ଅଜିତ ନାରାୟଣ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୧୩ ସେପ୍ଟେମ୍ବର ୨୦୨୦ ଭୁନେଶ୍ୱର | (ବୟସ ୭୧)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (କଳା) (୧୯୭୧) |
ଶିକ୍ଷାନୁଷ୍ଠାନ | ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (୧୯୭୫) |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୧୯୭୬-୨୦୨୦ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ବୈବାହିକ-ସାଥୀ | ମାୟା ଦାସ[୧] |
ସନ୍ତାନ | ମନିଶିତା ଦାସ[୨] |
ପିତାମାତା(s) | ଶୈଳେଶ ଦାସ, ସତଦଳ ଦାସ |
ସମ୍ପର୍କୀୟ | ସୁଧୀର ଚନ୍ଦ୍ର ଦାସ |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ଅଜିତ ଦାସ (୨୦ ଜାନୁଆରୀ ୧୯୪୯ - ୧୩ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ ।[୩] ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ।[୪] ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ଶେଷ କରିବା ପରେ ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫]
ସେ ୧୯୪୯ ମସିହାର ଜାନୁଆରୀ ମାସ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡ଼ିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[୬]
ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହା ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଅଭିନେତା ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଥିଲେ । କଥାଚିତ୍ର ବ୍ୟତୀତ, ଅଜିତ ଦୂରଦର୍ଶନ ଓ ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ ।[୭][୮]
ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୫] ସେ, ଅଜିତ (ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର)[୯] ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରୁଥିଲେ ।[୪]
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
କେବେ ତମେ ନାହଁ କେବେ ମୁଁ ନାହିଁ | ୨୦୧୨ | ଚକ୍ରଧର ସାହୁ |
କୁଳ ଚନ୍ଦ୍ରମା | ୧୯୭୮ | |
ପୁନର୍ମିଳନ | ୧୯୭୭ | |
ଆହୁତି | ୧୯୭୭ | |
ସନ୍ଧ୍ୟା ତାରା | ୧୯୭୭ | |
ସିନ୍ଦୂର ବିନ୍ଦୁ | ୧୯୭୬ |
ଅଜିତ ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ସେ କରୋନା ସହ କିଛି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।[୧୦] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
{{cite news}}
: CS1 maint: unrecognized language (link)