ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ଅଞ୍ଜୁମ ଚୋପ୍ରା | ||||||||||||||||||||||||||||||||||||||||||||||||||||
ଜନ୍ମ | ଦିଲ୍ଲୀ, ଭାରତ | ୨୦ ମଇ ୧୯୭୭||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ବାମ ହାତୀ | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣ ବାହୁ ମଧ୍ୟମ | | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
National side | |||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | ୧୭ ନଭେମ୍ବର ୧୯୯୫ v ଇଂଲଣ୍ଡ | ||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୨୯ ଅଗଷ୍ଟ ୨୦୦୬ v ଇଂଲଣ୍ଡ | ||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ | ୧୨ ଫେବୃୟାରୀ ୧୯୯୫ v ନିଉଜଲାଣ୍ଡ | ||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୨୧ ମାର୍ଚ୍ଚ ୨୦୦୯ v ଅଷ୍ଟ୍ରେଲିଆ | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
ଏୟାର ଇଣ୍ଡିଆ | |||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, ୧୬ ସେପ୍ଟେମ୍ବର ୨୦୧୪ |
ଅଞ୍ଜୁମ ଚୋପ୍ରା(ଜନ୍ମ :୨୦ ମଇ ୧୯୭୭) ଆନ୍ତର୍ଜାତୀୟ ସ୍ଥରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ମହିଳା କ୍ରିକେଟର ।[୧] ଏହି ଖେଳାଳି ଜଣକ ୯ ବର୍ଷ ବୟସରେ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଥିଲେ । ସେ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମହାବିଦ୍ୟାଳୟରେ ବାଳିକାମାନଙ୍କ ସହ ଖେଳି ୨୦ ରନ୍ କରିଥିଲେ ଓ ୨ଟି ୱିକେଟ୍ ନେଇଥିଲେ । ପରେ ସେହି ବର୍ଷ ସେ ୧୫ ବର୍ଷରୁ କମ୍ ପ୍ରତିଯୋଗିତା ପାଇଁ ଦିଲ୍ଲୀ ତରଫରୁ ମନୋନୀତ ହୋଇଥିଲେ ।
ପ୍ରଥମାର୍ଦ୍ଧରେ ସେ ବିଭିନ୍ନ ଖେଳ ଖେଳୁଥିଲେ, ଯଥା: ଆଥ୍ଲେଟିକ୍ସ, ବାସ୍କେଟ୍ବଲ୍, ପହଁରା । ସେ ମଧ୍ୟ ଜାତୀୟ ସ୍ତରରେ ଦିଲ୍ଲୀ ବାସ୍କେଟ୍ବଲ୍ର ସଦସ୍ୟ ଥିଲେ ।[୧]
ଅଞ୍ଜୁମ୍ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ୧୭ ବର୍ଷ ବୟସରେ ୧୨ ଫେବୃଆରୀ ୧୯୯୫ରେ ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଖେଳିଥିଲେ । ଏହାର କିଛି ଦିନ ପରେ ୧୭ ନଭେମ୍ବର ୧୯୯୫ରେ କୋଲକାତାର ଇଡ଼େନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍ରେ ଇଂଲଣ୍ଡ ବବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।[୨] ସେହି ବର୍ଷ ଦ୍ୱିତୀୟ ସିରିଜ୍ରେ, ଇଂଲଣ୍ଡ ବିପକ୍ଷରେ ୬୭.୫ ଆଭରେଜ୍ରେ ରନ୍ କରି ସେ ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।
ସେ ଜଣେ ବାମ ହାତୀ ବ୍ୟାଟମ୍ୟାନ ଏବଂ ଡାହାଣ ହାତୀ ମିଡ଼ିୟମ-ଫାଷ୍ଟ ବୋଲର । ସେ ଭାରତ ପାଇଁ ୧୨ଟି ଟେଷ୍ଟ ଏବଂ ୧୧୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। [୩][୪]
ପୁରୁଷ ପ୍ରଧାନ କ୍ରିକେଟ ଖେଳରେ, ଅଞ୍ଜୁମ ନିଜକୁ ଜଣେ ଦକ୍ଷ ମହିଳା ଖେଳାଳି ଭାବରେ ପରିଗଣିତ କରି ପାରିଛନ୍ତି । କ୍ରିକେଟରୁ ଅବସର ଗ୍ରହଣ କରିବା ପରେ, ସେ ଜଣେ ଭାଷ୍ୟକାର,[୫] ପରାମର୍ଶ ଦାତ୍ରୀ, ପ୍ରେରଣାଦାୟୀ ଲେଖିକା, ଅଭିନେତ୍ରୀ ଓ ବକ୍ତା ଭାବରେ ପରିଚିତ କରାଇଛନ୍ତି ।[୬]
ତାଙ୍କ ପରିବାର ଲୋକମାନେ ବିଭିନ୍ନ ଖେଳ ସହ ଜଡ଼ିତ ରହିଆସିଛନ୍ତି :
ଅଞ୍ଜୁମ ଜଣେ ପଶୁ ପ୍ରେମୀ । ସେ ତାଙ୍କ ପୋଷାକୁକୁର ସହ ସମୟ ବିତାଇବାକୁ ଭଲ ପାଆନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ(ଆର.କେ.ପୁରମ)ର ଛାତ୍ରୀ ଥିଲେ । ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ୟୁନିଭରସିଟିରେ ପାଠ ପଢିଥିବା ଅଞ୍ଜୁମ, "ଫୋର ସ୍କୁଲ ଅଫ ମ୍ୟାନେଜମେଣ୍ଟ"ରୁ ମାର୍କେଟିଙ୍ଗ ଏବଂ ଏଚ୍.ଆରରେ ଏମ.ବି.ଏ କରିଛନ୍ତି । ଜେନେରାଲ ଇଲେଟ୍ରୋନିକ୍ସ, ଷ୍ଟାଣ୍ଡାର୍ଡ ଚାଟାର୍ଡ, ଗୋଲ୍ଡମାନ ସଚ୍, ଭୋଡାଫୋନ ଭଳି ସଂସ୍ଥାନରେ ସେ ପ୍ରଶିକ୍ଷଣ ଦେଇ ସାରିଛନ୍ତି ।
ଅଞ୍ଜୁମ ଚୋପ୍ରା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ନିଜ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ୧୯୯୫ ମସିହାରେ ନିଉଜିଲାଣ୍ଡ ବିରୋଧରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳିଥିଲେ ।[୭] ଏହି ମ୍ୟାଚରେ ଭାରତ ପାଇଁ ବୋଲିଂ କରି ୪ ଓଭରରେ ୧୪ ରନ ଦେଇଥିଲେ ଏବଂ ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ, ସଙ୍କଟମୟ ପରିସ୍ଥିତିରେ ୧୧ରନର ପାର୍ଟନରସିପ କରି ଭାରତକୁ ଜିତେଇ ଥିଲେ । ପ୍ରଥମ ଟେଷ୍ଟ ମ୍ୟାଚ ସେ ନଭେମ୍ବର ୧୯୯୫ରେ ଇଂଲଣ୍ଡ ବିରୋଧରେ କଲିକତାରେ ଖେଳିଥିଲେ । .
୨୦୦୦ ମସିହାରେ ନିଉଜିଲାଣ୍ଡରେ ହୋଇଥିବା "କ୍ରିକ ଇନ୍ଫୋ" ବିଶ୍ୱକପରେ, ଅଞ୍ଜୁମ ଭାରତୀୟ ଦଳର ଉପ ଅଧିନାୟକ ଭାବରେ ଖେଳିଥିଲେ । ଏହି ବିଶ୍ୱକପରେ ସେ ଭାରତ ତରଫରୁ ସବୁଠୁ ଅଧିକ ରନ କରିଥିଲେ ଓ ଦୁଇଥର "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ଭାରତ ସେମିଫାଇନାଲରେ ନିଉଜିଲାଣ୍ଡଠାରୁ ପରାଜିତ ହୋଇଥିଲା ।
୨୦୦୨ ମସିହାରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପ୍ରଥମ ସିରିଜରେ ସେ ଇଂଲଣ୍ଡକୁ ହରାଇଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କ ନେତୃତ୍ୱର ଭାରତ ବିଦେଶରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଅଞ୍ଜୁମ ଏହି ମ୍ୟାଚରେ ୮୦ରନ କରିଥିଲେ । ୨୦୦୫ରେ ବିଶ୍ୱ କପରେ ଭାରତ ପ୍ରଥମ ଥର ଫାଇନାଲରେ ପହଞ୍ଚି ପାରିଥିଲା । ଭାରତ ତରଫରୁ ସେ ସର୍ବାଧିକ ରନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ୨୦୦୯ ଅଷ୍ଟ୍ରେଲିଆ ବିଶ୍ୱକପରେ , ୭୬ ରନ କରି ସେ ଭାରତକୁ ଜିତାଇଥିଲେ ଏବଂ "ପ୍ଲେୟାର ଅଫ ଦ ମ୍ୟାଚ" ସମ୍ମାନ ପାଇଥିଲେ । ଇଂଲଣ୍ଡ ଏବଂ ନିଉଜିଲାଣ୍ଡ ପଛକୁ ଭାରତ ଏହି ବିଶ୍ୱକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଅଞ୍ଜୁମ ୬ଟି ବିଶ୍ୱ କପ ଭାରତ ପାଇଁ ଖେଳିଥିଲେ । ସେଥିରୁ ୪ଟି ଦିନିକିଆ ବିଶ୍ୱ କପ ଏବଂ ୨ଟି ଟି୨୦ ବିଶ୍ୱ କପ । ସେ ପ୍ରଥମ ଖେଳାଳି, ଯିଏ ଭାରତ ପାଇଁ ୧୦୦ଟି ଦିନିକିଆ ଖେଳିଥିଲେ । ସେ ଜଣେ ଭଲ ଫିଲ୍ଡ଼ର ଏବଂ ସେ ଅଧିକ ସ୍ଲିପ କ୍ୟାଚ ଭାରତ ପାଇଁ ଧରିଥିଲେ । ଅଞ୍ଜୁମ ନିଜ ଦଳ ପାଇଁ ପ୍ରାୟ ସବୁ ସ୍ଥାନରେ ବ୍ୟାଟିଂ କରିଥାନ୍ତି ।
ଘରୋଇ କ୍ରିକେଟର ଭାବରେ, ସେ ଅଣ୍ଡର ୧୫ରେ ଦିଲ୍ଲୀ ରାଜ୍ୟ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ । ସେ ଏୟାର ଇଣ୍ଡିଆକୁ ଘରୋଇ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ ।
ତାଙ୍କ ପ୍ରତିନିଧିତ୍ୱରେ :
Year | Award | Notes |
---|---|---|
୨୦୧୪ | ପଦ୍ମଶ୍ରୀ | |
୨୦୦୭ | ଅର୍ଜୁନ ପୁରସ୍କାର | |
୨୦୦୪ | ରାଜୀବ ଗାନ୍ଧୀ ଦିଲ୍ଲୀ ରାଜ୍ୟ ପୁରସ୍କାର | |
୨୦୦୦ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୫ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୯ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୨ | ଶିରୋମଣି ଦେଶ ସେବା ରତ୍ତନ ପୁରସ୍କାର | ଶହୀଦ ମେମୋରିଆଲ୍ ଆନ୍ତର୍ଜାତୀୟ ସେବା ସୋସାଇଟି, ଲୁଦଜିଆନା ପ୍ରଦତ୍ତ |
୨୦୦୪ | କ୍ରିକେଟ୍ ପାଇଁ ଅତୁଳନୀୟ ଅବଦାନ ହେତୁ ସମ୍ମାନ | Presented during forum of women in public sector |
୨୦୦୮ | ଜି ଅସ୍ତିତ୍ୱ ସମ୍ମାନ – 'ଉଦାହରଣ ମହିଳାଙ୍କ ପାଇଁ ସମ୍ମାନ' | |
୨୦୦୯ | FICCI – YFLO- ଯୁବ ମହିଳା ସଫଳ ସମ୍ମାନ | |
୨୦୧୧ | ଖେଳରେ ଅବଦାନ ହେତୁ ପୁରସ୍କାର | Presented during National Progressive schools conference |
୨୦୧୨ | Alumni recognition award for public contribution | ଫୋର୍ ସ୍କୁ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ |
୨୦୧୩ | Shaksiyat Awards for Outstanding performance in the field of sports | ଆନ୍ତର୍ଜାତୀୟ ମହିଳା ଦିବସ ଦିନ ପ୍ରଦତ୍ତ |
୨୦୧୨-୧୩ | Exemplary contribution in the field of sports | ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଇନ୍ଦୋର୍ ପ୍ରଦତ୍ତ |
୨୦୧୩ | Honours in Recognition to the society and nation | Presented by All India National Life insurance Employees Federation on their 50 years (golden jubilee celebration) |
୨୦୧୬ | ସମ୍ମାନନୀୟ ମେଲ୍ବୋର୍ଣ୍ଣ କ୍ରିକେଟ୍ କ୍ଲବ୍ (MCC) ସଦସ୍ୟତା, ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆ, ଲଣ୍ଡନ | ପ୍ରଥମ ଭାରତୀୟ ମହିଳା ଭାବେ ସମ୍ମାନୀତ[୮] |
ଅଞ୍ଜୁମ ୱାର୍ଲଡର ପ୍ରଥମ କଫି ଟେବୁଲ ବୁକର ଟାଇଟେଲ ‘Women’s Cricket World- ‘A Journey from 1745- 2013’ର କୋ -ଅଥର ଥିଲେ।
ଅଞ୍ଜୁମ "ଫିୟର ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜନ ୪" ରିୟାଲିଟି ଶୋରେ ଭାଗନେଇଥିଲେ ।[୧୦]