ଅଂଶୁପା ହ୍ରଦ | |
---|---|
![]() ଅଂଶୁପା ହ୍ରଦରେ ସୂର୍ଯ୍ୟାସ୍ତର ଦୃଶ୍ୟ | |
ଅବସ୍ଥାନ | କଟକ, ଓଡ଼ିଶା |
ଦିଗବାରେଣି | 20°27′33″N 85°36′13″E / 20.4591°N 85.6037°E |
Type | ମଧୁର ଜଳ ହ୍ରଦ |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ |
ସର୍ବାଧିକ ଲମ୍ବ | ୫ କି.ମି. |
ସର୍ବାଧିକ ଓସାର | ୧.୬ କି.ମି. |
କ୍ଷେତ୍ରଫଳ | ୧୪୧ ହେକ୍ଟର |
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ ।
ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ ।[୧] ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।[୨][୩] ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।[୪]}}
{{cite web}}
: CS1 maint: archived copy as title (link)