Monoclonal antibody | |
---|---|
Type | Whole antibody |
Source | Human |
Target | Interleukin 17 receptor A |
Clinical data | |
Trade names | Siliq, Kyntheum |
Synonyms | KHK4827, AMG 827 |
AHFS/Drugs.com | monograph |
data |
|
Routes of administration | SubQ[୧] |
Legal status | |
Legal status |
|
Chemical and physical data | |
Formula | C6372H9840N1712O1988S52 |
Molar mass | ୧,୪୩,୯୦୫.୯୩ g·mol−1 |
(verify) |
ବ୍ରୋଡାଲୁମାବ, ବେପାର ନାମ ସିଲିକ୍ ଏବଂ କିନ୍ଥେମ୍, ଏକ ଔଷଧ ଯାହା ପ୍ଲେକ ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମରୁ ଗୁରୁତର ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଅନ୍ୟ ଚିକିତ୍ସାରେ ଉନ୍ନତି ହୋଇନଥାଏ ।[୩] ଚମ ତଳେ ଏହା ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ତରଳ ଝାଡ଼ା, ଗଳା ଯନ୍ତ୍ରଣା, ବାନ୍ତି, ସ୍ୱଳ୍ପ ଶ୍ୱେତ ରକ୍ତକଣିକ ଏବଂ ଟିନିଆ ସଂକ୍ରମଣ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ କ୍ରନ୍ ରୋଗ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ ୧୭କୁ ଅବରୋଧ କରିଥାଏ । [୨]
୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଏହା ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୩] [୨] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ୧୩୦୦ ପାଉଣ୍ଡ ଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୨,୮୦୦ ଡଲାର ଅଟେ । [୫]