍ତା କୁ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ଦ୍ୱାରା" ସୁବର୍ଣ୍ଣ ଚତୁର୍ଭୁଜ "ର ଅଂଶ ଭାବରେ ବଛା ଯାଇଛି ।[୨]
- ଏହି ରାଜପଥର ଦିଲ୍ଲୀ ଓ ଆଗ୍ରା ମଧ୍ୟରେ ଥିବା ପ୍ରାୟ ୨୫୩ କିଲୋମିଟର ରାସ୍ତାକୁ ଉତ୍ତର -ଦକ୍ଷିଣ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଚିହ୍ନଟ ହୋଇଛି । [୨]
- ଏହି ରାଜପଥର ବରାହ-କାନପୁର ମଧ୍ୟସ୍ଥ ପ୍ରାୟ ୩୫ କିଲୋମିଟର ରାସ୍ତାକୁ ପୂର୍ବ -ପଶ୍ଚିମ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପଦ୍ୱାରା ଘୋଷିତ ହେଇଛି । [୨]
- ଏହି ରାଜପଥ ଏସୀୟ ରାଜପଥ ଜାଲ ସମୂହର AH୧ର ଅଂଶ ବିଶେଷ ଭାବରେ ରହିଛି ।
ଜାତୀୟ ରାଜପଥରେ ରହିଥିବା / ନିକଟରେ ଥିବା ମୁଖ୍ୟ ସହର ସମୂହ
[ସମ୍ପାଦନା]
- ଦିଲ୍ଲୀ
- ଉତ୍ତରପ୍ରଦେଶ
- ବିହାର
- ମୋହସିନା
- ସାସାରାମ
- ଦେହରି ଅନ ସୋନ
- ଔରଙ୍ଗାବାଦ
- ଝାରଖଣ୍ଡ
- ପଶ୍ଚିମ ବଙ୍ଗ