ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ (Proximal humerus fracture) | |
---|---|
Proximal humeral fracture | |
![]() ଗ୍ରେଟର ଟ୍ୟୁବରୋସିଟି (greater tuberosity) ସହିତ ବହୁଖଣ୍ଡିତ ସନ୍ନିକଟ ହ୍ୟୁମରସ ଅସ୍ଥି | |
ବିଭାଗ | ଅସ୍ଥିଶଲ୍ୟ ବିଜ୍ଞାନ (Orthopedics) |
ଲକ୍ଷଣ | ଅସ୍ଥିଭଗ୍ନ ହେଲେ ଯନ୍ତ୍ରଣା ଓ ଫୁଲା ହୁଏ ତଥା କାନ୍ଧ (shoulder) ଚଳପଚଳରେ ବାଧା ଆସେ । [୧] |
କାରଣ | ବାହୁ ତଳକୁ ରହି ପଡ଼ିଗଲେ ବାହୁ ଉପରେ ସିଧା ଆଘାତ [୨] |
ବିପଦ କାରକ | ଓଷ୍ଟିଓପୋରୋସିସ [୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଏକ୍ସ-ରେ (X-rays), ସିଟି ସ୍କାନ (CT scan)[୨] |
ଚିକିତ୍ସା | ଆର୍ମ ସ୍ଲିଙ୍ଗ (Arm sling), ନିର୍ଦ୍ଦିଷ୍ଟ ବ୍ୟାୟାମ [୨] |
ପୁନଃପୌନିକ | ସାଧାରଣ[୩] |
ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ (ଇଂରାଜୀ ଭାଷାରେ proximal humerus fracture) ନାମ ଦିଆଯାଏ ଯେତେବେଳେ ହ୍ୟୁମରସ (humerus) ଅସ୍ଥିର (bone) ଉପର ଭାଗ ଭାଙ୍ଗିଯାଏ (break) ।[୨] ଅସ୍ଥିଭଗ୍ନ ହେଲେ ଯନ୍ତ୍ରଣା ଓ ଫୁଲା ହୁଏ ତଥା କାନ୍ଧ (shoulder) ଚଳପଚଳରେ ବାଧା ଆସେ ।[୧] ଆଘାତ ସାଂଘାତିକ ହେଲେ ଆକ୍ସିଲାରି ସ୍ନାୟୁ (axillary nerve) ଓ ଆକ୍ସିଲାରି ଧମନୀ (axillary artery) ମଧ୍ୟ ଆଘାତପ୍ରାପ୍ତ ହୋଇପାରେ । [୨]
ବାହୁ ତଳକୁ ରହି ପଡ଼ିଗଲେ ବା ବାହୁ ଉପରେ ସିଧା ଆଘାତ ହେଲେ ହ୍ୟୁମରସ ହାଡ଼ ଭାଙ୍ଗିଯାଅଏ ।[୨] ଓଷ୍ଟିଓପୋରୋସିସ ଓ ମଧୁମେହ ରୋଗ ଥିଲେ ଏହି ସଙ୍କଟ ରହେ ।[୩][୪] ଏକ୍ସ-ରେ (X-rays), ସିଟି ସ୍କାନ (CT scan) କରି ରୋଗ ନିଶ୍ଚିତ କରାଯାଏ । [୨] ଏହା ଏକ ପ୍ରକାର ହ୍ୟୁମରସ ହାଡ଼ ଭଙ୍ଗା (humerus fracture) ।[୫] ଏହାର ଏକାଧିକ ବର୍ଗୀକରଣ କରାଯାଇଛି । [୪]
କିଛି ସପ୍ତାହ ପର୍ଯ୍ୟନ୍ତ ପ୍ରଭାବିତ ଅବୟବକୁ ଆର୍ମ ସ୍ଲିଙ୍ଗରେ (Arm sling) ରଖିବା ପରେ ନିର୍ଦ୍ଦିଷ୍ଟ ବ୍ୟାୟାନ କରିବାକୁ ହୁଏ ।[୨] ଅଧିକାଂଶ କ୍ଷେତ୍ରରେ ହାଡ଼ ଖଣ୍ଡ ଅଲଗା ହୋଇଥିଲେ ମଧ୍ୟ ଏହି ଚିକିତ୍ସା ଯଥେଷ୍ଟ ହୁଏ ।[୬] କ୍ୱଚିତ ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[୨]
ସନ୍ନିକଟ ହ୍ୟୁମରସ ଭଙ୍ଗା ଏକ ସାଧାରଣ ଭଙ୍ଗା । [୩] ବୟସାଧିକ୍ୟ ଲୋକଙ୍କର ଏହି ଭଙ୍ଗା ଅଧିକ ହୁଏ ।[୨] ଏହି ବୟସରେ ହିପ (hip) ଓ କୋଲିସ ଭଙ୍ଗା (Colles fractures) ପରେ ଏହା ତୃତୀୟ ସାଧାରଣ ଭଙ୍ଗା । [୪] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧିକ ଭାଙ୍ଗେ । [୪]