ଧନ ନନ୍ଦ | |
---|---|
Samrat
| |
Dhana Nanda | |
Dhana Nanda's empire | |
ଶାସନକାଳ | c. 329 BC – c. 321 BC |
ପୂର୍ବାଧିକାରୀ | Mahapadma Nanda |
ଉତ୍ତରାଧିକାରୀ | Chandragupta Maurya (the founder of Maurya Empire) |
ବାପା | Mahapadma Nanda |
ମହାବୋଧିବଂଶର ବର୍ଣ୍ଣନା ଅନୁସାରେ ଧନ ନନ୍ଦ ନନ୍ଦ ବଂଶର ଶେଷ ଶାସକ ଥିଲେ । ସେ ମହାପଦ୍ମ ନନ୍ଦଙ୍କ ୯ ଜଣ ପୁତ୍ରଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ପ୍ଳତାର୍ଚଙ୍କ ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କହିଥିଲେ ଯେ ନନ୍ଦ ତାଙ୍କର କ୍ରୁରତା ଓ କୁଣ୍ଠିତତା ଯୋଗୁଁ ଅଧିନସ୍ଥ ମାନଙ୍କଦ୍ୱାରା ଘୃଣିତ ହଉଥିଲେ । [୧][୨][୩]
ଗ୍ରୀକ ଏଇତିହାସିକ ଦୀଓଦୋରସ ଧନ ନନ୍ଦାଙ୍କୁ ଅଗ୍ରମ୍ମେସ ବା କ୍ଷନ୍ଦ୍ରାମେସ ଭାବରେ ବର୍ଣ୍ଣନା କରିଥିଲେ । ବୋଧ ହୁଏ ଏହି ଶବ୍ଦ ସଂସ୍କୃତର ଅଗ୍ରସୈନ୍ୟର ଅପଭ୍ରଂଶ ହେଇଥାଇପାରେ । .[୪]
ଧନ ନନ୍ଦାଙ୍କ ବିଷୟରେ ବିଶେଷ ବିବରଣୀ କରଟିଆସ, ଦୀଓଦୋରସ, ପ୍ଲତାର୍ଛଙ୍କ ଗ୍ରୀକ ଲେଖାରୁ ମିଳିଥାଏ । [୫]
ମହାପ୍ରସାଦ ମନ୍ଦଙ୍କ ଉତ୍ତରାଧିକାରୀ ଭାବରେ ଧନ ନନ୍ଦ ସିଂହାସନ ପାଇଥିଲେ । ସେ ସମୟରେ ନନ୍ଦା ବଂଶ ରହୟର ଲୋକ ସମୂହ ଓ ଅଧିନସ୍ଥ କର୍ମଚାରୀ, ଏପରିକି ନିକଟସ୍ଥ ରାଜ୍ୟ ମାନଙ୍କରେ ମଧ୍ୟ ଜନପ୍ରିଯ ନଥିଲେ । ଏହା ତାଙ୍କର କୃପଣତା ଓ ଅର୍ଥ ଲୋଭ ପାଇଁ ହେଇଥାଇ ପାରେ । [୬]
ଧନ ନନ୍ଦ ଜଣେ ଶକ୍ତିଶାଳୀ ଶାସକ ଥିଲେ । ସେ ପ୍ରାଚ୍ୟ, ତଳ ଗଙ୍ଗା ଉପତ୍ୟକା ଅଞ୍ଚଳ ଶାସନ କରୁଥିଲେ । ତାଙ୍କ କାଳରେ ନନ୍ଦା ସମ୍ଭରଜ୍ୟ ବିହାର ଓ ବେଙ୍ଗଲରୁ ପୌର୍ବ ପଞ୍ଜାବ ଓ ପଶ୍ଚିମ ସିନ୍ଧ ଯାଏ ବ୍ୟାପ୍ତ ହେଇଥିଲା । ତାଙ୍କର ୪ଜଣ ମନ୍ତ୍ରୀ ବନ୍ଧୁ , ସୁବନ୍ଧୁ, କୁବେର ଓ ଶକଟାଳ ରହିଥିଲେ । ଶକଟାଳ ନନ୍ଦଙ୍କ ତହବିଲରୁ ଅର୍ଥ ନେଇ ମ୍ଳେଚ୍ଛ ଆକ୍ରମଣ କାରୀଙ୍କୁ ଦେଇଦେଇ ସମ୍ଭ୍ରାଜ୍ୟ ତାଙ୍କ ଆକ୍ରମଣରୁ ରକ୍ଷ୍ୟା କରିଥିଲେ କିନ୍ତୁ ରାଜା ତାଙ୍କୁ ସେଥି ନିମନ୍ତେ ସପରିବାର ଦେଶାନ୍ତର କରି ସେଠାରେ ବନ୍ଦୀ କରିଥିଲେ । କେବଳ ଜଣକ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ତାଙ୍କୁ ଦିଆ ଯାଉଥିଲା । ଶକଟାଳଙ୍କ ବ୍ୟତୀତ ଅନନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ । ଏହା ମଧ୍ୟରେ ପୁନର୍ବାର ବିଦେଶୀମାନେ ନନ୍ଦ ସାମ୍ରାଜ୍ୟ ଆକ୍ରମଣ କରିବାରୁ ଧନ ଶକଟାଳଙ୍କ ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଚାଣକ୍ୟଙ୍କ ସହାୟତାରେ ନନ୍ଦ ବଂଶ ଧ୍ୱଂଶ କରି ଶକଟାଳ ପ୍ରତିଶୋଧ ନେଇଥିଲେ । [୭]
କଳିଙ୍ଗ ରାଜ୍ୟ ସହ ନନ୍ଦା ବଂଶର ସମ୍ପର୍କ ଭଲ ନଥିଲେ ମଧ୍ୟ ରାଜପୁତ୍ର ସୂର୍ଯ୍ୟ ନନ୍ଦ କଳିଙ୍ଗର ରାଜକୁମାରୀ ଦମୟନ୍ତୀଙ୍କୁ ବିବାହ କରିବା ପରେ କିଛି କାଳ ପାଇଁ ତାହା ଉତ୍ତମ ରହିଥିଲା । ତେବେ ସେହି ବିବାହ ପରି ତାହା କ୍ଷଣ ସ୍ଥାୟୀ ଥିଲା । କଳିଙ୍ଗର ପ୍ରଜା ଓ ରାଜପୁତ୍ର ଖାରବେଳ ଧନ ନନ୍ଦଙ୍କୁ ବର୍ବର ଆଖ୍ୟା ଦେଇଥିଲେ ।
ଧନ ନନ୍ଦ ପିତାଙ୍କଠାରୁ ବିଶାଳ ରାଜ୍ୟ ସହ ଏକ ବୃହତ ସୈନ୍ୟ ବାହିନୀର ଉତ୍ତରାଧିକାରୀ ହେଇଥିଲେ ।ଗ୍ରୀକ ଏଇତିହାସିକଙ୍କ ବର୍ଣ୍ଣନା ଅନୁସାରେ ନନ୍ଦଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ । [୮]
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଦ୍ୱାରା ପରାଜିତ ହେଲା ପରେ ତାଙ୍କୁ ଦୁଇ ପତ୍ନୀଙ୍କ ସହ ପଳାଯନ ପାଇଁ ସୁଯୋଗ ଦିଆ ଯାଇଥିଲା । ସେ ତାଙ୍କର କନ୍ୟାଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ବିବାହ ଦେଇଥିଲେ । [୯][୧୦]
ଧନ ନନ୍ଦଙ୍କ ମୃତ୍ୟୁର କାରଣ ସଠିକ ଭାବରେ ଜଣା ଯାଇନହୀନ । କେତେକ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ହତ୍ୟା କରେଇଥିଲେ । ଆଉ କେତେକ ତଥ୍ୟାନୁସାରେ ଚାଣକ୍ୟ ତାଙ୍କୁ ନିର୍ବାସନରେ ପଠେଇ ପରେ ହତ୍ୟା କରେଇଥିଲେ । ପୁଣି କେତେକ ମତ ଅନୁସାରେ ଧନ ନନ୍ଦା ବୌଦ୍ଧ ଧର୍ମ ଗ୍ରହଣ କରି ଭିକ୍ଷୁ ଜୀବନ ଜାପନ କରିଥିଲେ ।
{{citation}}
: More than one of |ISBN=
and |isbn=
specified (help)
{{citation}}
: More than one of |ISBN=
and |isbn=
specified (help){{citation}}
: More than one of |ISBN=
and |isbn=
specified (help){{citation}}
: More than one of |ISBN=
and |isbn=
specified (help)