ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | [୧] ଟିକାବାଲି, କନ୍ଧମାଳ, ଓଡ଼ିଶା | ୭ ମଇ ୧୯୯୧
Sport | |
କ୍ରୀଡ଼ା | Track and field |
Event(s) | Sprints |
Updated on ୬ ମାର୍ଚ୍ଚ ୨୦୧୮. |
ଶ୍ରାବଣୀ ନନ୍ଦ(ଜନ୍ମ: ୭ ମେ ୧୯୯୧) ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲିରେ ଜନ୍ମିତ ଜଣେ ଧାବିକା ।[୨] ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୩] ତାଙ୍କ ବାପା ବନବିହାରୀ ନନ୍ଦ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମାତା ସୁବାସିନୀ ରାୟଗୁରୁ ଜଣେ ଶିକ୍ଷୟତ୍ରୀ । ଭବିଷ୍ୟତରେ ଜଣେ ଭଲ ଆଥଲେଟ୍ ହେବା ଆଶାରେ ୨୦୦୨ରେ ଯୋଗ ଦେଇଥିଲେ ରାଜ୍ୟ କ୍ରୀଡ଼ାବାସରେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମହିଳା ୪୦୦ ମିଟର ରେଲେ ସହ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ମାନଙ୍କରେ ଭାରତ ଓ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ ।
2008ରେ ଜାତୀୟ ଜୁନିଅର ଆଥଲେଟିକ୍ ଚାମ୍ପିଅନସିପ୍ରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଶ୍ରୀବଣୀ । 2012ରେ ପତିଆଲାରେ ଅନୁଷ୍ଠିତ 16ତମ ଫେଡେରେସନ କପ୍ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟରରେ ରୌପ୍ୟ ପଦକ । 2014 ଜାତୀୟ ଆନ୍ତଃରାଜ୍ୟ ସିନିଅର ଆଥଲେଟିକ ଚାମ୍ପିଅନସିପ୍ରେ 400ମିଟର ରିଲେରେ ସ୍ୱର୍ଣ୍ଣ ପଦକ ସହ 100 ଏବଂ 200ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 2015ରେ ଫେଡେରେସନ କପ୍ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ । ଏଥିସହ ଚାମ୍ପିଅନସିପ୍ର ଶ୍ରେଷ୍ଠ ମହିଳା ଆଥଲେଟ ଭାବେ ବିବେଚିତ ହୋଇଥିଲେ ଶ୍ରାବଣୀ । 2015 ଜାତୀୟ ଆନ୍ତଃ-ରାଜ୍ୟ ସିନିଅର ଆଥଲେଟିକ୍ ଚାମ୍ପିଅନସିପ୍ରେ 200ମିଟର ଏବଂ 400ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 2016 ଦକ୍ଷିଣଏସୀୟ କ୍ରୀଡ଼ାରେ 200ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ । 2016 ଏପ୍ରିଲରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ 100ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ସହ ଜାତୀୟ ରେକର୍ଡ କରିଥିଲେ ଶ୍ରାବଣୀ । 11.23 ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ପ୍ରିଣ୍ଟର ରଚିତା ମିସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିଲେ । ସେହି ବର୍ଷ ଏପ୍ରିଲରେ ଅନୁଷ୍ଠିତ ଫେଡେରେସନ କପ୍ ଜାତୀୟ ସିନିଅର ଆଥଲେଟିକ୍ସରେ 200ମିଟରରେ ସ୍ୱର୍ଣ୍ଣ ଏବଂ 100ମିଟରରେ ରୌପ୍ୟ ପଦକ ହାସଲ । କାଜାଖସ୍ତାନରେ 23.07 ସେକେଣ୍ଡରେ 200ମିଟର ଦୂରତା ଅତିକ୍ରମ କରି ରିଓ ଅଲିମ୍ପିକକ୍ରୀଡ଼ାରେ ଖେଳିବାର ସୁଯୋଗ ପାଇଛନ୍ତି ଶ୍ରାବଣୀ ।[୪]
ରମାଦେବୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ସେ ଏମ୍ବିଏ କରୁଛନ୍ତି ।
ଶ୍ରାବଣୀ ନନ୍ଦ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଥିଲେ। ତାଙ୍କ ପ୍ରଶିକ୍ଷକ ହେଉଛନ୍ତି ନୀଳମାଧବ ଦେଓ, ଶାରୋନ ହାନନ ଏବଂ ତରୁଣ ସ ।[୫]
ପ୍ରଥମେ ପୂର୍ବତଟ ରେଳବାଇରେ ଚାକିରି, ମେ ୨୩ ୨୦୧୬ରେ ଓଡ଼ିଶା ସରକାରଙ୍କ ଜଳ ବିଦ୍ୟୁତ୍ ନିଗମରେ ଜୁନିଅର ମ୍ୟାନେଜର ପଦରେ ଯୋଗ ଦେଇଛନ୍ତି ।
୨୦୦୨ରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ତାଲିମ ଅାରମ୍ଭ କରିଥିଲେ ମିତ୍ତଲ ଅଲିମ୍ପିକ୍ ଅଭିଯାନରେ ସାମିଲ ହୋଇ ୨୦୦୯ରେ ଦକ୍ଷିଣ ଅାଫ୍ରିକା ଏବଂ ୨୦୧୧ରେ ଅଷ୍ଟ୍ରେଲିଅାରୁ ତାଲିମ ନେଇଛନ୍ତି ।
{{cite web}}
: Cite has empty unknown parameter: |1=
(help)