![]() | |
Clinical data | |
---|---|
Pronunciation | /taɪˈæɡəbiːn/ |
Trade names | Gabitril |
AHFS/Drugs.com | monograph |
MedlinePlus | a698014 |
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | 90–95%[୧] |
Protein binding | 96%[୧] |
Metabolism | Liver (CYP450 system,[୧] primarily CYP3A)[୨] |
Elimination half-life | 5–8 hours[୩] |
Excretion | Fecal (63%) and kidney (25%)[୨] |
Identifiers | |
| |
Chemical and physical data | |
Formula | C20H25NO2S2 |
Molar mass | ୩୭୫.୫୫ g·mol−1 |
3D model (JSmol) | |
| |
| |
(verify) |
ଟିଆଗାବିନ, ଗାବିଟ୍ରିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଅପସ୍ମାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ନିର୍ଦ୍ଦିଷ୍ଟ ଭାବରେ ଏହା ଆଂଶିକ ବାତ (partial seizure) ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପଦ୍ୱାରା ନିୟନ୍ତ୍ରିତ ହୋଇନଥାଏ ।[୪] ଅନ୍ୟାନ୍ୟ ବ୍ୟାଧି ପାଇଁ ବ୍ୟବହାର ଉତ୍ସାହ ଜନକ ନୁହେଁ ।[୪] ଏହା ପାଟିରେ ଦିଆଯାଏ, ସାଧାରଣତଃ ଦିନରେ ଖାଦ୍ୟ ସହିତ ବିଭାଜିତ ମାତ୍ରାରେ ଦିଆଯାଏ ଓ ଏକ ଛୋଟ ମାତ୍ରାରୁ ଆରମ୍ଭ କରି ଧୀରେ ଧୀରେ ବୃଦ୍ଧି କରାଯାଇଥାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିଦ୍ରା, ଅଇ, ବିରକ୍ତି ଭାବ, ଯନ୍ତ୍ରଣା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୪] କେତେକ ପ୍ରକାରର ଅପସ୍ମାରରେ ବାତ ବାରମ୍ବାର ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଏବଂ ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା କରାଯାଉଛି। ।[୪] ଏହା ୱାଇ- ଆମିନୋବ୍ୟୁଟିରିକ୍ ଏସିଡ୍କୁ (GABA) ପ୍ରଭାବିତ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[୪]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିଆଗାବିନ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୧୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୪ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।[୪] [୭]
{{cite book}}
: CS1 maint: date format (link)