ପୂଜା ବାନାର୍ଜୀ | |
---|---|
ଜନ୍ମ | ଅଲିଗଡ଼, ଉତ୍ତର ପ୍ରଦେଶ, ଭାରତ | ୮ ନଭେମ୍ବର ୧୯୯୧
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
ପ୍ରସିଦ୍ଧି |
|
ବୈବାହିକ-ସାଥୀ | ସନ୍ଦୀପ ସ୍ୱଜୱାଲ (ବିବାହ: ୨୦୧୭)[୧] |
ସନ୍ତାନ | ୧ |
ପୂଜା ବାନାର୍ଜୀ (ଜନ୍ମ: ୮ ନଭେମ୍ବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧] ସେ ଏମ୍ଟିଭି ରୋଡ଼ିଜ୍ରେ ଜଣେ ପ୍ରତିଯୋଗୀ ଭାବେ ନିଜର ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟିକା ଭାବରେ ଏକ୍ ଦୂସ୍ରେ ସେ କର୍ତେ ହେଁ ପ୍ୟାର୍ ହମ୍ରେ କାମ କରିବା ଆରମ୍ଭ କରିଥିଲେ ।[୨]
ସେ ଏକତା କପୁରଙ୍କ ଦ୍ୱାରା ନିର୍ମିତ ଧାରାବାହିକ ଚନ୍ଦ୍ରକାନ୍ତା, ଚନ୍ଦ୍ର ନନ୍ଦିନୀ ଓ ଦିଲ୍ ଦିଲ୍ ତୋ ହୈ ଆଦିରେ ଅଭିନୟ କରି ପ୍ରାରମ୍ଭିକ ଲୋକପ୍ରିୟତା ପାଇଥିଲେ ।[୩] ଏହାପରେ ସେ କସୌଟି ଜିନ୍ଦେଗୀ କେରେ ନିବେଦିତା ବସୁ ଭୂମିକାରେ ଓ କୁମ୍କୁମ୍ ଭାଗ୍ୟରେ ରିୟା ମେହେରା ଭୂମିକାରେ ଅଭିନୟ କରିବା ପରେ, ସେ ଲୋକପ୍ରିୟତା ପାଇଥିଲେ ଏବଂ ଘରେ ଘରେ ପରିଚିତି ପାଇଥିଲେ ।[୪][୫] ୨୦୧୮ ମସିହାରୁ ସେ କପୁରଙ୍କ ଦ୍ୱାରା ନିର୍ମିତ ୱେବ୍ ସିରିଜ୍ କେହେନେ କୋ ହମ୍ସଫର୍ ହୈର ୩ ଟି ସିଜିନରେ ବାଣୀ ମେହେରାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୬]
୨୦୧୧ ମସିହାରେ, ସେ ଏମ୍ଟିଭି ରୋଡ଼ିଜ୍ ସିଜନ ୮ରେ ଅଂଶଗ୍ରହଣ କରି ଥିଲେ ।[୧] ୨୦୧୨ ମସିହାରେ ସେ ଷ୍ଟାର୍ ପ୍ଲସ୍ରେ ଏକ୍ ଦୁସ୍ରେ ସେ କର୍ତେ ହୈ ପ୍ୟାର୍ ହମ୍ ଜରିଆରେ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।[୭] ୨୦୧୩ ମସିହାରେ, ସେ ପରଜାଦ୍ ଭାବରେ ଲାଇଫ୍ ଓକେରେ ପ୍ରସାରିତ ଦି ଆଡଭେଞ୍ଚର ଅଫ୍ ହାତିମରେ ଅଭିନୟ କରିଥିଲେ ।[୮]
ସେହି ବର୍ଷ, ସେ ସାହାର ୱାନ୍ରେ ପ୍ରସାରିତ ଧାରାବାହିକ ଧାରାବାହିକ ଘର୍ ଆଜା ପରଦେଶୀରେ ରୁଦ୍ରାଣୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବକ୍ସ କ୍ରିକେଟ୍ ଲିଗ୍ର ପ୍ରଥମ ସିଜିନ୍ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଚେନାଲ୍ ଭିରେ ପ୍ରସାରିତ ଧାରାବାହିକ ସୁଇମ୍ ଟିମ୍ରେ କାମ କରିଥିଲେ ।[୯][୧୦]
୨୦୧୬ ମସିହାରେ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ନାଗାର୍ଜୁନରେ ସେ କାମ କରିଥିଲେ ।[୬] ୨୦୧୭ ମସିହାରେ, ସେ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ଚନ୍ଦ୍ର ନନ୍ଦିନୀରେ ବିଶାଖା ଓ କାଳ୍ପନିକ ଡ୍ରାମା ଚନ୍ଦ୍ରକାନ୍ତାରେ ସୂର୍ଯ୍ୟକାନ୍ତା ଭାବରେ ସହାୟକ ଭୂମିକାରେ ଅଭିନୟ କରିଥିଲେ ।[୧୧][୧୨]
ପରବର୍ତ୍ତୀ ସମୟରେ ସେ ବକ୍ସ କ୍ରିକେଟ୍ ଲିଗ୍ର ଚତୁର୍ଥ ସିଜନ୍ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ୨୦୧୮ ମସିହାରେ, ସେ ଧାରାବାହିକ ଦିଲ୍ ହି ତୋ ହୈରେ କାମ କରିଥିଲେ ।[୧୩][୧୪]
୨୦୧୮ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ସେ ୱେବ୍ ସିରିଜ୍ କେହେନେ କୋ ହମ୍ସଫର୍ ହୈରେ ବନି ମେହେରା ଭାବରେ ଅଭିନୟ କରିଥିଲେ ଏବଂ ୨୦୧୯ ମସିହାରେ ନାଚ୍ ବଲିୟେ ସିଜନ୍ ୯ରେ ଅଂଶଗ୍ରହଣ କରିଥିଲେ । ୨୦୨୦ ମସିହାରେ ସେ ୱେବ୍ ସିରିଜ୍ ଦି କସିନୋରେ ଅଭିନୟ କରିଥିଲେ ।[୧୫]
୨୦୨୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ, ଧାରାବାହିକ କୁମ୍କୁମ୍ ଭାଗ୍ୟରେ ରିୟା ମେହେରା ଭୂକିକା ଅଭିନୟ କରିଥିଲେ ।[୧୬]
୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।[୧୭]
ବର୍ଷ | ଶୀର୍ଷକ | ଭୂମିକା | ଆଧାର |
---|---|---|---|
୨୦୧୧ | ଏମ୍ଟିଭି ରୋଡ଼ିଜ୍ | ପ୍ରତିଯୋଗୀ | |
୨୦୧୨ | ଏକ୍ ଦୁସ୍ରେ ସେ କର୍ତେ ହେଁ ପ୍ୟାର୍ ହମ୍ | ତେଜଲ୍ ମଜୁମଦାର | [୧୮] |
୨୦୧୩–୨୦୧୪ | ଦି ଆଡ୍ଭେଞ୍ଜର୍ସ୍ ଅଫ୍ ହାତିମ୍ | [୮] | |
୨୦୧୩ | ଘର୍ ଆଜା ପରଦେଶୀ | ରୁଦ୍ରାଣୀ | |
୨୦୧୪–୨-୧୫ | ବକ୍ସ କ୍ରିକେଟ୍ ଲିଗ୍ ୧ | ପ୍ରତିଯୋଗୀ | [୧୯] |
୨୦୧୫–୨୦୧୬ | ସ୍ୱିମ୍ ଟୀମ୍ | ରେୱା ମାଥୁର୍ | [୨୦] |
୨୦୧୫ | ହାଲ୍ଲା ବୋଲ୍ ୨ | ମୀରା | |
ମାନ୍ ନା ମାନ୍ ମେଁ ତେରା ମେହମାନ୍ | ଅନାରକଲି | ||
୨୦୧୬-୨୦୧୭ | ନାଗାର୍ଜୁନ-ଏକ ଯୋଦ୍ଧା | ନୂରୀ ଶାସ୍ତ୍ରୀ | |
୨୦୧୭ | ଚନ୍ଦ୍ର ନନ୍ଦିନୀ | ବିଶାଖା | [୧୨] |
ଚନ୍ଦ୍ରକାନ୍ତା | |||
୨୦୧୮ | ବକ୍ସ କ୍ରିକେଟ୍ ଲିଗ୍ ୩ | ପ୍ରତିଯୋଗୀ | |
ଦିଲ୍ ହି ତୋ ହୈ | ଆରୋହୀ | ||
ବିକ୍ରମ ବେତାଳ କି ରହସ୍ୟ ଗାଥା | ସୋନପ୍ରଭା | [୨୧] | |
୨୦୧୮–୨୦୨୦ | କସୌଟି ଜିଙ୍ଗେଦି କେ | ନିବେଦିତା ବସୁ ସେନଗୁପ୍ତା | |
୨୦୧୯ | ବକ୍ସ କ୍ରିକେଟ୍ ଲିଗ୍ ୪ | ପ୍ରତିଯୋଗୀ | |
ନାଚ୍ ବଲିୟେ ୯ | |||
୨୦୨୦–୨୦୨୨ | କୁମ୍କୁମ୍ ଭାଗ୍ୟ | ରିୟା ମେହେରା | [୧୬] |
୨୦୨୩ | ବଡ଼େ ଅଚ୍ଛେ ଲଗ୍ତେ ହେଁ ୨ | ପିହୁ କପୁର |
ବର୍ଷ | ଧାରାବାହିକ | ଭୂମିକା | ଆଧାର |
---|---|---|---|
୨୦୧୮-୨୦୨୦ | କେହେନେ କୋ ହମ୍ସଫର୍ ହେଁ | ବାଣୀ ମେହେରା | |
୨୦୧୯ | ଓନ୍ଲି ଫର୍ ସିଙ୍ଗଲ୍ସ୍ | ଅପ୍ପୁ | |
୨୦୨୦ | ଦି କସିନୋ | ରିୟା ମାରୱା | [୧୫] |