ମାଝା (ପଞ୍ଜାବୀ: ਮਾਝਾ (ଗୁରୁମୁଖୀ), ماجھا (ଶମୁଖୀ); Mājhā) ଅଞ୍ଚଳ, ଐତିହାସିକ ପଞ୍ଜାବ ଅଞ୍ଚଳର କେନ୍ଦ୍ରରେ ଅବସ୍ଥିତ ।[୧], ଯାହା ବେଆସ ନଦୀର ଦକ୍ଷିଣ ପାର୍ଶ୍ୱରେ [ନୋଟ-୧} ଉତ୍ତର ପଟକୁ ଅନସ୍ଥିତ ଓ ଝେଲମ ନଦୀର ଉତ୍ତରକୁ ବିସ୍ତୃତ ।[୨] ମାଝା ଅଞ୍ଚଳର ଲୋକମାନଙ୍କୁ ମାଝି କୁହାଯାଏ । ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ମାଝି ଏହି ଅଞ୍ଚଳର ମୁଖ୍ୟ ଭାଷା, ଯାହା ମଧ୍ୟ ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ।[୩]
୧୯୪୭ରେ ଭାରତ ବିଭାଜନ ସମୟରେ, ମାଝା ଅଞ୍ଚଳ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଭାଗ ହୋଇଯାଇଥିଲା । ଏହାପରେ ପଞ୍ଜାବ ଭାରତ ଓ ପଞ୍ଜାବ ପାକିସ୍ତାନ ଗଠନ ହେଲା । ଭାରତର ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତାର୍ନ ତାରାନ ଜିଲ୍ଲାରେ, ସତଲେଜ୍ ନଦୀର ଉତ୍ତର ପାର୍ଶ୍ୱ ସହ ବେଆସ୍ ଓ ରାବି ନଦୀର ମିଳନସ୍ଥଳ ପରେ ସେମାନଙ୍କର ମଝି ଅଞ୍ଚଳକୁ ବୁଝାଏ ।[୪] ଏହି ଅଞ୍ଚଳରେ ପଞ୍ଜାବର ୪ଟି ଜିଲ୍ଲା ରହିଛି - ଅମୃତସର, ତାର୍ନ ତାରାନ୍, ଗୁରଦାସପୁର ଓ ପଠାନକୋଟ ।
ମାଝା ଶବ୍ଦର ଅର୍ଥ (ਮਾਝਾ) କେନ୍ଦ୍ର ବା ହୃଦୟ । ଏହି ମାଝା ଅଞ୍ଚଳ ଭୌଗୋଳିକ ଭାବେ ଐତିହାସିକ ପଞ୍ଜାବର କେନ୍ଦ୍ରରେ ଅବସ୍ଥିତ । ତେଣୁ ତା'ର ନାମ ମାଝା ।[୫] ଏହା ବେରି ଦୋଆବ (ବେଆସ ଓ ରାବି ନଦୀ ମଧ୍ୟରେ ଥିବା ଅଞ୍ଚଳ ଏବଂ ରାବି ଓ ଚେନାବ ନଦୀ ମଧ୍ଯରେ ଥିବା ରେଚନା ଦୋଆବ ଅଞ୍ଚଳ) ଅଞ୍ଚଳର ଏକ ମୁଖ୍ୟ ଅଂଶ ଏବଂ ଜେଚ ଦୋଆବ (ଝେଲମ ଓ ଚେନାବ ନଦୀର ମଝି ଅଞ୍ଚଳ) ଅଞ୍ଚଳର ଏକ ଛୋଟ ଅଂଶ ।[୬]
ଐତିହାସିକ ପଞ୍ଜାବ ଅଞ୍ଚଳର ମାଝା ଅଞ୍ଚଳ ବେଆସ ନଦୀର ଉତ୍ତର ପାର୍ଶ୍ୱରେ[note ୧] ଅବସ୍ଥିତ ଓ ଏହା ଝେଲମ ନଦୀର ଉତ୍ତରକୁ ବିସ୍ତୃତ[୨], ଯାହା ଏହାକୁ ଐତିହାସିକ ପଞ୍ଜାବର ସର୍ବବୃହତ୍ ଅଞ୍ଚଳ କରିଛି ।
ଯଦିଓ ଭାରତ ବିଭାଜନ ବ୍ରିଟିଶ ଭାରତକୁ ଦୁଇଟି ରାଜ୍ଯ ଭାରତ ପଞ୍ଜାବ (ପୂର୍ବ ପଞ୍ଜାବ) ଓ ପାକିସ୍ତାନ ପଞ୍ଜାବ (ପଶ୍ଚିମ ପଞ୍ଜାବ)ରେ ବିଭାଜିତ କରିଛି, ତଥାପି ବିଭାଜନ ପୂର୍ବରୁ ମାଝା ଅଞ୍ଚଳ ଯେପରି ଥିଲା ସେପରି ଅଛି ।
ଭାରତୀୟ ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତା'ର ଐତିହାସିକତା ବଜାୟ ରଖିଛି । ମତ୍ର ପାକିସ୍ତାନ ମାଝା ବା ଲାହୋରରେ ୧୦ଟି ସବ୍-ଡିଭିଜନ୍ ଯଥା : ବାହାୱାଲପୁର, ଦେରା ଘାଜି ଖାନ୍, ଫୈସଲାବାଦ୍, ଗୁଜରନ୍ୱାଲା, ଲାହୋର, ମୁଲତାନ, ରାୱଲପିଣ୍ଡି ।[୭], ସାହୀୱାଲ ଓ ସରଗୋଢ଼ା ।
ମାଝାର ଜିଲ୍ଲା:[୨]
୨୦୧୬ରେ ଭାରତୀୟ ପଞ୍ଜାବରର ମାଝା ଜିଲ୍ଲା |
ପାକିସ୍ତାନ ପଞ୍ଜାବରର ମାଝା ଜିଲ୍ଲା
|
ଅମୃତସର |
ଗୁଜରନ୍ୱାଲା, ନାରୋୱାଲା, ଶେଖିପୁରା, ରାୱଲପିଣ୍ଡି
|
ତାର୍ନ ତାରାନ୍ |
ଲାହୋର, କସୁର, ଫୈସଲାବାଦ୍, ହାଫିଜାବାଦ୍
|
ଗୁରଦାସ୍ପୁର |
ନାନକନ ସାହିବ, ପାକପଟ୍ଟାନ, ଚିନିଓଟ
|
ପଠାନକୋଟ |
ସିଆଲକୋଟ, ସାହିୱାଲ୍, ଗୁଜରାଟ, ଓକାରା
|
- ସ୍ୱର୍ଣ୍ଣ ମନ୍ଦିର ହରମନ୍ଦିର ସାହିବ, ଅମୃତସର
- ଜାଲିଆନାୱାଲା ବାଗ, ଅମୃତସର
- ହାରିକେ ପଟାନ ପକ୍ଷୀ ଅଭୟାରଣ୍ୟ, ତାର୍ନ ତାରନ୍
- ୱାଘା ସୀମା, ୱାଘା ଅମୃତସର, ଭାରତ ଓ ଲାହୋର, ପାକିସ୍ତାନ ମଧ୍ୟରେ ସୀମା
- ରଣଜିତ ସାଗର ଡ୍ୟାମ୍, ଶାହପୁର କାଣ୍ଡି, ପଠାନକୋଟ
- ଦୁର୍ଗିଆନା ମନ୍ଦିର, ଅମୃତସର
- ଗୋବିନ୍ଦଗଡ ଦୁର୍ଗ, ଅମୃତସର
- ସାହପୁର କାଣ୍ଡି ଦୁର୍ଗ Archived 2016-03-11 at the Wayback Machine., ପଠାନକୋଟ
- ନୂପୁର ଦୁର୍ଗ Archived 2016-11-25 at the Wayback Machine., ପଠାନକୋଟ
- Coronation platform of ଆକବର, କାଲାନୌର,ଗୁରଦାସପୁର
- ସମଶେର ଖାନ୍ଙ୍କ ସମାଧୀ, ବାଟାଲା
- ୱାଘା ସୀମା], ଅମୃତସର-ଲାହୋର
- ପୁଲ କାଞ୍ଜିରି, ଅମୃତସର
- ବଡ଼ସାହି ମସଜିଦ, ଲାହୋର
- ଲାହୋର ଦୁର୍ଗ (ସାହୀ କିଲ୍ଲା), ଲାହୋର
- ବାଗ୍-ଏ-ଜିନ୍ନା, ଲାହୋର
- ଲାହୋର ମ୍ୟୁଜିୟମ, ଲାହୋର
- ଶାଲିମାର ବଗିଚା, ଲାହୋର
- ଜାହାଙ୍ଗୀର ସମାଧୀ, ଲାହୋର
- ବାବା ଦୀପ ସିଂହ ଜୀ (୧୬୮୨-୧୭୫୭), ପ୍ରସିଦ୍ଧ ଶିଖ ସହୀଦ
- ଶିଖ ସାମ୍ରାଜ୍ୟର ପ୍ରତିଷ୍ଠାତା ତଥା ପଞ୍ଜାବର ମହାରାଜା ରଣଜିତ ସିଂହ
- ଶିଖ ଖଲାସା ସୈନ୍ୟବାହିନୀର ପ୍ରସିଦ୍ଧ ସୈନ୍ୟ ହରି ସିଂହ ନାଲ୍ୱା (୧୭୯୧-୧୮୩୭)
- ଦୁରୁ ହରଗୋବିନ୍ଦ ସାହିବ ଜୀଙ୍କ ସମୟରେ ଧରମ ପ୍ରଚାରକ ତଥା ପ୍ରସିଦ୍ଧ ଯୋଦ୍ଧା ଭାଇ ବିଢି ଚାନ୍ଦ ଛିନ୍ନା
- ଅକାଳୀ ନିହାଗର ଶିଖ ଗେନେରାଲ୍ ଓ ଖଲାସା ପନ୍ଥର ଜାଠେଦାର ଅକାଳୀ ଫୁଲ ସିଂହ (୧୭୬୧-୧୮୨୩)
- ଶିଖ ଧରମର ବାବା ବୁଢ଼ା ଜୀ
- ଶିଖ ସାମ୍ରାଜ୍ୟର ଗେନେରାଲ ଶାମ ସିଂହ ଅଟ୍ଟାରିୱାଲା
- ଦିଲ୍ଲୀ ଅଧିକାର କରିଥିବା ବାବା ବାଘେଲ ସିଂହ
- ଏସ୍ଏସ୍ କୋମାଗାତା ମାରୁର ବାବା ଗୁରଦିତ ସିଂହ
- ଶିଖ ଷୀଦ ଭାଇ ମହା ସିଂହ
- କୁସ୍ତିଯୋଦ୍ଧା ଦାରା ସିଂହ
- ଭାରାତର ପୂର୍ବତନ ଲୋକ ସଭା ବାଚସ୍ପତି ଗୁରଦିଆଲ ସିଂହ ଧିଲୋଂ
- ସ୍ୱାଧୀନତା ସଂଗ୍ରାମୀ ଜଗବୀର ସିଂହ ଛିନା
- ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଦିଲ୍ଲୀର ଦୁଇଟି ପଦକ ବିଜେତା ଗୁରପ୍ରୀତ ସିଂହ (ସୁଟର)
- ପୂ୍ବତନ ଭାରତୀୟ ନିର୍ବାଚନ ମୁଖ୍ୟ ଓ କ୍ରୀଡା ମନ୍ତ୍ରୀ ଏମ୍ ଏସ୍ ଗିଲ୍
- ଶିଖ ସହୀଦ ମାଇ ଭାଗୋ
- ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କାଇରୋ
- ଔପନାସିକ ସୁରାନ୍ଦ୍ର ମୋହନ ପାଠକ
- ଏସ୍ଗିପିସିର ପ୍ରତିଷ୍ଠାତା ତେଜା ସିଂହ ସାମୁନ୍ଦ୍ରୀ
- ଗଦର ପାର୍ଟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୋହନ ସିଂହ ଭାଖନା
- ଶିଳ୍ପ୍ପତି ଓ ଲେଖକ ଗୁରବାକ୍ଷ ଚହଲ
-
Ranjit Sagar Dam, Shahpur Kandi
-
Ravi River
-
Emperor Akbar crowning platform, Kalanaur
-
Golden Temple and the Akal Takht, Amritsar
-
Badshahi Mosque, Lahore
-
Lahore Fort, Lahore
-
Lahore Museum, Lahore
-
Shalimar Gardens
-
Jahangir's Tomb, Lahore
- ↑ The left/right bank of a river is determined by looking in the direction of flow of the river (facing downstream).
- ↑ Discover India http://www.discoveredindia.com/punjab/about-punjab/regions-in-punjab.htm[permanent dead link]
- ↑ ୨.୦ ୨.୧ ୨.୨ Grover, Parminder Singh (2011). Discover Punjab: Attractions of Punjab. Parminder Singh Grover. p. 179.
- ↑ Advanced Centre for Technical Development of Punjabi Language, Literature and Culture, Punjabi University, Patiala Punjabi University, Patiala. Archived 2017-07-31 at the Wayback Machine.
- ↑ Punjab Data, Know Everything About Punjab http://www.punjabdata.com/Majha-Malwa-Doaba.aspx
- ↑ Vipul Punjabi https://vipulpunjabi.wordpress.com/regions-and-districts/majha/
- ↑ Kakshi, S.R.; Pathak, Rashmi; Pathak, S.R.Bakshi R. (2007-01-01). Punjab Through the Ages. Sarup & Sons. ISBN 978-81-7625-738-1. Retrieved 12 June 2010.
- ↑ Rawalpindi: Majha, Punjab, Islamabad, Tribes and Castes of Rawalpindi District, Rawalpindi District, Demography of Rawalpindi District https://www.amazon.it/Rawalpindi-Punjab-Islamabad-District-Demography/dp/6131076170
ଛାଞ୍ଚ:ପଞ୍ଜାବ, ଭାରତ
{{ପଞ୍ଜାବ ଭୂଗୋଳ}
ଛାଞ୍ଚ:GeoSouthAsia