ଅନିସ ଜଙ୍ଗ | |
---|---|
ଜନ୍ମ | 1944 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମିଚିଗାନ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଲେଖିକା, ସାମ୍ବାଦିକା, ସ୍ତମ୍ଭାକାର |
ପ୍ରସିଦ୍ଧି | ଅନଭେଲିଂ ଇଣ୍ଡିଆ (୧୯୮୭) |
ଅନିସ ଜଙ୍ଗ (ଜନ୍ମ. ହାଇଦ୍ରାବାଦ ୧୯୪୪[୧]) ଜଣେ ଭାରତୀୟ ମହିଳା ଲେଖିକା, ସାମ୍ବାଦିକ ଓ ଭାରତ ତଥା ବିଦେଶର ମୁଖ୍ୟ ଖବରକାଗଜରେ ସ୍ତମ୍ଭାକାର ।[୨] ତାଙ୍କର ପ୍ରସିଦ୍ଧ କାମ ହେଲା, ଅନଭେଲିଂ ଇଣ୍ଡିଆ (୧୯୮୭), ଯାହା ଭାରତରେ ମହିଳାମାନଙ୍କର ବିସ୍ତୃତ ଜୀବନୀ, ମୁଖ୍ୟତଃ ପରଦା ପଛରେ ମୁସଲିମ ମହିଳାଙ୍କ ଜୀବନୀ ଉପରେ ଆଧାରିତ ।[୩]
ରାଉରକେଲାରେ ଜନ୍ମ ହୋଇଥିବା,[୪] ଅନିସ ହାଇଦ୍ରାବାଦର ଏକ ସମ୍ଭ୍ରାନ୍ତ ପରିବାରର । ତାଙ୍କ ବାପା ନୱାବ୍ ହୋସିଆର୍ ଜଙ୍ଗ ଜଣେ ପ୍ରତିଷ୍ଠିତ ଜ୍ଞାନୀ ଓ କବି, ଓ ହାଇଦ୍ରାବାଦର ଶେଷ ନିଜାମ (ରାଜକୁମାର)ଙ୍କ ଉପଦେଶକର୍ତ୍ତା ଥିଲେ ।[୫] ତାଙ୍କ ମାଆ ଓ ଭାଇ ମଧ୍ୟ ପ୍ରସିଦ୍ଧ ଉର୍ଦ୍ଦୁ କବି ।[୬] ସ୍କୁଲ ଓ ଓସମାନିଆ ମହାବିଦ୍ୟାଳୟରେ ଶିକ୍ଷା ପରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ।। ସେ ସେଠାରେ ସାମାଜିକ ବିଜ୍ଞାନ ଓ ଆମେରିକୀୟ ପାଠ୍ୟକ୍ରମରେ ସ୍ନାତ୍ତକୋତର କରିଥିଲେ ।[୭]
ସେ ନିଜର ଲେଖିକା ଜୀବନ ଟାଇମସ୍ ଅଫ୍ ଇଣ୍ଡିଆର ୟୁଥ୍ ଟାଇମସ୍ରୁ ଆରମ୍ଭ କରିଥିଲେ, ଯେଉଁଥିରେ ସେ ୧୯୭୬ରୁ ୧୯୭୯ ପର୍ଯ୍ୟନ୍ତ ସାମ୍ବାଦିକା ଓ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ । ସେ ପରେ ଖ୍ରୀଷ୍ଟିଆନ୍ ସାଇନ୍ସ୍ ମନିଟର୍ ଓ ଇଣ୍ଟରନ୍ୟାସନାଲ୍ ହେରାଲ୍ଡ୍ ଟ୍ରିବ୍ୟୁନ୍ରେ କାର୍ଯ୍ୟ କରିଥିଲେ ।[୮] ଅନିସ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି ।[୫]
୧୯୮୭ରେ ଅନଭେଲିଂ ଇଣ୍ଡିଆର ପ୍ରକାଶନ ପରେ ସେ ଲୋକଲୋଚନକୁ ଆସିଥିଲେ, ଯାହା ମବିଳାମାନଙ୍କ ସହ ସାକ୍ଷାତକାରକୁ ନେଇ ଏକ ଭ୍ରମଣ ଡାଏରୀ ଥିଲା । ପରେ ସେ ମହିଳାମାନଙ୍କର ଦୈନ୍ୟନ୍ଦିନ ଜୀବନକୁ ନେଇ କେତେକ ବହି ଲେଖିଥିଲେ, ଯଥା: ନାଇଟ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ (୧୯୯୩), ସେଭେନ୍ ସିଷ୍ଟରସ୍ (୧୯୯୪) । ବ୍ରେକିଂ ଦି ସାଇଲେନ୍ସ (୧୯୯୭) ବିଶ୍ୱବ୍ୟାପୀ ମହିଳାମାନଙ୍କ ଜୀବନୀ ଉପରେ ଆଧାରିତ । ଅନଭେଲିଂ ଇଣ୍ଡିଆରେ କଥା ହୋଇଥିବା ମହିଳାମାନଙ୍କର ଝିଅମାନଙ୍କ କଥା ଓ ବହୁତ ଭୟାନକ କଥାକୁ ନେଇ ୨୦୦୩ରେ ବିୟଣ୍ଡ ଦି କୋର୍ଟୟାର୍ଡ ଲେଖିଥିଲେ ।
ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ । ଅନ୍ୟମାନେ ମଦୁଆ ବାପାଙ୍କଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ କିମ୍ବା ଶୀଘ୍ର ବିବାହ କରିଥିଲେ କିମ୍ବା ଯୌନ ଶୋଷଣର ଶୀକାର ହୋଇଥିଲେ,[୯] ଯଦିଓ କେତେଜଣ ପ୍ରତିଷ୍ଠିତ ଲାଭବିହୀନ ସରକାରୀ ସଂସ୍ଥାଦ୍ୱାରା ଚାଳିତ ବିଦ୍ୟାଳୟରେ ଶରଣାର୍ଥୀ ହୋଇପାରିଥିଲେ । ଏହି ବହିର ଏକ ଅଂଶ ବହୁତ ଭାରତୀୟ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାରେ ଦିଆଯାଉଛି ।[୧] ଜଙ୍ଗ ତାଙ୍କର ଜୀବନ୍ତ ଓ ଜୀବନ୍ତ ବିସ୍ତାର ଶୈଳୀ ପାଇଁ ବିଖ୍ୟାତ ।[୯]
ଜଙ୍ଗଙ୍କ ଅନ୍ୟ ବହି ହେଉଛି, ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ (୧୯୭୭) ଓ ଦି ସଙ୍ଗ ଅଫ୍ ଇଣ୍ଡିଆ (୧୯୯୦) ।