![]() | |
Clinical data | |
---|---|
Pronunciation | DOO-VE-LI-SIB |
Trade names | Copiktra |
AHFS/Drugs.com | monograph |
MedlinePlus | a618056 |
data | |
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Metabolism | mainly metabolized by CYP3A4[୧] |
Onset of action | 1-2 hours after initial administration |
Elimination half-life | 5.2 to 10.9 hours |
Excretion | Feces (79%), urine (14%) |
Identifiers | |
| |
ECHA InfoCard | 100.245.560 |
Chemical and physical data | |
Formula | C22H17ClN6O |
Molar mass | ୪୧୬.୮୭ g·mol−1 |
3D model (JSmol) | |
|
ଡୁଭେଲିସିବ (ଇଂରାଜୀ ଭାଷାରେ Duvelisib), କୋପିକଟ୍ରା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ ଲିଉକେମିଆ (CLL), ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା (SLL) ଏବଂ ଫୋଲିକୁଲାର ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସ୍ୱଳ୍ପ ରକ୍ତ କଣିକା, ରାସ, ଥକାପଣ, ଜ୍ୱର, ଯକୃତ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସର ପ୍ରଦାହ, ଅନୁର୍ବରତା ଏବଂ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ପିଆଇ୩କେଓ ଏବଂ ପିଆଇ୩କେୱାଇର (PI3Kδ ଏବଂ PI3Kγ) ଏକ ଦ୍ୱୈତ ପ୍ରତିବନ୍ଧକ ।
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୁଭେଲିସିବ୍ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୧୭,୨୦୦ ଡଲାର ଥିଲା ।[୪]