ନାଗଭୂଷଣ ପଟ୍ଟନାୟକ

ନାଗଭୂଷଣ ପଟ୍ଟନାୟକ
ଗୁଣୁପୁରଠାରେ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି
ଜନ୍ମ
ନାଗଭୂଷଣ ପଟ୍ଟନାୟକ

(1934-11-27)୨୭ ନଭେମ୍ବର ୧୯୩୪
ମୃତ୍ୟୁ୯ ଅକ୍ଟୋବର ୧୯୯୮(1998-10-09) (ବୟସ ୬୩)
ଗୁଣୁପୁର,ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧିନକ୍ସଲବାଡି ଆନ୍ଦୋଳନ
ସନ୍ତାନଫଣୀଭୂଷଣ ପଟ୍ଟନାୟକ (ପୁଅ)
ପିତାମାତା(s)ରାମମୂର୍ତ୍ତି ପଟ୍ଟନାୟକ (ବାପା), ରାଜଲକ୍ଷ୍ମୀ ପଟ୍ଟନାୟକ

ନାଗଭୂଷଣ ପଟ୍ଟନାୟକ (୨୭ ନଭେମ୍ବର ୧୯୩୪ - ୦୯ ଅକ୍ଟୋବର ୧୯୯୮) ଓଡ଼ିଶାର ଜଣେ କମ୍ୟୁନିଷ୍ଟ ନେତା ଥିଲେ ।[] ରାୟଗଡା ଜିଲ୍ଲାର ପଦ୍ମପୁରଠାରେ ଏକ ମଧ୍ୟବିତ୍ତ ପରିବାରରେ ସେ ୨୭ ନଭେମ୍ବର ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଶ୍ରୀ ରାମମୂର୍ତ୍ତି ପଟ୍ଟନାୟକ ଓ ମାତା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ସେ ନକ୍ସଲବାଡ଼ି ଆନ୍ଦୋଳନରେ ଯୋଗ ଦେଲେ[] । ସିପିଆଇ(ଏମ-ଏଲ)ର ଅନ୍ୟତମ ସଂସ୍ଥାପକ ସଭ୍ୟ ତଥା ଜଣେ ଆଗଧାଡ଼ିର ନେତା ହିସାବରେ ସେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ।

ପିଲାଦିନ

[ସମ୍ପାଦନା]

ତାଙ୍କ ପିଲାଦିନ ପଦ୍ମପୁର ଗ୍ରାମରେ କଟିଥିଲା । ପ୍ରାଇମେରୀ ଶିକ୍ଷା ପଦ୍ମପୁରରେ ଶେଷ ହେବା ପରେ ସପରିବାର ସେ ଗୁଣୁପୁର ଚାଲିଗଲେ । ସେଠାକାର ଉଚ୍ଚବିଦ୍ୟାଳରେ ସେ ଅଧ୍ୟୟନ ସାରି ପାରଳାଖେମୁଣ୍ଡି ମହାରାଜାଙ୍କ ମହାବିଦ୍ୟାଳୟରେ ସ୍ନାତକ ଲାଭ କଲେ । ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ । ଏକ ସାକ୍ଷାତକାରରେ ସେ ତାଙ୍କ ପିଲାଦିନର ଏକ କୌତୁହଳପୂର୍ଣ କାହାଣିଟିଏ କହିଥିଲେ । ତାହା ହେଲା- ଦିନେ ତାଙ୍କ ବାପାଙ୍କୁ କେହିଜଣେ ଜଣାଇଲେ ଯେ ନାଗଭୁଷଣ ଜଣେ ସାଥିପିଲାକୁ ବାଡେଇଛନ୍ତି । ବାପା ରାଗରେ ତାଙ୍କୁ ଗୋଡାଇବାକୁ ଲାଗିଲେ । କିନ୍ତୁ ନାଗଭୁଷଣ ବି କମ ନୁହଁନ୍ତି । ସେ କୌଶଳ କ୍ରମେ ଗାଁ ମନ୍ଦିରରେ ପଶିଗଲେ । ହେଲେ ବାପା ଶିକୁଳି ବନ୍ଦ କରିଦେବାରୁ ନାଗଭୂଷଣ ଆଉ ବାଟ ପାଇଲେ ନାହିଁ । ତଥାପି ଅନନ୍ୟୋପାୟ ହୋଇ ସେ ଏକ ବଡ଼ ପଥର ଖଣ୍ଡ ଧରି ବାପାଙ୍କୁ ଡରାଇଲେ । ବାପା ଏକଦମ ଛାନିଁଆ । ଆଉ ବା କଣ କରନ୍ତେ । ବାଧ୍ୟ ହୋଇ କୋଳେଇନେଲେ ଏବଂ ଭଗବାନ ଶିବଙ୍କ ଶରଣାପନ୍ନ ହେଲେ । ସେହିଦିନଠାରୁ ତାଙ୍କ ନାଁ ରହିଲା ନାଗଭୂଷଣ ।

ଆନ୍ଦୋଳନ

[ସମ୍ପାଦନା]

ମାତ୍ର ପନ୍ଦର ବର୍ଷ ବୟସରେ, ସେ ଏ.ଆଇ.ଏସ.ଏଫ.ରେ ଯୋଗ ଦିଅନ୍ତି । ପରେ ସେ ମାଷ୍ଟର ଡିଗ୍ରୀ ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ । ସେଠାକାର ସାମ୍ୟବାଦୀ ଧାରା ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା । ତାଙ୍କ ବିରୁଦ୍ଧରେ ୩୨ଟି ହତ୍ୟା ସମେତ ଅଠଷଠିଟି ମକଦ୍ଦମାର ବିଚାର ଏକ ଅଦାଲତରେ ଚାଲିଲା । ଶେଷରେ ହାଇଦ୍ରାବାଦର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତଥାପି ମୃତ୍ୟୁକୁ ଭୟ କରୁ ନଥିବା ନାଗଭୁଷଣ ରାଜକ୍ଷମା ପାଇଁ ଆବେଦନ ସୁଦ୍ଧା କରି ନ ଥିଲେ । ତେବେ, ନବକୃଷ୍ଣମାଳତୀ ଚୌଧୁରୀଙ୍କ ଭଳି ଗାନ୍ଧୀବାଦୀଙ୍କ ପ୍ରଚେଷ୍ଟାରେ ତାଙ୍କୁ ୧୯୮୦ରେ ରାଜକ୍ଷମା ମିଳିଥିଲା ।[]

ନାଗଭୂଷଣ ଜଣେ କବି ମଧ୍ୟ ଥିଲେ ଏବଂ ସେ ନଜରୁଲ ଇସଲାମଙ୍କଦ୍ୱାରା ବିଶେଷଭାବେ ପ୍ରଭବିତ ହୋଇଥିଲେ । ସେ ଏକାଧିକ ଭାଷା ଯଥା ; ଓଡ଼ିଆ, ତେଲୁଗୁବଙ୍ଗଳା ଜାଣିଥିଲେ । ହେଲେ ତାଙ୍କର ଅଧିକାଂଶ ଲେଖା ଇଂରାଜୀ ଭାଷାରେ ପ୍ରକଶିତ ହୋଇଥିଲା । ନାଗଭୁଷଣଙ୍କ ରଚିତ 'poems of prisons' [][] ଭୁବନେଶ୍ୱରରେ ଅଗଷ୍ଟ ୨୬, ୨୦୧୨ରେ ପ୍ରକାଶିତ ହୋଇଛି । ୧୯୯୮ ମସିହା ଅକ୍ଟୋବର ୦୯ ତାରିଖରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

  1. Chakravarti,, Sudeep. Red Sun: Travels in Naxalite Country. Penguin Books India. pp. 98–99. Retrieved 26 June 2015.{{cite book}}: CS1 maint: extra punctuation (link)
  2. "From Naxalbari to Nalgonda". The Hindu Group. The Hindu. 5 Dec 2004. Retrieved 26 June 2015.
  3. "ଚୀର ବିପ୍ଳବୀ ନାଗଭୁଷଣ". Sambad. 9 October 2015. Archived from the original on 4 March 2016. Retrieved 9 October 2015.
  4. "Poems of Prisons by Nagbhushana Patnaik released". Odishabarta.com. Odishabarta. Archived from the original on 26 June 2015. Retrieved 26 June 2015.
  5. Correspondent, HNF. "Nagabhushan Patnaik's 'Poems of Prison' released in Bhubaneswar". hotnhitnews.com/. Archived from the original on 27 June 2015. Retrieved 26 June 2015.

ଅଧିକ ତଥ୍ୟ

[ସମ୍ପାଦନା]