Clinical data | |
---|---|
Trade names | Cordran, Haelan, others |
Synonyms | Flurandrenolide, flurandrenolone |
AHFS/Drugs.com | monograph |
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.014.724 |
Chemical and physical data | |
Formula | C24H33FO6 |
Molar mass | ୪୩୬.୫୨ g·mol−1 |
3D model (JSmol) | |
| |
| |
(verify) |
ଫ୍ଲୁଡ୍ରକ୍ସିକର୍ଟାଇଡ,(ଇଂରାଜୀ ଭାଷାରେ Fludroxycortide), ଯାହା ଫ୍ଲୁରାଣ୍ଡ୍ରେନୋଲାଇଡ ଏବଂ ଫ୍ଲୁରାଣ୍ଡ୍ରେନୋଲୋନ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଚର୍ମ ଉପଯୋଗୀ ଷ୍ଟିରଏଡ ଯାହା ଏକଜିମା ଏବଂ ସୋରିଆସିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଚର୍ମର ରୋଗ ଥିବା ସ୍ଥାନରେ ଏହା ଦିନକୁ ଥରେ କିମ୍ବା ଦୁଇଥର ପ୍ରୟୋଗ କରାଯାଏ ।[୨]
ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା, ବ୍ରଣ, ଚର୍ମ କୃଶତା, ଏବଂ ଚର୍ମ ଗାର ବା ଷ୍ଟ୍ରିଆ ସଙ୍କଟ ରହିପାରେ | [୨] [୧] କ୍ୱଚିତ୍ କୁସିଂ ସିଣ୍ଡ୍ରୋମ ହୋଇପାରେ | [୧] ଗର୍ଭାବସ୍ଥାରେ ଦୀର୍ଘ କିମ୍ବା ବ୍ୟାପକ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୩] ଏହା ମଧ୍ୟମରୁ ଉଚ୍ଚ ଶକ୍ତି ବିଶିଷ୍ଟ ଅଟେ ।[୨] [୧]
୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଫ୍ଲୁଡ୍ରକ୍ସିକର୍ଟାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୬୦ ଗ୍ରାମର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୬ ଡଲାର ଅଟେ ।[୪]