ତପୁ ମିଶ୍ର | |
---|---|
![]() ଭୁବନେଶ୍ୱରରେ ତପୁ ମିଶ୍ର | |
ଜନ୍ମ | ଧ୍ରୁତିତପା ମିଶ୍ର ୧୧ ଜାନୁଆରୀ ୧୯୮୫ |
ମୃତ୍ୟୁ | ୧୯ ଜୁନ ୨୦୨୧ | (ବୟସ ୩୬)
ବୃତ୍ତି | ପ୍ରଚ୍ଛଦପଟ ଗାୟିକା |
ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
ବୈବାହିକ-ସାଥୀ | ଦୀପକ ପୂଜାରୀ |
ପିତାମାତା | କ୍ଷେତ୍ରମୋହନ ମିଶ୍ର, ଚାରୁଲତା ମିଶ୍ର |
ସମ୍ପର୍କୀୟ | ଦୀପଶିଖା, ଧୃତିଦୀପା (ଭଉଣୀ) |
ତପୁ ମିଶ୍ର (୧୧ ଜାନୁଆରୀ ୧୯୮୫ - ୧୯ ଜୁନ ୨୦୨୧) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ "ଭଏସ୍ ଅଫ୍ ଓଡ଼ିଶା"ରେ ଗୁଡ୍ଲି ରଥ ଏବଂ ପମିଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।[୧]
୨୦୨୧ ମସିହା ଜୁନ ୧୯ ତାରିଖରେ କରୋନାରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]
ତପୁ ମିଶ୍ର ଓଡ଼ିଶାର ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଳ୍ପ ବୟସରେ ଗୀତ ବୋଲା ଶିଖି ଗୀତ ଗାଇବା ଆରମ୍ଭ କରିଥିଲେ ।[୩] ସେ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୪]
ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓ ପରେ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଡିଗ୍ରୀ ହାସଲ କରିଥିଲେ ।[୧]
ତପୁ ମିଶ୍ର ପ୍ରାୟତଃ ଅର୍ଦ୍ଧ-ଶାସ୍ତ୍ରୀୟ, ରୋମାଣ୍ଟିକ ଏବଂ ଆଇଟମ ଗୀତ ବୋଲୁଥିଲେ । ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଚଳଚ୍ଚିତ୍ର କୁଳ ନନ୍ଦନ ଜରିଆରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ସେ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ତାଙ୍କ ଗୀତ ନାରେ ନା ବଜାନା ବଂଶୀ ଖ୍ୟାତିଲାଭ କରିଥିଲା । ସେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ଏକ ସ୍ୱାଧୀନ କଳାକାର ଭାବରେ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଆସିଥିଲେ ।[୧]
ମଇ ୧୯ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଘରୋଇ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ପୁଣିଥରେ କରୋନା ପରବର୍ତ୍ତୀ ଜଟିଳତା ସୃଷ୍ଟି ହୋଇଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସିଯାଇଥିଲା । ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ ଓ ପରେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।[୧] ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।[୫]
କଣ୍ଠ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ତପୁ ମିଶ୍ର ଚାରୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲେ ।[୧]
{{cite web}}
: Check date values in: |date=
(help)