Clinical data | |
---|---|
Trade names | Elfabrio |
Synonyms | PRX-102, pegunigalsidase alfa-iwxj |
data | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C2060H3130N552O601S27 |
Molar mass | ୪୬,୧୧୦.୫୮ g·mol−1 |
ପେଗୁନିଗାଲସିଡେଜ ଆଲଫା, (ଇଂରାଜୀ ଭାଷାରେ Pegunigalsidase alfa), ଏଲଫାବ୍ରିଓ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫାବ୍ରି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ସମ୍ବନ୍ଧୀୟ ପ୍ରତିକ୍ରିୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଦୁର୍ବଳତା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ, ବିଶେଷ ଭାବରେ ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ୍ ।[୨] ଏହା α- ଗାଲାକ୍ଟୋସିଡେଜ୍-ଏର ପରିବର୍ତ୍ତିତ ରୂପ ହୋଇ ଏନଜାଇମ୍ ରିପ୍ଲେସମେଣ୍ଟ ଥେରାପି ଭାବରେ କାମ କରେ ।[୨] [୧]
୨୦୨୩ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗୁନିଗାଲସିଡେଜ ଆଲଫା ଅନୁମୋଦିତ ହୋଇଥିଲା ।[୧] [୨] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ ।[୧] ୨୦୨୩ ମଧ୍ୟଭାଗରେ ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଅସ୍ପଷ୍ଟ ଥିଲା ।[୪]