ସ୍କାଫଏଡ ଅସ୍ଥି ଭଗ୍ନ (Scaphoid fracture) | |
---|---|
Carpal scaphoid fracture, carpal navicular fracture[୧] | |
![]() ଏକ୍ସ-ରେ ଚିତ୍ରରେ ସ୍କାଫଏଡ ଅସ୍ଥି ଭଗ୍ନ | |
ବିଭାଗ | ପ୍ଲାସ୍ଟିକ ଅପରେଶନ (Plastic surgery), ଆଶୁ ଭେଷଜ ବିଭାଗ (emergency medicine) |
ଲକ୍ଷଣ | ବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ଓ ଫୁଲା [୨] |
କାରଣ | ଅବୟବ ସିଧା ଥିବା ଅବସ୍ଥାରେ ପତନ [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ରୋଗୀ ପରୀକ୍ଷା, ଏକ୍ସ-ରେ, ଏମଆରଆଇ (MRI), ବୋନ ସ୍କାନ (bone scan)[୨] |
ସଠିକ ରୋଗ ନିର୍ଣ୍ଣୟ | ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture), ଡି କ୍ୱେରଭେନସ ଟେନୋସାଇନୋଭାଇଟିସ (De Quervain's tenosynovitis, ସ୍କାଫୋଲୁନେଟ ଡିସୋସିଏସନ (scapholunate dissociation), କଚଟି ସ୍ପ୍ରେନ sprain[୨][୧] |
ପ୍ରତିକାର | ରିସ୍ଟ ଗାର୍ଡ଼ (Wrist guards)[୧] |
ଚିକିତ୍ସା | ସ୍ଥାନ ଚ୍ୟୁତ ହୋଇନଥିଲେ କେବଳ ପ୍ଲାସ୍ଟର କ୍ୟାସ୍ଟ, ସ୍ଥାନ ଚ୍ୟୁତ ହୋଇଥିଲେ ଅପରେଶନ [୨] |
Prognosis | ଭଲ ହେବାକୁ ୬ ମାସ ଲାଗେ । [୧] |
ସ୍କାଫଏଡ ଅସ୍ଥି ଭଗ୍ନ ଇଂରାଜୀ ଭାଷାରେ scaphoid fracture) କୁହାଯାଏ ଯେତେବେଳେ କଚଟିରେ (wrist) ଥିବା ସ୍କାଫଏଡ ଅସ୍ଥି (scaphoid bone) ଭାଙ୍ଗିଯାଏ (break) ।[୧] ବୁଢ଼ା ଆଙ୍ଗୁଠି ମୂଳରେ ଯନ୍ତ୍ରଣା ହୁଏ ଯାହା ହାତ ବ୍ୟବହାର କଲେ ବଢ଼ିଯାଏ ।[୨] ଆନାଟମିକାଲ ସ୍ନଫବକ୍ସ (anatomic snuffbox) ଫୁଲିଯାଏ ଓ ସେଠାରେ ଦରଜ ଲାଗେ ।[୨] କେଶ୍ ଜଟିଳ ହେଲେ ନନ-ୟୁନିଅନ (nonunion), ଆଭାସ୍କୁଲାର ନେକ୍ରୋସିସ ଓ ଆର୍ଥ୍ରାଇଟିସ ହୋଇପାରେ ।[୨][୧]
ଉପର ଅବୟବ ତଳମୁହାଁ ଥାଇ ପଡ଼ିଗଲେ ସାଧାରଣତଃ ଏହି ସ୍କାଫଏଡ ଅସ୍ଥି ଭାଙ୍ଗିଯାଏ ।[୨] ରୋଗୀର ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରି ଏହା ନିର୍ଣ୍ଣୟ କରାଯାଏ ।[୨] ସାଧାରଣ ଏକ୍ସ-ରେ (X-rays) ଚିତ୍ରରେ କେତେକ ଭଙ୍ଗା ଧରା ନପଡ଼ିପାରେ ।[୨] ଏଭଳି କେଶରେ ଏମଆରଆଇ (MRI) ବା ବୋନ ସ୍କାନ (bone scan) ଆବଶ୍ୟକ ହୋଇଥାଏ ।[୨]
କେତେକ କାର୍ଯ୍ୟକଳାପରେ ଏହାର ପ୍ରତିଷେଧକ ରୂପେ ରିସ୍ଟ ଗାର୍ଡ଼ (wrist guards ବ୍ୟବହାର କରିବାକୁ ଉପଦେଶ ଦିଆଯାଏ ।[୧] ଆଲାଇନମେଣ୍ଟ ସଠିକ ଥିଲେ କେବଳ ଏକ କାସ୍ଟ (cast) ଦେଲେ ଯଥେଷ୍ଟ ହୁଏ ।[୨] ଭଙ୍ଗା ସ୍ଥାନଚ୍ୟୁତ ହୋଇଥିଲେ ଅପରେଶନ ଦରକାର ହୁଏ ।[୨] ଏହା ଭଲ ହେବାକୁ ପ୍ରାୟ ୬ ମାସ ଲାଗେ ।[୧] କଚଟିରେ ହେଉଥିବା କାର୍ପାଲ ଅସ୍ଥି (wrist bone) ଭଙ୍ଗା ମଧ୍ୟରେ ଏହି ଭଙ୍ଗା ସର୍ବାଧିକ ହୁଏ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ସ୍କାଫଏଡ ଅସ୍ଥି ଭଗ୍ନ ହୁଏ ।[୨]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |