ଶକ୍ତି ମୋହନ | |
---|---|
![]() ଶକ୍ତି ମୋହନ | |
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନୃତ୍ୟଶିଳ୍ପୀ, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯–ବର୍ତ୍ତମାନ |
ଶୈଳୀ | Dances - କଣ୍ଟେପୋରାରୀ, ଭାରତ ନାଟ୍ୟମ, ବ୍ୟାଲେଟ, ୱାକିଙ୍ଗ |
ସମ୍ପର୍କୀୟ | ନିତି ମୋହନ , କ୍ରିତୀ ମୋହନ, ମୁକ୍ତି ମୋହନ |
ୱେବସାଇଟ | nrityashakti |
ଶକ୍ତି ମୋହନ ଭାରତର ଜଣେ କଣ୍ଟେପୋରାରୀ ନୃତ୍ୟଶିଳ୍ପୀ ଅଟନ୍ତି। ସେ ଜୀ ଟିଭି ରିୟାଲିଟି ସୋ ଡାନ୍ସ ଇଣ୍ଡିଆ ଡାନ୍ସ ଦ୍ୱିତୀୟ ସିଜନ୍ର ବିଜେତା ଅଟନ୍ତି। ସେ ବର୍ତ୍ତମାନ କିଛି ଲୋକପ୍ରିୟ ନୃତ୍ୟ ରିୟାଲିଟି ସୋ ଡାନ୍ସ ପ୍ଲସ୍ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସିଜନ୍ରେ ନୃତ୍ୟ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟରତ। ସେ ଆନ୍ତର୍ଜାତୀୟ ନୃତ୍ୟ ରିୟାଲିଟି ସୋ ଡାନ୍ସ ସିଙ୍ଗାପୁର ଡାନ୍ସ ୨୦୧୫ରେ ଜର୍ଜ ହୋଇସାରିଛନ୍ତି ଏବଂ ଡାନ୍ସ ଓଡ଼ିଶା ଡାନ୍ସ ୨୦୧୭ରେ ଗ୍ରାଣ୍ଡ୍ ମାଷ୍ଟର ହୋଇସାରିଛନ୍ତି। ଶକ୍ତି ମୁମ୍ବାଇରେ "ନୃତ୍ୟ ଶକ୍ତି" ନାମକ ଏକ ଡାନ୍ସ ଷ୍ଟୁଡିଓର ଶୁଭାରମ୍ଭ କରିଛନ୍ତି ଯାହା ୨୮୦୦ ବର୍ଗଫୁଟ ଜମି ବିଶିଷ୍ଟ ଅଟେ। ଏହି ଶକ୍ତି ଡାନ୍ସ ଷ୍ଟୁଡିଓରେ ସମସ୍ତ ପ୍ରକାର ବର୍ଗର ନୃତ୍ୟଶିଳ୍ପୀଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି।[୧]ଦିଲ୍ ଦୋସ୍ତି ଡାନ୍ସରେ ସେ କ୍ରିୟା ଘାଇ ଚରିତ୍ରରେ ଅଭିନୟ କରିଥିଲେ। ୨୦୧୪ରେ ଝଲକ୍ ଦିଖ୍ଲାଜାରେ ସେ ଶେଷ ପର୍ଯ୍ୟାୟ ପର୍ଯନ୍ତ ପ୍ରତିଯୋଗିତା କରି ଆସିଥିଲେ। ଶକ୍ତି ବଲିଉଡ୍ ନୃତ୍ୟଶିଳ୍ପୀ ସରୋଜ୍ ଖାନ୍ଙ୍କୁ ସେ ତାଙ୍କ ପ୍ରେରଣା ବୋଲି ଭାବନ୍ତି।
ଶକ୍ତି ମୋହନଙ୍କର ପିତାମାତା ହେଉଛନ୍ତି ବ୍ରିଜ ମୋହନ ଶର୍ମା ଓ କୁସୁମ ମୋହନ। ଶକ୍ତିଙ୍କର ତିନି ଭଉଣୀ ଅଛନ୍ତି ନିତି ମୋହନ, ମୁକ୍ତି ମୋହନ ଓ କ୍ରିତୀ ମୋହନ। ସେ ତୁଳା ରାଶି ନକ୍ଷେତ୍ରରେ ଜନ୍ମ।[୨] ବାସ୍ତବରେ ମୋହନ ଦିଲ୍ଲୀ ବାସିନ୍ଦା ଅଟନ୍ତି କିନ୍ତୁ ସେ ୨୦୦୬ ମସିହାରୁ ମୁମ୍ବାଇରେ ରହିଆସୁଛନ୍ତି। ସେ ବିର୍ଲା ବାଳିକା ବିଦ୍ୟାପୀଠରେ ପାଠ ପଢିଛନ୍ତି ଓ ସେଣ୍ଟ ଜାଭିୟର୍ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଶକ୍ତି ନୃତ୍ୟ କ୍ଷେତ୍ରରେ ପାଦ ଦେବା ଆଗରୁ ଜଣେ ଆଇ ଏ ଏସ୍ ଅଫିସର ହେବାକୁ ଚାହିଁଥିଲେ। ଜଣେ ଦକ୍ଷ କଣ୍ଟେପୋରାରୀ ନୃତ୍ୟଶିଳ୍ପୀ ହିସାବରେ ସେ ୨୦୦୯ ମସିହାରେ ଟେରେନ୍ସ ଲୁଇସ ଡାନ୍ସ ଫାଉଣ୍ଡେସନ୍ ସ୍କଲାରସିପ୍ ଟ୍ରଷ୍ଟରୁ ଡାନ୍ସରେ ଦିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ମାଧୁରୀ ଦୀକ୍ଷିତ ଶକ୍ତିଙ୍କର ପ୍ରିୟ ଅଭିନେତ୍ରୀ ଓ ଶାହାରୁଖ୍ ଖାନ୍ ଓ ହ୍ରିତିକ୍ ରୋସନ୍ ତାଙ୍କ ପ୍ରିୟ ଅଭିନେତା ଅଟନ୍ତି। ଏ ଆର୍ ରେହମନ୍ ତାଙ୍କ ପ୍ରିୟ ସଂଗୀତଜ୍ଞ ଅଟନ୍ତି।[୩]
ପିଲାବେଳୁ ଶକ୍ତି ଭାରତନାଟ୍ୟମ୍ ଶିକ୍ଷା ଗ୍ରହଣ କରିଥିଲେ କିନ୍ତୁ ସେ ଏବେ ଜଣେ କଣ୍ଟେପୋରାରୀ ନୃତ୍ୟଶିଳ୍ପୀ ମଧ୍ୟ। ନୃତ୍ୟରେ ତାଙ୍କ ଏହି ଆଗ୍ରହ ଓ ପାରଦର୍ଶିତା ଯୋଗୁଁ ସେ ସେତିକିରେ ଅଟକି ନଥିଲେ। ସେ ରେମୋ ଡିସୋଜାଙ୍କଦ୍ୱାରା ପ୍ରଯୋଜିତ ଚ୍ଚଳଚ୍ଚିତ୍ରରେ ପ୍ରଥମ କରି ପାଦ ଦେଇ ବଲିଉଡ୍କୁ ପ୍ରବେଶ କରିଥିଲେ।[୪] ଏହି ଚ୍ଚଳଚ୍ଚିତ୍ରଟି ମୁଖ୍ୟତଃ ବାଲରୁମ ଲାଟିନ୍ ଡ୍ୟାନ୍ସ ଉପରେ ଆଧାରିତ ଏବଂ ଏହା ଏକ ରୋମାଞ୍ଚକର ଚ୍ଚଳଚ୍ଚିତ୍ର ମଧ୍ୟ। ଯଦିଓ ସେ ବର୍ତ୍ତମାନ କଣ୍ଟେପୋରାରୀ ଡାନ୍ସ କରୁଛନ୍ତି ତାଙ୍କ ମୂଳଦୁଆ ହେଉଛି ଭାରତନାଟ୍ୟମ୍ ଯାହାକି ତାଙ୍କୁ ଶୃଙ୍ଖଳା ଶିଖାଇଛି ଓ ଅନ୍ୟ ବିଭିନ୍ନ ପ୍କାର ନୃତ୍ୟକୁ ଆପଣେଇବାରେ ସମର୍ଥ କରାଇଛି।
ମସିହା | ଚ୍ଚଳଚ୍ଚିତ୍ର/ଆଲବମ୍ | ଭୂମିକା | ଭାଷା | ଟିପ୍ପଣୀ |
---|---|---|---|---|
୨୦୧୦ | High School Musical 2 (Hindi Version) | ହିନ୍ଦୀ | ସମସ୍ତ ସଙ୍ଗୀତରେ ଉପସ୍ଥାପନା | |
୨୦୧୦ | ତିସ୍ ମାର୍ ଖାନ୍ | ହିନ୍ଦୀ | "ତିସ୍ ମାର୍ ଖାନ୍" ମୁଖ୍ୟ ସଙ୍ଗୀତରେ ଉପସ୍ଥାପନା | |
୨୦୧୨ | ରୱଡି ରାଠାର୍ | ହିନ୍ଦୀ | "ଆରେ ପ୍ରୀତମ୍ ପ୍ୟାରେ" ସଙ୍ଗୀତରେ ଉପସ୍ଥାପନା | |
୨୦୧୨ | ସୁକୁନ୍ | ହିନ୍ଦୀ | ବୈଶାଳୀ ଆଲବମ୍ରେ ଉପସ୍ଥାପନା | |
୨୦୧୩ | ଧୁମ୍ ଥ୍ରୀ | ସହଯୋଗୀ ନୃତ୍ୟ ନିର୍ଦ୍ଦେଶକ | ହିନ୍ଦୀ | କମ୍ଲି ସଙ୍ଗୀତ |
୨୦୧୪ | Kaanchi | ହିନ୍ଦୀ | "କମ୍ବଲ କେ ନିଚ୍ଚେ" ସଙ୍ଗୀତରେ ଉପସ୍ଥାପନା | |
୨୦୧୪ | Samrat & Co | ହିନ୍ଦୀ | appeared in item song "Tequila Wakila" |