ଅଜୀତ କୌର | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ଲାହୋର, ପଞ୍ଜାବ ପ୍ରଦେଶ, ବ୍ରିଟିଶ ଭାରତ | ୧୬ ନଭେମ୍ବର ୧୯୩୪
ବୃତ୍ତି | ଲେଖକ, କବି ଓ ଔପନ୍ୟାସିକ |
ଜାତୀୟତା | ଭାରତୀୟ |
ଶିକ୍ଷା | ଅର୍ଥନୀତିରେ ଏମ.ଏ |
ଶୈଳୀ | ଉପନ୍ୟାସ, କ୍ଷୁଦ୍ରଗଳ୍ପ, ସ୍ମୃତି |
ସାହିତ୍ୟ କୃତି | ଖାନାବଡୋଶ |
ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୫) ପଦ୍ମଶ୍ରୀ ଶିରୋମଣୀ ସାହିତ୍ୟ ପୁରସ୍କାର ବାବା ବଳି ପୁରସ୍କାର |
ଜୀବନସାଥୀ | ରାଜିନ୍ଦର ସିଂ (୧୯୫୨) |
ସନ୍ତାନ | ଆର୍ପନା କୌର, କେନ୍ଦୀ କୌର |
ଅଜୀତ କୌର (ଜନ୍ମ ୧୯୩୪) ଜଣେ ଭାରତୀୟ ପଞ୍ଜାବୀ ଲେଖିକା ଅଟନ୍ତି । ସେ ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।
ଅଜୀତ କୌର ୧୯୩୪ ମସିହାରେ ଲାହୋରରେ ସର୍ଦ୍ଦାର ମଖାନ ସିଂଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ନିଜ ପରିବାରର ବିଭାଜନ ପରେ ସେମାନେ ଦିଲ୍ଲୀ ଆସିଥିଲେ । ସେଠାରେ ସେ ଅର୍ଥନୀତିରେ ଏମ.ଏ କରିଥିଲେ ।
ସେ ସାମାଜିକ-ବାସ୍ତବବାଦୀ ଥିମ୍ ଉପରେ ପଞ୍ଜାବୀ ଭାଷାରେ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ଲେଖିଛନ୍ତି , ଅର୍ଥାତ : ମହିଳା ମାନଙ୍କ ଅଭିଜ୍ଞତା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉପରେ ସେ ବର୍ଣ୍ଣନା କରିଛନ୍ତି ।[୧] ସେ ୧୯୮୫ ମସିହାରେରେ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୬ ମସିହାରେ ପଦ୍ମଶ୍ରୀ ନାଗରିକ ସମ୍ମାନ,[୨] ଏବଂ ୨୦୧୯ ମସିହାରେ କୁଭେମ୍ପୁ ରାଷ୍ଟ୍ରିୟ ପୁରସ୍କାର ଗ୍ରହଣ କରିଥିଲେ ।[୩] ତାଙ୍କ ରଚନାରେ ୧୯ଟି ପୁରାତନ କ୍ଷୁଦ୍ରଗଳ୍ପ , ଉପନ୍ୟାସ, ଏବଂ ନଅଟି ଅନୁବାଦ ଅନ୍ତର୍ଭୁକ୍ତ ରହିଛି । ସେ ୨୦ରୁ ଅଧିକ କାର୍ଯ୍ୟ ମଧ୍ୟ ସମ୍ପାଦନା କରିଛନ୍ତି । ତାଙ୍କ ଆତ୍ମଜୀବନୀ (ୱିଭିଙ୍ଗ ୱାଟର)ବୁଣା ଜଳ, ମୂଳ ପଞ୍ଜାବୀରୁ ଇଂରାଜୀରେ ଅନୁବାଦ ହୋଇ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା, ସେହି ପୁସ୍ତକରେ ସେ ନିଜ ସ୍ୱାମୀଙ୍କଠାରୁ ଘରୋଇ ହିଂସାରୁ ବଞ୍ଚିବା ବିଷୟରେ ଆଲୋଚନା କରିଥିଲେ ।[୪]
ତାଙ୍କର ଅନ୍ୟ ଏକ କ୍ଷୁଦ୍ର ଗଳ୍ପ ଦି ଅଦର ଓମ୍ୟାନ ପୁସ୍ତକଟିକୁ, ଜିଆ ଉସ୍ ସଲାମ ଦି ହିନ୍ଦୁ ଖବରକାଗଜରେ ଲେଖିଛନ୍ତି ।[୫] ତାଙ୍କୁ କୁଲଦୀପ ସିଂ ଧୀର ଦି ଟ୍ରିବ୍ୟୁନରେ ଜଣେ ଲେଖକ ଭାବରେ ବର୍ଣ୍ଣନା କରିଥିଲେ ।[୬]
ସେ ନୂଆଦିଲ୍ଲୀରେ ଆର୍ଟ ଆଣ୍ଡ ସାହିତ୍ୟ ଏକାଡେମୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୩ ମସିହାରେ ପାକିସ୍ତାନ ଗସ୍ତରେ ଆସିଥିବା ଭାରତୀୟ ଲେଖକଙ୍କ ପ୍ରଥମ ପ୍ରତିନିଧିତ୍ୱରେ ସେ ଅଂଶଗ୍ରହଣ କରିଥିଲେ।[୭] ସେ SAARC ଲେଖକ ଏବଂ ସାହିତ୍ୟ ଫାଉଣ୍ଡେସନ (FOSWAL)ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮]
ତାଙ୍କର ଆତ୍ମଜୀବନୀ ଖାନାବଦୋଶ ଅନେକ ସ୍ୱଦେଶୀ ଏବଂ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି । ତଥାପି ସେ ନିଜକୁ ନାମମାତ୍ର ବୋଲି ଭାବନ୍ତି । ଇଂରାଜୀରେ ତାଙ୍କର କାହାଣୀ ସଂଗ୍ରହ ଡେଡ୍ ଏଣ୍ଡ୍ ଲୋକପ୍ରିୟ ହୋଇଛି । ତାଙ୍କର ସାତୋଟି ପୁସ୍ତକ ପାକିସ୍ତାନରେ ପ୍ରକାଶିତ ହୋଇଛି ।
{{cite web}}
: CS1 maint: archived copy as title (link)