ଦକ୍ଷିଣମୂର୍ତ୍ତି ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଦକ୍ଷିଣମୂର୍ତ୍ତି ଶିବ |
Location | |
ସ୍ଥାନ | Vadodara |
State | ଗୁଜରାଟ |
Country | ଭାରତ |
Architecture | |
Type | ଆଧୁନିକ ସ୍ଥାପତ୍ୟ (Modern architecture) |
ଭାରତୀୟ ଆର୍ମି (Indian Army) | |
Completed | ୧୯୬୬ |
ଦକ୍ଷିଣମୂର୍ତ୍ତି ମନ୍ଦିର ବା ଇଏମଇ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା୧୯୬୬ ମସିହାରେ ତିଆରି ହୋଇ ପ୍ରଭୁ ଶିବଙ୍କୁ ସମର୍ପିତ ହୋଇଛି [୧] ଯାହାକୁ ଭଦୋଦରା (Vadodara) ସହରସ୍ଥିତ ଭାରତୀୟ ସେନା ବାହିନୀ (Indian Army Corps of EME) ପରିଚାଳନା କରନ୍ତି । ଏହାର ଅନୁପମ ଡିଜାଇନ ଓ ସ୍ଥାପତ୍ୟ ଉପରେ ଆଲୁମିନିଅମ ଚାଦର ଘୋଡ଼ାଯାଇଛି । ଏହି ମନ୍ଦିର ସୃଷ୍ଟିର ଭାବନା ତଥା ପ୍ଲାନ ଜଣେ ମରାଠୀ ଲେଖକ ତଥା ସ୍ଥାପତ୍ୟ ମାଧବ ଆଚବଲଙ୍କ ମାନସ ପ୍ରସ୍ତୁତ । ଉଭୟ ଭକ୍ତ ଓ ପରିବ୍ରାଜକ ନିମନ୍ତେ ଏହା ଏକ ଆକର୍ଷଣୀୟ ଓ ଏକକ ମନ୍ଦିର ।[୨]
ଏହି ମନ୍ଦିର ଇଏମଇ ସ୍କୁଲର ପୂର୍ବତନ ଖ୍ରୀଷ୍ଟିୟାନ କମାଣ୍ଡର ବ୍ରିଗ ଏ.ଏଫ. ଇଉଗୀନଙ୍କର (Brig A.F. Eugene) ଅସାମାନ୍ୟ ବୁଦ୍ଧି ଯୋଗୁ ତିଆରି ହୋଇଥିଲା ।[୩] ଏହି ମନ୍ଦିରରେ ଦେଶର ଅଧିକାଂଶ ବଡ଼ ଧର୍ମର ଧର୍ମନିରପେକ୍ଷତାର ଚିହ୍ନ ମିଳେ ଯାହା ଭାରତର ଏକ ବିଶେଷତ୍ୱ ଭାବରେ ଦେଖିବାକୁ ମିଳେ । [୪]
ମନ୍ଦିରର ମୂଖ୍ୟ ଦେବତା ଦକ୍ଷିଣ ଦିଗକୁ ମୁହଁ କରିଛନ୍ତି । ପ୍ରଭୁ ଦକ୍ଷିଣେଶ୍ୱର ଏତଦ୍ୱାରା ପୃଥିବୀକୁ ଶିକ୍ଷା ଦେଉଥିବା ଜଣାଯାଏ ।[୫] ମହାବଳୀପୁରମରୁ ଏକ ଗଣେଶ ବିଗ୍ରହ ଆଣି ଏଠାରେ ରଖାଯାଇଛି । ଶିବ ବିଗ୍ରହ ପଛ ପାଖରେ ଏକ ରୂପା ଆର୍ଚ୍ଚ ଉପରେ ଓଁ ନମଃ ଶିବାୟ ଲେଖାଯାଇଛି । ଏହା ବ୍ୟତୀତ ମନ୍ଦିର ଚାରିପାଖରେ ଶହ ଶହ ଦେବାଦେବୀଙ୍କର ବିଗ୍ରହ ଅଛି । ସେଗୁଡ଼ିକ ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବା ଜଣାଯାଏ ଓ ଏହି ବିଗ୍ରହମାନଙ୍କର ଅମରନାଥ ମନ୍ଦିରର ଶିବ ବିଗ୍ରହ ସହିତ ସାମଞ୍ଜସ୍ୟ ଅଛି । ଭକ୍ତ ଓ ପର୍ଯ୍ୟଟକ ନିମନ୍ତେ ମନ୍ଦିର ସକାଳ ୬:୩୦ରୁ ସନ୍ଧ୍ୟା ୮:୩୦ ପର୍ଯ୍ୟନ୍ତ ଖୋଲାରହେ । ମନ୍ଦିର ପରିସରରେ ଗାଢ ଶାଗୁଆ ଦୃଶ୍ୟ ଅତି ସୁନ୍ଦର ଦେଖାଯାଏ ଯାହାର ରକ୍ଷଣାବେକ୍ଷଣ ଭାରତୀୟ ସେନା ବାହିନୀ କରନ୍ତି ।[୬]