ଅଞ୍ଜଳି ଆନନ୍ଦ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ପ୍ରସିଦ୍ଧି | କୁଲଫି କୁମାର ବାଜେୱାଲା |
ଅଞ୍ଜଳି ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ, କଥାଚିତ୍ର ଓ ଓଟିଟିରେ କାମ କରନ୍ତି । ସେ ଷ୍ଟାର୍ ପ୍ଲସ୍ର ଧାରାବାହିକ ଢାଇ କିଲୋ ପ୍ରେମ୍ ଏବଂ କୁଲଫି କୁମାର ବାଜେୱାଲାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୩ ମସିହାରେ ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
୨୦୧୭ ମସିହାରେ ସେ ଅନ୍ଟ୍ୟାଗ୍ ୱେବ୍ ସିରିଜ୍ ଜରିଆରେ ଓଟିଟିରେ କାମ କରିବା ଆରମ୍ଭ କରିଥିଲେ ।[୧] ଷ୍ଟଣ୍ଟ-ଆଧାରିତ ରିଆଲିଟି ଶୋ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ିର ୧୩ଶ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୨][୩][୪]
ଅଞ୍ଜଳି ଆନନ୍ଦ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦିନେଶ ଆନନ୍ଦ ଜଣେ ପ୍ରାକ୍ତନ ଅଭିନେତା ।[୫]
ଅଞ୍ଜଳି ୨୦୧୭ ମସିହାରେ ୱେବ୍ ସିରିଜ୍ ଅନଟ୍ୟାଗ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬]
୨୦୧୭ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଢାଇ କିଲୋ ପ୍ରେମ୍ । ଏହା ପରେ ୨୦୧୮ ମସିହାରେ ସେ କୁଲଫି କୁମାର ବାଜେୱାଲା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
୨୦୨୩ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । କରଣ ଜୋହରଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକି ଔର୍ ରାନୀ କି ପ୍ରେମ୍ କାହାନୀରେ ସେ ନାୟକ ରଣବୀର ସିଂହଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ।[୭]
ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୭ | ଢାଇ କିଲୋ ପ୍ରେମ୍ | ଦୀପିକା ଶର୍ମା | [୮] | |
ଅନ୍ଟ୍ୟାଗ୍ | ଶିଖା ସୁରୀ | [୯] | ||
୨୦୧୮–୨୦୨୦ | କୁଲଫି କୁମାର ବାଜେୱାଲା | ଲଭଲିନ୍ ଚଢା ସିଂହ ଗିଲ୍ | [୧୦] | |
୨୦୨୩ | ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ି ୧୩ | ପ୍ରତିଯୋଗୀ | ଦ୍ୱାଦଶ ସ୍ଥାନ | [୧୧] |
ଝଲକ୍ ଦିଖ୍ଲା ଯା ୧୧ | ପ୍ରତିଯୋଗୀ | [୧୨] |
ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୧ | ବେଲ୍ ବଟମ୍ | ଅଂଶୁଲଙ୍କ ବୋହୂ | ||
୨୦୨୩ | ରକି ଔର୍ ରାନୀ କି ପ୍ରେମ୍ କାହାନୀ | ଗାୟତ୍ରୀ ରନ୍ଧାୱା | [୧୩] |