ଶାନ୍ତିରାଜ ଖୋସଲା | |
---|---|
ଜନ୍ମ | ଜୟପୁର, କୋରାପୁଟ ଜିଲ୍ଲା | ୭ ଅକ୍ଟୋବର ୧୯୬୬
ମୃତ୍ୟୁ | ୨୭ ମଇ ୨୦୨୧ | (ବୟସ ୫୪)
ମୃତ୍ୟୁର କାରଣ | କରୋନାଭୂତାଣୁ ରୋଗ ୨୦୧୯ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର |
ବୈବାହିକ-ସାଥୀ | ସାଗରିକା |
ସନ୍ତାନ | ଶ୍ରୁତି ପ୍ରସାରିଣୀ |
ପିତାମାତା | ମାର୍ଟିନ ଖୋସଲା, ସାବିତ୍ରୀ ଖୋସଲା |
ପୁରସ୍କାର | ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା) ୨୦୧୯ |
ଶାନ୍ତିରାଜ ଖୋସଲା (୭ ଅକ୍ଟୋବର ୧୯୬୬ — ୨୭ ମଇ ୨୦୨୧) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୨୦୧୯ ମସିହାରେ ସେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]
ଶାନ୍ତିରାଜ କୋରାପୁଟ ଜିଲ୍ଲାର ଜୟପୁର ସହରରେ ୧୯୬୬ ଅକ୍ଟୋବର ୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ମାର୍ଟିନ ଖୋସଲା ଓ ମାତାଙ୍କ ନାମ ସାବିତ୍ରୀ ଖୋସଲା । ସେ ସାଗରିକାଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଶ୍ରୁତି ପ୍ରସାରିଣୀ ।[୩]
ଶାନ୍ତିରାଜ, ଆକାଶବାଣୀ ଜୟପୁରରୁ ନିଜର ସଙ୍ଗୀତ ପ୍ରଦର୍ଶନ ଆରମ୍ଭ କରିଥିଲେ । ପରେ ସେ କଟକ ଆସି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ରହି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶନା କରୁଥିଲେ । ସେ ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୪] ତାଙ୍କ ଶେଷ ଆଲବମ ଝିପି ଝିପି ବର୍ଷା ତାଙ୍କ ମୃତ୍ୟୁ ପରେ ୨୦୨୧ ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିଥିଲା ।[୫]
ଶାନ୍ତିରାଜ ୨୦୦୨ ମସିହାରେ ନିର୍ଦ୍ଦେଶକ ବବି ଇସଲାମଙ୍କ ରଙ୍ଗ୍ ନମ୍ବର କଥାଚିତ୍ରରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।[୬]
କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ |
---|---|---|---|
ବାଇଶି ପାହାଚେ ଖେଳିବ ମୀନ | ସଙ୍ଗୀତକାର, ଗୀତିକାର | ସଞ୍ଜୟ ନାୟକ | ୨୦୧୧ |
ତୋର ମୋର ଯୋଡ଼ି ସୁନ୍ଦର | ସଙ୍ଗୀତକାର, ଗୀତିକାର | ଦେବୁ ପଟ୍ଟନାୟକ | ୨୦୧୦ |
କରୋନାରେ ପୀଡ଼ିତ ହୋଇ, ୨୦୨୧ ମସିହା ମଇ ମାସ ୨୭ ତାରିଖରେ ତାଙ୍କର କଟକଠାରେ ପରଲୋକ ଘଟିଥିଲା ।[୭]
{{cite web}}
: Check date values in: |date=
and |archivedate=
(help)
{{cite news}}
: CS1 maint: bot: original URL status unknown (link)
{{cite web}}
: Check date values in: |date=
and |archivedate=
(help)