ସୁଭାଷ ବ୍ରିଗେଡ୍ ହେଉଛି ପ୍ରଥମ ଗରିଲା ରେଜିମେଣ୍ଟ ଯାହା ଭାରତୀୟ ଜାତୀୟ ସେନା (INA)ର ଏକ ୟୁନିଟ୍ ଥିଲା । ୧୯୪୩ ମସିହାରେ ଏହି ୟୁନିଟ୍ ଗଠନ କରାଯାଇଥିଲା । ଭାରତୀୟ ଜାତୀୟ ସେନା ବା INAର ସର୍ବୋଚ କମାଣ୍ଡର ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହା ଅନୌପଚାରିକ ଭାବେ ସୁଭାଷ ବ୍ରିଗେଡ୍ ଭାବରେ ପରିଚିତ ହେଲା ।
ଶାହା ନୱାଜ ଖାନଙ୍କ ନିର୍ଦ୍ଦେଶରେ ବ୍ରିଗେଡକୁ ତିନି ବାଟାଲିୟନରେ ବିଭକ୍ତ କରାଯାଇଥିଲା । ଜାନୁୟାରୀ ୧୯୪୪ ଆରମ୍ଭରେ ଏହା ବର୍ମାର ରେଙ୍ଗୁନରେ ପହଞ୍ଚିଥିଲା, ଯେଉଁଠାରେ ହାକା ନିକଟରେ ବର୍ମା ଏବଂ ଭାରତ ସୀମା ରକ୍ଷା କରିବା ପାଇଁ ଦୁଇଟି ବାଟାଲିୟନ ଅଟକି ରହିଥିଲେ ଏବଂ ତୃତୀୟଟି କାଲାଦାନ ନଦୀ ପାର ହୋଇ ଭାରତକୁ ଆଗେଇ ଯାଇଥିଲା । ବ୍ରିଗେଡର ସୈନିକମାନେ ପରବର୍ତ୍ତୀ ସମୟରେ ଇମ୍ଫାଲ ଏବଂ କୋହିମା ଯୁଦ୍ଧରେ ଭାଗ ନେଇଥିଲେ, ଯେଉଁଠାରେ ସେମାନେ ସମର୍ଥନ କରୁଥିବା ଜାପାନୀ ସୈନ୍ୟମାନଙ୍କ ସହିତ ଯୁଦ୍ଧ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଏହି ଯୁଦ୍ଧଗୁଡିକ ବର୍ମା ଅଭିଯାନର ମୋଡ଼ ବଦଳାଇଲା ।[୧]
ବୋଷଙ୍କ ଅନିଛା ସତ୍ତ୍ୱେ ତାଙ୍କ ନାମରେ ଏହି ବ୍ରିଗେଡର ନାମକରଣ କରାଯାଇଥିଲା ।[୨]