ଅଜୟ କୁମାର ପରିଡ଼ା | |
---|---|
![]() ପଦ୍ମଶ୍ରୀ ଗ୍ରହଣ କରୁଥିବା ସମୟରେ ଅଜୟ କୁମାର ପରିଡ଼ା | |
ଜନ୍ମ | ୧୨ ଡିସେମ୍ବର ୧୯୬୩ |
ପୁରସ୍କାର | ପଦ୍ମଶ୍ରୀ, ୨୦୧୪ |
ଅଜୟ କୁମାର ପରିଡ଼ା (୧୨ ଡିସେମ୍ବର ୧୯୬୩ - ୧୯ ଜୁଲାଇ ୨୦୨୨) [୧][୨] ଜଣେ ଭାରତୀୟ ଜୀବବିଜ୍ଞାନୀ ଥିଲେ । ସେ କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ (ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି) ଓ ବାୟୋଟେକ୍ନୋଲୋଜି ଆଦି ବିଷୟମାନଙ୍କରେ ଅବଦାନ କରିଥିଲେ । ୨୦୧୪ ମସିହାରେ ତାଙ୍କର ତାଙ୍କର ବିଜ୍ଞାନ ଓ ଟେକ୍ନିଲୋଜିକୁ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା [୩][୪]
ଅଜୟ କୁମାର ପରିଡ଼ା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ ।[୫]
ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିଷ୍ଣୁ ସମୁଦ୍ର ପତନ ଯୋଗୁ କୃଷି ଉତ୍ପାଦନ କମିବା ଭଳି ଅସୁବିଧାସବୁକୁ ଦୂର କରିବା ନିମନ୍ତେ ସେ ଗବେଷଣା କରିଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନକୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ମଧ୍ୟ ହୋଇଥିଲେ । ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସେ କେତେକ ଆଧୁନିକ ବାୟୋଟେକନୋଲୋଜିକାଲ ଟୁଲ ବ୍ୟବହାର କରିଥିଲେ । ଲୁଣା ଓ ଶୁଖା ସ୍ଥାନମାନଙ୍କରେ ଚାପ ସହ୍ୟକାରୀ ଜିନ୍ ଚିହ୍ନଟ କରି ଅନେକ ଆଗୁଆ ପଦକ୍ଷେପ ନେଇଥିଲେ । ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଡାଲିଜାତୀୟ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜିନଗତ ସଂରଚନା ବିଷୟରେ ମୌଳିକ ଚିନ୍ତାଧାରା ଉପରେ ମଧ୍ୟ ସେ ଗବେଷଣା କରିଥିଲେ । ସେ ପ୍ରାୟ ୨୦ ଜଣ ଡକ୍ଟରେଟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ନିମନ୍ତେ ସନ୍ଦର୍ଭସବୁକୁ ପର୍ଯ୍ୟବେକ୍ଷଣ କରିଥିଲେ ଓ ଏସବୁ ସନ୍ଦର୍ଭ ଜେନେଟିକ ରିସୋର୍ସର ପ୍ରକ୍ରିୟା ଓ କାର୍ଯ୍ୟକାରୀତାକୁ ବୁଝିବାରେ ସହାୟକ ହୋଇଥିଲା ।
୨୦୧୨ ମସିହାରେ ସେ ଜାତୀୟ ବିଜ୍ଞାନ ଏକାଡେମିର କୃଷି ବିଜ୍ଞାନ ଓ ଜଙ୍ଗଲ ବିଭାଗର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ବିଜ୍ଞାନ ଏକାଡେମିର ଜୀବବିଜ୍ଞାନ ବିଭାଗର ସଭାପତି ଭାବରେ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ ।