Clinical data | |
---|---|
Synonyms | Nafcillin sodium |
AHFS/Drugs.com | monograph |
MedlinePlus | a685019 |
Pregnancy category |
|
Routes of administration | IM, IV |
Legal status | |
Legal status |
|
Pharmacokinetic data | |
Protein binding | 90% |
Metabolism | <30% liver |
Elimination half-life | 0.5 hours |
Excretion | Biliary and kidney |
Identifiers | |
| |
ECHA InfoCard | 100.005.174 |
Chemical and physical data | |
Formula | C21H22N2O5S |
Molar mass | ୪୧୪.୪୮ g·mol−1 |
3D model (JSmol) | |
| |
| |
(verify) |
ନାଫସିଲିନ (ଇଂରାଜୀ ଭାଷାରେ Nafcillin), ବିକ୍ରୟ ନାମ ୟୁନିପେନ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସ୍ଟାଫିଲୋକୋକସ ସଂକ୍ରମଣ ପ୍ରତିରୋଧ ଓ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି ସଂକ୍ରମଣ ମଧ୍ୟରେ ଚର୍ମ, ଶ୍ୱାସନଳୀ, ମୂତ୍ର ଓ ରକ୍ତ ସଂକ୍ରମଣ ହୋଇପାରେ ।[୧] ଏହା ଏମଆରଏସଏ (MRSA) ବିରୁଦ୍ଧରେ ପ୍ରଭାବଶାଳୀ ନୁହେଁ ।[୧] ଏହା ଶିରାରେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ପ୍ରଦାହ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ଏକ ପେନିସିଲିନ ପ୍ରକାରର ଏକ ବିଟା-ଲାକ୍ଟମ ଆଣ୍ଟିବାୟୋଟିକ୍ ।[୧] ଏହା ପେନିସିଲିନେଜ ପ୍ରତିରୋଧକ ।[୧]
୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ନାଫସିଲିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨ ଗ୍ରାମ ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[୩] ୨୦୧୨ରେ ୩୮ଟି ଦେଶ ମଧ୍ୟରୁ ଏହା କେବଳ ଗୋଟିଏ ଦେଶରେ ଉପଲବ୍ଧ ଥିଲା ।[୪]