![]() | |
![]() | |
Clinical data | |
---|---|
Trade names | Arranon, Atriance |
Synonyms | 506U78 |
AHFS/Drugs.com | monograph |
MedlinePlus | a607077 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Protein binding | <25% |
Metabolism | By adenosine deaminase, to 9-β-D-arabinofuranosylguanine |
Elimination half-life | 30 minutes (nelarabine) 3 hours (ara-G) |
Excretion | Kidney |
Identifiers | |
ECHA InfoCard | 100.170.768 |
Chemical and physical data | |
Formula | C11H15N5O5 |
Molar mass | ୨୯୭.୨୭ g·mol−1 |
3D model (JSmol) | |
| |
| |
(verify) |
ନେଲାରାବାଇନ (ଇଂରାଜୀ ଭାଷାରେ Nelarabine), ଆରାନନ ଏବଂ ଆଟ୍ରିଆନ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଟି-ସେଲ୍ ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆ (T-ALL) ଏବଂ ଟି-ସେଲ୍ ଲିମ୍ଫୋବ୍ଲାଷ୍ଟିକ୍ ଲିମ୍ଫୋମା (T-LBL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [୩] ଯେତେବେଳେ ଅନ୍ୟ ସମସ୍ତ ଚିକିତ୍ସା ଫଳପ୍ରଦ ହୁଏ ନାହିଁ, ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, କାଲୁଆ, ଜ୍ୱର, ଫୁଲା ଏବଂ ବାନ୍ତି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ୱନ୍ଦ୍ୱ, ବାତ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ ପେରିଫେରାଲ୍ ନିଉରୋପାଥି ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଆଣ୍ଟିମେଟାବୋଲାଇଟ୍ ଯାହା ଗୁଆନାଇନକୁ ବଦଳାଇଥାଏ ଏବଂ ନୂତନ ଡିଏନଏ ତିଆରିରେ ବାଧା ସୃଷ୍ଟି କରିଥାଏ ।[୪]
୨୦୦୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନେଲାରାବାଇନ ଅନୁମୋଦିତ ହୋଇଥିଲା ।[୫] [୪] ଯୁକ୍ତରାଜ୍ୟରେ ୨୫୦ ମିଗ୍ରା ବିଶିଷ୍ଟ ଛଅଟି ଭାଏଲର ମୂଲ୍ୟ୧୩୦୦ ପାଉଣ୍ଡ ଅଟେ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୬୦୦ ଡଲାର ଅଟେ ।[୭] ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା । [୮]