![]() | ||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ୨୨ ସେପ୍ଟେମ୍ବର ୧୯୮୦ ୱାଇ, ମହାରାଷ୍ଟ୍ର, ଭାରତ[୧] | |||||||||||||||||||||||
ଉଚ୍ଚତା | ୧୫୭ ସେମି[୧] | |||||||||||||||||||||||
ଓଜନ | ୯୦ କେଜି[୧] | |||||||||||||||||||||||
ପତି/ପତ୍ନୀ | ମୁବାରକ ହୁସେନ[୧] | |||||||||||||||||||||||
Sport | ||||||||||||||||||||||||
କ୍ରୀଡ଼ା | ବନ୍ଧୁକ ଚାଳନା | |||||||||||||||||||||||
Event(s) | ୨୫ ମିଟର ପିସ୍ତଲ୍ | |||||||||||||||||||||||
Medal record
|
ଅନିସା ସେୟଦ (ଜନ୍ମ ୨୨ ସେପ୍ଟେମ୍ବର ୧୯୮୦) ଜଣେ ଭାରତୀୟ ମହିଳା ସୁଟର ଅଟନ୍ତି, ଯେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୨] ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ୨୫ ମିଟର ବିଭାଗରେ ରୌପ୍ୟ ଜିତିଥିଲେ ।[୩]
ମୂଳତଃ ପୁନେର ସତାରା ଜିଲ୍ଲାର ଖାଡ଼କିର ବାସିନ୍ଦା ଅନିସା ଅବ୍ଦୁଲ୍ ହମିଦ୍ ସୟେଦ୍ଙ୍କ ଝିଅ ।[୪] ତାଙ୍କ ବାପା, ଯେ କି ପୂର୍ବତନ କ୍ଲବ୍ ସ୍ତରୀୟ ଫୁଟ୍ବଲ୍ ଖେଳାଳି, ଟେଲ୍କୋରେ କିରାଣୀ ଭାବେ କାମ କରୁଥିଲେ ।[୫] ଅନିସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପାଇଁ ତାଲିମ୍ ନେଉଥିବା ବେଳେ ବନ୍ଧୁକ ଚାଳନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।[୪]
ଅନିସା ଲେଡି ହୱାଭାଇ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ।[୫] ପରେ ସେ ଭାରତୀୟ ରେଳ ପାଇଁ ମହାରାଷ୍ଟ୍ରର ମୁମ୍ବାଇ-ପୁନେର ବ୍ୟସ୍ତ ବହୁଳ ପଥର ଭାଇଲ୍ ପାର୍ଲ୍ ରେଳ ଷ୍ଟେଷନରେ ଟିକେଟ୍ ସଂଗ୍ରାହକ ଭାବେ କାମ କରୁଥଲେ ।[୬] ସେ ନିଜ ସହର ପୁନେକୁ ସ୍ଥାନାନ୍ତରିତ ହେବା ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେବାରୁ ଚାକିରୀରୁ ଇସ୍ତଫା ଦେଇଥିଲେ ।[୬]
ଅନିସାଙ୍କ ବନ୍ଧୁକ ଚାଳନା ଜୀବନ ୨୦୦୨ରେ ଗାନି ଶେଖ ଓ ପି ଭି ଇନାମଦାରଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ।[୭] ଅନିସା ପ୍ରଥମ ସ୍ୱର୍ଣ୍ଣ ପଦକ, ରାଜୀ ସାର୍ନୋବତଙ୍କ ସହ ମିଳିତ ଭାବେ ୨୫ ମିଟର୍ ପିସ୍ତଲ୍ରେ ଜିତିଥିଲେ ।[୮] ସେ ମଧ୍ୟ ୨୬ ଜୁନ୍ ୨୦୧୪ରେ ଗ୍ଲାସ୍ଗୋ ନିକଟସ୍ଥ ବ୍ୟାରୀ ବଡ଼ନ୍ ସୁଟିଂ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ ।[୯]
ଅନିସା ରାଜ୍ୟଗୋଷ୍ଠୀ କ୍ରୀଡାରେ ୭୭୬.୫ ସହ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୦] ୨୦୧୪ରେ ସେ ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ । ଅନିସା ଆଙ୍ଗଲିଆନ୍ ମେଡ଼ାଲ୍ ହଣ୍ଟ୍ କମ୍ପାନୀଦ୍ୱାରା ସମର୍ଥିତ ହେଉଛନ୍ତି ।[୧୧]
ଅନିସା ମୁନାରକ ଖାନ୍ଙ୍କୁ ବିବାହ କରିଥିଲେ ଓ ୨୦୧୭ରେ ଏକ କନ୍ୟାସନ୍ତାନର ଜନନୀ ହୋଇଥିଲେ । ସେ ବର୍ତ୍ତମାନ ହରିଆନା ରାଜ୍ୟର ଫରିଦାବାଦ ଜିଲ୍ଲାରେ ରହୁଛନ୍ତି । ସତ୍ୟବ୍ରତ ଦାମ ତାଙ୍କର ମାନସିକ ପ୍ରଶିକ୍ଷକ ।[୬]
{{cite news}}
: Cite has empty unknown parameter: |dead-url=
(help)