ଅବସ୍ଟେଟ୍ରିକ୍ସ ଫିସଚୁଲା (Obstetric fistula) | |
---|---|
![]() ଅବସ୍ଟେଟ୍ରିକ୍ସ ଫିସଚୁଲା ହେଉଥିବା ସ୍ଥାନ | |
ବିଭାଗ | ମୂତ୍ର ପ୍ରଣାଳୀ ରୋଗ ବିଜ୍ଞାନ (Urology), ସ୍ତ୍ରୀ ରୋଗ ବିଜ୍ଞାନ (gynecology) |
ଲକ୍ଷଣ | ମଳ ଓ ମୂତ୍ର ଅସଞ୍ଜମତା (Incontinence of urine)[୧] |
ଆକ୍ରାନ୍ତ ସମୟ | ପ୍ରସବ (Childbirth)[୧] |
ବିପଦ କାରକ | ଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy)[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ମେଥିଲିନ ବ୍ଲୁ ସହାୟତାରେ (methylene blue)[୩] |
ପ୍ରତିକାର | ସମୟୋପଯୋଗୀ ସିଜରିଆନ ସେକସନ (cesarean section)[୧] |
ଚିକିତ୍ସା | ଅପରେଶନ, ୟୁରିନାରି କାଥେଟର (urinary catheter), କାଉନସେଲିଙ୍ଗ (counselling)[୧][୩] |
ପୁନଃପୌନିକ | ବିକାଶଶୀଳ ଦେଶମାନଙ୍କରେ (developing world) ୨ ନିୟୁତ, ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ[୧] |
ଅବସ୍ଟେଟ୍ରିକ୍ସ ଫିସଚୁଲା (ଇଂରାଜୀ ଭାଷାରେ Obstetric fistula) ଏକ ରୋଗ ଯେଉଁଥିରେ ପ୍ରସବ (childbirth) ଫଳରେ ଯୋନିପଥ ବା ପ୍ରସବନଳୀରେ (birth canal) କଣା ବା ଫିସଚୁଲା (hole|) ହୋଇଯାଏ ।[୨][୧] ଯୋନୀପଥ (vagina), ମଳାଶୟ (rectum), ୟୁରେଟର (ureter) ବା ମୂତ୍ରାଶୟରେ (bladder) ଏହି ଫିସଚୁଲା ହୋଇପାରେ ।[୧][୪] ଏହା ଫଳରେ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ (incontinence of urine) ରହେନି ।[୧] ଅବସାଦ (Depression), ବାଞ୍ଝ ଦୋଷ (infertility), ଦାରିଦ୍ର୍ୟ (poverty) ଓ ସାମାଜିକ ପରିତ୍ୟକ୍ତ ଆଦି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ ।[୧]
ଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy) ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨][୧] ଅନେକ ସମୟ ଧରି ପ୍ରସବ ଚାପ ଯୋଗୁ ଉକ୍ତ ସ୍ଥାନମାନଙ୍କରେ ରକ୍ତ ସରବରାହ କମିଯିବା ଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[୧] ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଥିଲିବ ବ୍ଲୁ (methylene blue) ସାହାଯ୍ୟ ନିଆଯାଇପାରେ ।[୩]
ସମୟୋପଯୋଗୀ ସିଜରିଆନ ସେକସନ (cesarean section) କଲେ ଏହି ଅବସ୍ଥାର ସମ୍ପୁର୍ଣ୍ଣ ପ୍ରତିରୋଧ କରିହୁଏ ।[୧] ସାଧାରଣତଃ ଅପରେଶନ ଯୋଗେ ଏହାର ଚିକିତ୍ସା କରାଯାଏ ।[୧] ଜଲ୍ଦି ଚିକିତ୍ସା କଲେ ଗୋଟିଏ ୟୁରିନାରି କାଥେଟର (urinary catheter) ଦେଲେ ଉପଶମରେ ସାହାଯ୍ୟ ହୁଏ ।[୩] କାଉନସେଲିଙ୍ଗ (counselling) ମଧ୍ୟ ସାହାଯ୍ୟରେ ଆସେ ।[୧] ସବ୍-ସାହାରା ଆଫ୍ରିକା (sub-Saharan Africa), ଏସିଆ, ଆରବ ସ୍ଥାନ (Arab region) ଓ ଲାଟିନ ଆମେରିକାରେ (Latin America) ପ୍ରାୟ ୨ ନିୟୁତ ମହିଳାଙ୍କର ଏହି ରୋଗ ଅଛି ଓ ପ୍ରତି ବର୍ଷ ପ୍ରାୟ ୭୫,୦୦୦ ନୂଆ ମହିଳା ରୋଗାକ୍ରାନ୍ତ ହେଉଛନ୍ତି ।[୧] ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ ଏହି ରୋଗ ଦେଖାଯାଏ ।[୧] ଏହାକୁ ଦାରିଦ୍ର୍ୟ (disease of poverty) ରୋଗ ଭାବରେ ବିବେଚନା କରାଯାଏ ।[୫]