ଅନନ୍ତଗିରି ପର୍ବତମାଳା | |
---|---|
View from Ananthagiri Hills | |
Location | |
Map of Telangana, India | |
Location | Telangana, South India |
Coordinates | 17°18′43″N 77°51′47″E / 17.312°N 77.863°E |
Climbing | |
Easiest route | Hyderabad |
ଅନନ୍ତଗିରି ପର୍ବତମାଳା ଭାରତୀୟ ରାଜ୍ୟ ତେଲେଙ୍ଗନା ର ରଙ୍ଗା ରେଡ୍ଡୀ ଜିଲ୍ଲା ର[୧][୨]ଭିକାରାବାଦ ନିକଟରେ ଅବସ୍ଥିତ ।[୩][୪][୫] ଏହି ପର୍ବତମାଳାରୁ ଜଳ ନିର୍ଗତ ହୋଇ ଓସମାନନଗର ଓ ହିମୟତସାଗରକୁ ପ୍ରବାହିତ ହେଇଥାଏ ।
ତେଲେଙ୍ଗାନାର ଅନନ୍ତଗିରି ମନ୍ଦିର ହାଇଦ୍ରାବାଦଠାରୁ 75 କିଲୋମିଟର ଦୂରରେ ଥିବା ଘଞ୍ଚ ଜଙ୍ଗଲରେ ଅବସ୍ଥିତ | ଏହି ପର୍ବତରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦରୁ ହାଇଦରାବାଦ ହେଇ ପ୍ରବାହିତ ହେଇଥାଏ ।
ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏହା ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ପ୍ରତିପାଦିତ ହେଇଥାଏ ।
ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହରରୁ ପଶ୍ଚିମ ଦିଗରେ 90 କିଲୋମିଟର ଦୂରରୁ ଅନନ୍ତଗିରି ପର୍ବତରୁ ବାହାରି ପୂର୍ବୋତ୍ତର ଦିଗକୁ ବହିଜାଏ । ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲାରେ ସମୁଦାୟ 240 କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । [୬]
ଏହି ମନ୍ଦିର ହାଇଦରାବାଦ ସହରଠାରୁ 75 କିଲୋମିଟର ଦୂର ଅନନ୍ତଗିରି ପର୍ବତ ଉପରେ ହାୟଦରାବାଦର ନିଜାମଙ୍କଦ୍ୱାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ରୂପରେ ଏଠାରେ ପୂଜିତ ହେଇଥାନ୍ତି । ଅନନ୍ତ ଗିରିର ନାମକରଣ ସେଥିପାଇଁ ଏପରି ରହିଛି ।
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)