ଅପରାଜିତା ମହାନ୍ତି | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ (ଓଡ଼ିଆ) |
ସକ୍ରିୟ ବର୍ଷ | ୧୯୮୦-ଏବେଯାଏଁ |
ବୈବାହିକ-ସାଥୀ | ଉତ୍ତମ ମହାନ୍ତି (୧୯୮୭–ଏବେଯାଏଁ) |
ସନ୍ତାନ | ବାବୁଶାନ୍ |
ପିତାମାତା(s) | ଅବଦୁଲ ଅଜିଜ ଖାନ ହରପ୍ରିୟା ରାୟ[୧] |
ସମ୍ପର୍କୀୟ | ଅବଦୁସ୍ ଶୋଭାନ୍ ଖାନ, ଓଡ଼ିଶାର ପ୍ରଥମ ଆଇନମନ୍ତ୍ରୀ (ଜେଜେ ବାପା) |
ପୁରସ୍କାର | ଇ ଟିଭି ପ୍ରିୟ ଓଡ଼ିଆ |
ୱେବସାଇଟ | aparajitamohanty.com |
ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର)[୨] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ଅପରାଜିତା ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବଦୁଲ ଅଜିଜ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ ।[୩] ବାପା ଓ ଜେଜେବାପା ଉଭୟ ଆଇନଜୀବୀ ଥିଲେ । ଜେଜେ ବାପା ୧୯୪୧ରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଆଇନ ମନ୍ତ୍ରୀ ଥିଲେ । ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ । ତାଙ୍କ ମା ହରପ୍ରିୟା, ସାହିତ୍ୟିକ ରାଜକିଶୋର ରାୟଙ୍କ ସାନ ଭଉଣୀ ।[୪] ଅପରାଜିତା ଓଡ଼ିଆ କଥାଚିତ୍ର ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ।[୫] ତାଙ୍କର ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା ।[୬]
ସେ ଗତ ୩୦ ବର୍ଷ ଧରି ଫିଲ୍ମ ଓ ଟି.ଭି ଧାରାବାହିକରେ ଅଭିନୟ କରିଛନ୍ତି । ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
Date of Birth – 15 May 1965
She is married to legendary Oriya actor Uttam Mohanty.
{{cite web}}
: Cite has empty unknown parameter: |1=
(help)